ସମ୍ବଲପୁର: ସମ୍ବଲପୁର ସହର ଏବଂ ଉପକଣ୍ଠରେ ଯାନବାହନର ଭିଡ଼କୁ ହ୍ରାସ କରିବା ସହିତ ସ୍ଵାଭାବିକ ପରିବହନ ସୁବିଧା ଓ ଟ୍ରାଫିକ୍ ବ୍ୟବସ୍ଥାକୁ ଉନ୍ନତ କରିବା ପାଇଁ ଆଉଟର ସମ୍ବଲପୁର ରିଂ ରୋଡ ପୁନଳ୍ପର ପରିକଳ୍ପନା କରାଯାଇଥିବା ସୂଚନା ମିଳିଛି।ଏନେଇ ଗତ ୪ ମାସ ତଳେ ସମ୍ବଲପୁର ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଗଣମାଧ୍ୟମକୁ କହିଥିବା ବେଳେ ଏକଥାକୁ ପୁଣି ଥରେ ଦୋହରାଇଛନ୍ତି ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର।
୨୦୧୬ରେ କେନ୍ଦ୍ର ସରକାରଙ୍କ ଭାରତମାଳା ଯୋଜନାରେ ସାମିଲ ସମ୍ବଲପୁର ଆଉଟର ରିଙ୍ଗ ରୋଡ଼ ଓ ଗାଁ ରୋଡ ପ୍ରକଳ୍ପ ପାଇଁ ଖୁବ୍ଶୀଘ୍ର ପ୍ରସ୍ତୁତି ପର୍ବଆରମ୍ଭ ହେବ। କେନ୍ଦ୍ର ସରକାରଙ୍କ ଭାରତମାଳା ଯୋଜନାର କିଛି ବର୍ଷ ପୂର୍ବରୁ ଅନୁମୋଦିତ ରାସ୍ତା ପ୍ରକଳ୍ପ ଗୁଡିକ ମଧ୍ୟରେ ଚାରି ଲେନ୍ ବିଶିଷ୍ଟ ୩୫.୩୮ କିଲୋମିଟର ଦୈର୍ଘ୍ୟର ସମ୍ବଲପୁର ରିଙ୍ଗ ରୋଡ଼ ପ୍ରକଳ୍ପ ସ୍ଥାନ ପାଇଛି । ଏଥିପାଇଁ ୧୩୩ କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଛି । ପ୍ରକଳ୍ପ ପାଇଁ ଆବଶ୍ୟକ ଜମି ଅଧିଗ୍ରହଣ କରାଯାଇ ମୂଲ୍ୟ ନିର୍ଦ୍ଧାରିତ ହୋଇଥିବା ବେଳେ ଜମିର ମାଲିକାନା ଜାତୀୟ ରାଜପଥ ପ୍ରାକରଣ ଏନ୍ଏଚ୍ଏଆଇକୁ ହସ୍ତାନ୍ତର କରାଯାଇଛି । ମୂଳ ସମନ୍ବିତ ପ୍ରକଳ୍ପ ରିପୋର୍ଟ- ଡିପିଆର ଏବଂ ସର୍ଭେ ଅନୁଯାୟୀ ଆସନ୍ତା ଅଗଷ୍ଟ ଆରମ୍ଭରୁ ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ । ସମ୍ବଲପୁର ସହର ଉପକଣ୍ଠ ବୁର୍ଲା ନିକଟସ୍ଥ କଳାମାଟି ଗ୍ରାମରୁ ଗୁଣ୍ଡେରପୁର, ମାନେଶ୍ଵର, ଜୟନ୍ତପୁର ପ୍ରଭୃତି ୨୭ଟି ଗ୍ରାମ ଦେଇ ପ୍ରତିହିତ ରାସ୍ତା ୧୦ ନମ୍ବର ରାଜ୍ୟ ରାଜପଥର ଶାସନକୁ ସଂଯୋଗ କରିବ। ଏହା ଦୁଇଟି କରି ଜାତୀୟ ରାଜପଥ ଓ ରାଜ୍ୟ ରାଜପଥକୁ ସଂଯୋଗ କରିବ । କିଛି ବର୍ଷ ପୂର୍ବରୁ ଏହି ପ୍ରକଳ୍ପ ପାଇଁ ଉପଗ୍ରହ ଚିତ୍ର ଜରିଆରେ ଜମି ଚିହ୍ନଟ କରାଯାଇଥିଲା । ଏହି ପ୍ରକଳ୍ପ ସଂପୂର୍ଣ୍ଣ ହେଲେ ସମ୍ବଲପୁର- ସୋନପୁର, ସମ୍ବଲପୁର-ରାଉରକେଲା ରାଜ୍ୟ ରାଜପଥ, ସମ୍ବଲପୁର- ଅନୁଗୁଳ,
ସମ୍ବଲପୁର-ମୁମ୍ବାଇ ଓ ସମ୍ବଲପୁର-କୋଲକାତା ଯାହା ପଡିଆବାହାଲ, ଦେବଗଡ଼ ଜାତୀୟ ରାଜପଥ ଦେଇ ଆସୁଥିବା ଭାରିଯାନକୁ ଆଉ ସହର ମଧ୍ୟରେ ପ୍ରବେଶ କରିବାକୁ ପଡ଼ିବ ନାହିଁ । ଫଳରେ ଟ୍ରାଫିକ ସମସ୍ୟା ଅନେକାଂଶରେ ଦୂର ହୋଇପାରିବ।
ସୂଚନାଯୋଗ୍ୟ, ଏହି ୪ ଥାକିଆ ସଡକ ପାଇଁ ୨୪ଟି ଗ୍ରାମର ୩୭୦ ଏକର ଘରୋଇ, ୭୫ ଏକର ସରକାରୀ ଓ ୩୩ ଏକର ଜଙ୍ଗଳ ଜମିକୁ ମିଶାଇ ୫୮୦ ଏକର ଜମି ପ୍ରକଳ୍ପ ପାଇଁ ଅଧଗ୍ରହଣ କରାଯିବ । ପ୍ରକଳ୍ପ ପାଇଁ ୧ ହଜାର କୋଟିରୁ ଉର୍ଦ୍ଧ୍ୱ ଟଙ୍କା ବ୍ୟୟ ଅଟକଳ ଅନୁମାନ କରାଯାଉଛି । ଏହା ବୈଜାମୁଣ୍ଡା ମୌଜାର ଗୋଶାଳାଛକ ବବୁବନ୍ଧ ଦେଇ ବାହାରି ସାନସିଂହାରୀ,ଜାମପାଲି, ବରମପୁରା, ମାନେଶ୍ୱର, ଜୟନ୍ତପୁର, ତବଳା, ସଡ଼ାସିଂହା, ଦେଦରନୂଆପାଲି ହୋଇ ୧୦ ନମ୍ବର ରାଜ୍ୟ ରାଜପଥର ଅଜିତପୁର ଶାସନକୁ ସଂଯୋଗ କରିବ । ଏଥିପାଇଁ ବ୍ରହ୍ମପୁରା ଠାରେ ଆଉ ଏକ ମହାନଦୀ ସେତୁ ସହ ୨ଟି ରେଲୱେ ଓଭରବ୍ରିଜ, ହରଡ଼ ଜୋର ସହିତ ବିଭିନ୍ନ ଜୋର ଓ କେନାଳ ଉପରେ ମଧ୍ୟ ବିଭିନ୍ନ ଉଚ୍ଚତାର ସେତୁ ନିର୍ମାଣ କରାଯିବ ଏଥିସହ ଜାତୀୟ ରାଜପଥ ଉପରେ ଫ୍ଲାଏଓଭର ଯୋଜନା ମଧ୍ୟ୍ୟ କରାଯାଇଛି।ଏହି ବିଷୟରେ ଗତକାଲି ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର ସୂଚନା ଦେଇଛନ୍ତି।
ଆଉଟର ସମ୍ବଲପୁର ରିଂରୋଡର ପାଇଁ ଯୋଜନା:ସହର ବାହାରୁ ଯିବ ଗାଡି
