Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଜିଲ୍ଲା ସ୍ତରୀୟ ଟେବୁଲ୍ ଟପ୍ ଅଭ୍ୟାସ ବୈଠକ

ସମ୍ବଲପୁର:ଆଜି ଜିଲ୍ଲା ସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ ଓ ଆପତ୍କାଳୀନ ସମୟରେ ସମୟରେ ଉଚିତ ପଦକ୍ଷେପ ନେବା ପାଇଁ ଏକ ଟେବୁଲ୍ ଟପ୍ ଅଭ୍ୟାସ ବୈଠକ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷ ଠାରେ ଅନୁଷ୍ଠିତ ହୋଇଯାଇଛି।ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଶ୍ରୀ ସୁଧାଂଶୁ ଭୋଇ, DeGM ଶ୍ରୀ ଅମ୍ବିକା ପ୍ରସାଦ ମିଶ୍ର, ଏବଂ ଏନଡ଼ିଆରଏଫ ଇନ୍ସପେକ୍ଟର ଶ୍ରୀ ଅଭିଷେକ ମିଶ୍ର, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶ୍ରୀ ପ୍ରକାଶ ଜେମ୍ସ ଟୋପ୍ପୋ ଉପସ୍ଥିତ ଥିଲେ। ଉକ୍ତ ବୈଠକର ମୁଖ୍ୟ ଉଦ୍ଦେଶ୍ୟ ଥିଲା ବିଭିନ୍ନ ପ୍ରାକୃତିକ ବିପଦ ଯଥା ବନ୍ୟା, ଜମି କ୍ଷୟ, ଭୂକମ୍ପ ଓ ଅନ୍ୟାନ୍ୟ ବିପଦ ସମୟରେ ଜିଲ୍ଲା ପ୍ରଶାସନ ଓ ଲାଇନ୍ ବିଭାଗମାନଙ୍କ ଭୂମିକା ଉପରେ ଚର୍ଚ୍ଚା କରାଯାଇଥିଲା।
ବୈଠକରେ ପ୍ରାକୃତିକ ବିପର୍ଯ୍ୟୟ ବିଷୟରେ ସ୍ଥାନୀୟ ଅଞ୍ଚଳରେ ସଚେତନତା ସୃଷ୍ଟି, ଇମର୍ଜେନ୍ସି କମ୍ୟୁନିକେସନ୍, ଲୋକଙ୍କ ମଧ୍ୟରେ ଅଗ୍ରିମ ସଚେତନ ସନ୍ଦେଶ ପ୍ରସାରଣ (Early Warning Dissemination), ମକ୍ଡ୍ରିଲ କିପରି ଏବଂ କେଉଁ ପ୍ରକ୍ରିୟା ଅନୁସାରେ କରାଯିବ, ଅସ୍ଥାୟୀ ଆଶ୍ରୟ ସ୍ଥଳୀ ପ୍ରସ୍ତୁତ ରଖିବା, ଉଦ୍ଧାରକାର୍ଯ୍ୟ, ପ୍ରାଥମିକ ଚିକିତ୍ସା ପ୍ରଦାନ ଆଦି ଉପରେ ବିସ୍ତୃତ ଆଲୋଚନା ହୋଇଥିଲା। ସମସ୍ତ ସମ୍ପୃକ୍ତ(ଲାଇନ୍) ବିଭାଗ ଅଧିକାରୀମାନେ ବିପର୍ଯ୍ୟୟ ପରିଚାଳନା ତାଙ୍କ ଦାୟିତ୍ୱ ଓ ବିପଦ ସମୟରେ କିପରି ଅନୁଭବପୂର୍ଣ୍ଣ ଭାବରେ କାମ କରିବେ, ସେ ବିଷୟରେ ଆଲୋଚନା କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ