ସମ୍ବଲପୁର :ତାମିଲନାଡୁ ର କନ୍ୟାକୁମାରୀ ଠାରେ ଜୁନ୍ ୧୫ ରୁ ୧୮ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥବା ଜାତୀୟ ଯୋଗ ଅଲମ୍ପିଆଡ ରେ ଓଡ଼ିଶା ର ୧୭ ବର୍ଷ ବାଳିକା ଦଳ ଚତୁର୍ଥ ସ୍ଥାନ ଅଧିକାର କରି ଓଡ଼ିଶା କୁ ଗୌରବନ୍ଵିତ କରିଛନ୍ତି।ପ୍ରକାଶ ଥାଉକି ଏହି ଓଡ଼ିଶା ଯୋଗ ଦଳ ର ଚାରି ଜଣ ପ୍ରତିଯୋଗୀ ମଧ୍ୟରୁ ଆମ ସମ୍ବଲପୁର ଜିଲ୍ଲା ର ଦୁଇ ଜଣ ପ୍ରତିଯୋଗୀ ଅଛନ୍ତି। ସେମାନେ ବର୍ତ୍ତମାନ ଜନାର୍ଦ୍ଦନ ପୁଜାରୀ ସରକାରୀ ଉଚ୍ଚବିଦ୍ୟାଳୟ, ସିନ୍ଦୁରପଙ୍କ ର ଦଶମ ଶ୍ରେଣୀ ର ଛାତ୍ରୀ ସୁନାସିର ମାଝୀଙ୍କ ଝିଅ କବିତା ମାଝୀ ଓ ନବମ ଶ୍ରେଣୀ ର ଛାତ୍ରୀ ଗୋଲବଦନ ନେଗିଙ୍କ ଝିଅ ତନିଆ ନେଗି । ଉଭୟେ ସମ୍ବଲପୁର ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ତରଫରୁ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍ ପରିସରରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ଯୋଗ ଆଲମ୍ପିଆଡ୍ ରେ ରାଜ୍ୟରେ ଯଥାକ୍ରମେ ପ୍ରଥମ ଓ ତୃତୀୟ ସ୍ଥାନ ଅଧିକାର କରି ଜାତୀୟ ସ୍ତରରେ ଭାଗ ନେବା ପାଇଁ ମନୋନୀତ ହୋଇଥିଲେ। ଜାତୀୟ ସ୍ତରରେ ସେମାନଙ୍କ ସଫଳତା ପାଇଁ ଜିଲ୍ଲା ଶିକ୍ଷାଧିକାରୀ, ଶାରୀରିକ ଶିକ୍ଷାଧିକାରୀ , କାର୍ଯ୍ୟାଳୟ ର ସମସ୍ତ କର୍ମଚାରୀ, ବିଦ୍ୟାଳୟ ର ଶିକ୍ଷକ ଶିକ୍ଷୟିତ୍ରୀ, ସେମାନଙ୍କୁ ତଳିମ୍ ଦେଉଥିବା ଗୁରୁ ଚିତ୍ତରଞ୍ଜନ ପଣ୍ଡା ଓ ସତ୍ୟରଞ୍ଜନ ପଣ୍ଡା ଏବଂ ଛାତ୍ରଛାତ୍ରୀ ମାନଙ୍କର ପିତା ମାତା ସେମାନଙ୍କୁ ସମ୍ବର୍ଦ୍ଧନା ଜଣାଇଛନ୍ତି।
ଜାତୀୟ ଯୋଗ ଆଲମ୍ପିଆଡ ରେ ଓଡିଶା ର ସଫଳତା
