Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସମ୍ବଲପୁର ରେ ବିକାଶ ବାହନ କାର୍ଯ୍ୟକ୍ରମ

ସମ୍ବଲପୁର:ସରକାରଙ୍କ ବିଭିନ୍ନ ଯୋଜନା ସମ୍ବନ୍ଧରେ ଲୋକଙ୍କୁ ଅବଗତ କରିବା ସହ ଅପହଞ୍ଚ ଅଞ୍ଚଳର ଲୋକଙ୍କୁ ସରକାରୀ ଯୋଜନାର ସଫଳତା ର କାହାଣୀ ଏବଂ ବିଭିନ୍ନ କଲ୍ଯାଣକାରୀ ସେବାଗୁଡିକୁ ପହଞ୍ଚାଇବା ଉଦ୍ଦେଶ୍ୟ ନେଇ ସମସ୍ତ ଜିଲ୍ଲାରେ ‘ବିକାଶ ବାହନ’ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଥିଲା। ପଞ୍ଚାୟତରେ ଏକ ଶିବିର ମଧ୍ୟ ଆୟୋଜିତ ହୋଉ ଅଛି ଯେଉଁଠିରେ ନାଗରିକ ମାନେ ବିଭିନ୍ନ ସହାୟତା ପ୍ରଦାନ କରାଯାଉଛି। ଆଜି ସମ୍ବଲପୁର ଜିଲ୍ଲାର ଅନ୍ତ୍ୟୋଦୟ ଗୃହ ଯୋଜନା ରେ ୬୮ଟି କାର୍ଡ ବଣ୍ଟନ ଓ ୮୧ ଟି ଆପ୍ଲିକେସନ ଗ୍ରହଣ କରା ଗଲା,MGNREGA ଅଧୀନରେ ୨୫୨ଟି ଜବ କାର୍ଡ ବଣ୍ଟନ, ୮୬ଟି ରାସନ କାର୍ଡ ବଣ୍ଟନ, ୮୭ଟି ଶ୍ରମିକ କାର୍ଡ, ନିର୍ମାଣ ଶ୍ରମିକ ଯୋଜନା ରେ ୧୨୧ଟି କାର୍ଡ, ୫୬ଟି କିଷାନ କ୍ରେଡିଟ କାର୍ଡ,୬୭ଟି ନୂତନ ପେନସନ, ଜଙ୍ଗଲ ଜମି ଅଧିକାର ଅଧୀନରେ ୩୭ଟି ଜମି ପଟ୍ଟା, ଆୟୁଷ୍ମାନ ଵୟୋ ବନ୍ଦନା ଯୋଜନାର ୨୬୯ଟି କାର୍ଡ,ମା ଙ୍କ ନାମରେ ଗୋଟିଏ ଗଛ” ଅଭିଜାନ ରେ ୧୯୧ଟି ଗଛ ଲଗା ଗଲା ।ଏତତ ବ୍ଯତୀତ ସିଏମ କିଷାନ ଯୋଜନାରେ ୨୮୬୯ଟି ହିତାଧିକାରୀ, ଓ ପିଏମ କିଷାନ ଯୋଜନାରେ -୧୩୬୭-ଟି ହିତାଧିକାରୀ ଙ୍କୁ ଅନ୍ତର୍ଭୁକ୍ତ କରାଯିବା ସହିତ ଜନଧନ ଯୋଜନା ଅଧୀନରେ ୪୦ ଟି ଆକାଉଣ୍ଟ ଖୋଲାଯାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ