Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ରାହୁଲ ଗାନ୍ଧୀଙ୍କ ଜନ୍ମ ଦିନ ପାଳନ:ଗୁରୁଦ୍ୱାରାରେ ପୂଜା ଅର୍ଚ୍ଚନା, ରୋଗୀ ସେବାରେ ଉତ୍ସର୍ଗ

ସମ୍ବଲପୁର: ଆଜି ବୁର୍ଲା ସ୍ଥିତ ଇନ୍ଦିରା କ୍ଳବ୍ କଂଗ୍ରେସ କର୍ମୀଙ୍କ ପକ୍ଷରୁ ସାଂସଦ ତଥା ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀଙ୍କ ୫୫ ତମ ଜନ୍ମ ଦିବସ ବୁର୍ଲାର ବିଭିନ୍ନ ମନ୍ଦିରରେ ୫୫ ଟି ଦୀପ ପ୍ରଜ୍ବଳନ ସହ ପାଳନ କରାଯାଇଛି। ବସନ୍ତ ବିହାର ସ୍ଥିତ ଶିବ ମନ୍ଦିରରେ ବରିଷ୍ଠ କଂଗ୍ରେସ ନେତା ତଥା ସ୍ବେଛାସେବୀ ଦଶରଥ ଦାସଙ୍କ ନେତୃତ୍ଵରେ ୫୫ ଦୀପ ଜଳାଇ ରାହୁଲ ଗାନ୍ଧୀଙ୍କ ଦିର୍ଘ୍ ସୁସ୍ଥ ଓ ନିରାମୟ ଜୀବନ ପାଇଁ ପ୍ରାର୍ଥନା କରାଯାଇଥିଲା। ମନ୍ଦିର ପୂଜକ ଅର୍ଜୁନ ବାବୁ, ନବ ଭଟ୍ଟ, କୁନି ପ୍ରଧାନ, ଦୀପକ ଦାସ, ପ୍ରଶାନ୍ତ ପରିଡ଼ା, ସପନ ବିଶ୍ଵାସ ପ୍ରମୁଖ ଙ୍କ ସଂଯୋଜନାରେ ଏ କାର୍ଯ୍ୟକ୍ରମ ସମାପନ ହୋଇଥିଲା।
ସେହିପରି ସନ୍ତୋଶୀ କଲୋନୀ ର ଶିବ ସନ୍ତୋଶୀ ମାତା ମନ୍ଦିର ପରିସରରେ ରାହୁଲ ଗାନ୍ଧୀଙ୍କ ୫୫ ତମ ଜୟନ୍ତୀ ଅନୁରୂପ ଢ଼ଙ୍ଗରେ ପାଳନ କରାଯାଇଥିଲା। ପୂଜକ କୋକାନା ଭାଇ ଓ ପ୍ରଶାନ୍ତ ମହାନ୍ତିଙ୍କ ନେତୃତ୍ବରେ ରାହୁଲ ଗାନ୍ଧୀ ନାମ ରେ ୧୧୦ ତି ଦିଅ ପ୍ରଜ୍ବଳନ କରାଯାଇ ତାଙ୍କ ଦୀର୍ଘ ସୁସ୍ଥ ଓ ନିରାମୟ ଜୀବନ ପାଇଁ ପ୍ରାର୍ଥନା କରାଯାଇଥିଲା। ରାହୁଲ ଗାନ୍ଧୀ ଙ୍କ ନେତୃତ୍ୱ ଆହୁରି ଶକ୍ତିଶାଳୀ ହେଉ ଓ ତାଙ୍କ ନେତୃତ୍ଵରେ ଦେଶ ଓ ଦଶ ର ପ୍ରଗତି ହେଉ ବୋଲି ପୂଜା କରାଯାଇଥିଲା। ବରିଷ୍ଠ କଂଗ୍ରେସ ନେତା ଦୁର୍ଗା ପାଢ଼ୀ ଉଭୟ କାର୍ଯ୍ୟକ୍ରମରେ ଉପସ୍ଥିତ ରହି ରାହୁଲ ଗାନ୍ଧୀଙ୍କ ପାଇଁ ପୂଜା କରିଥିଲେ।
ସେହିପରି ବରିଷ୍ଠ କଂଗ୍ରେସ ନେତା ଗୁଦୁ ଉପ୍ପଲ୍ କ ନେତୃତ୍ଵରେ ବୁର୍ଲା ଗୁରୁଦ୍ୱାରରେ ବି ପୂଜା .. ଅରଦାସ କରାଯାଇଥିଲା।
ସନ୍ଧ୍ୟାରେ ବୁର୍ଲା ମେଡିକାଲ ର କ୍ୟାନ୍ସର , ଟିବୀ ୱାର୍ଡ ରେ ରୋଗୀ ଓ ରୋଗୀ ପରିଜନ ଙ୍କୁ ବିସ୍କୁଟ ଫଳ ବଣ୍ଟନ କରାଯାଇଥିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ