Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆଜି ପ୍ରକାଶ ପାଇବ ଆଇସିଏସଇ ରେଜଲ୍ଟ

ନୂଆଦିଲ୍ଲୀ: ଆଜି ପ୍ରକାଶ ପାଇବ ଆଇସିଏସଇ ରେଜଲ୍ଟ। ଅପରାହ୍ଣ ୩ଟାରେ ପ୍ରକାଶ ପାଇବ ଫଳ। ଆଇସିଏସଇ ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ ପାଇବ । ଚଳିତ ବର୍ଷ ଦେଶର ପ୍ରାୟ ୨ ଲକ୍ଷ ୪୦ ହଜାର ପିଲା ଦଶମ ଓ ଦ୍ୱାଦଶ ପରୀକ୍ଷା ଦେଇଛନ୍ତି । ଅନ୍ୟପଟେ ଓଡିଶାରେ ୯ ହଜାର ଛାତ୍ରଛାତ୍ରୀ ଦଶମ ପରୀକ୍ଷା ଦେଇଥିବା ବେଳେ ୬ ହଜାର ଛାତ୍ରଛାତ୍ରୀ ଦ୍ୱାଦଶ ପରୀକ୍ଷା ଦେଇଛନ୍ତି ।

କାଉନସିଲ୍ ଫର ଦ ଇଣ୍ଡିଆନ୍ ସ୍କୁଲ ସାର୍ଟିଫିକେଟ୍ ଏକଜାମିନେସନ ବୋର୍ଡ ପକ୍ଷରୁ ନୂଆ ଦିଲ୍ଲୀରେ ଏହି ପରୀକ୍ଷା ଫଳ ପ୍ରକାଶ କରାଯିବ । ଛାତ୍ରଛାତ୍ରୀମାନେ ସିଆଇଏସଇ ଡଟ୍ ଓଆରଜି ଏବଂ ରିଜଲଟସ୍ ଡଟ୍ ସିଆଇଏସ୍ଇ ଡଟ୍ ଓଆରଜି ୱେବସାଇଟରେ ପରୀକ୍ଷା ଫଳ ଦେଖିପାରିବେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ