Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆଜି ସ୍ଥଳଭାଗ ଛୁଇଁବ ବାତ୍ୟା ମୋକା

ଭୁବନେଶ୍ବର: ଆଜି ବାତ୍ୟା ‘ମୋକା’ ସ୍ଥଳଭାଗ ଛୁଇଁବା ସମ୍ଭାବନା ରହିଛି। ଏହି ସମୟରେ ପବନର ବେଗ ଘଣ୍ଟା ପ୍ରତି ୧୭୦ରୁ ୧୮୦ କିମି ରହିବ ବୋଲି ଆକଳନ କରାଯାଇଛି। ସ୍ଥଳଭାଗ ଛୁଇଁବା ପରେ ଏହାର ଘଣ୍ଟା ପ୍ରତି ବେଗ ୨୦୦ କିମି ରହିପାରେ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ।

ଶନିବାର ସକାଳେ ‘ମୋକା’ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ରହିଥିବା ବେଳେ ଘଣ୍ଟା ପ୍ରତି ୧୪କିମି ବେଗରେ ଉତ୍ତରପୂର୍ବ ଦିଗରେ ଗତି କରି ‌ବାଂଲାଦେଶ, ମିଆଁମାର ମୁହାଁ ହେଇଛି । ପରବର୍ତ୍ତୀ ସମୟରେ ଏହା ଅତ୍ୟନ୍ତ ଭୀଷଣ ବାତ୍ୟା ରୂପରେ ସ୍ଥଳଭାଗ ଛୁଇଁପାରେ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ