Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ନାକଟିଦେଉଳ ସ୍ନାତକ ମହାବିଦ୍ୟାଳୟରେ ଯୋଗ ଦିବସ ପାଳନ

ସମ୍ବଲପୁର: ନାକଟିଦେଉଳ ସ୍ନାତକ ମହାବିଦ୍ୟାଳୟରେ ଶନିବାର ଦିନ ଯୋଗ ଦିବସ ଅନୁଷ୍ଠାନ ର ଅଧ୍ୟକ୍ଷ ସୁଧୀର କୁମାର ସାହୁ ଙ୍କ ପରିଚାଳନା ରେ ଅନୁଷ୍ଠିତ ହୋଇଥିଲା । ଏହି ସମାରୋହରେ ଯୋଗାଶନ ଅଭ୍ୟାସ ଓ ଆଲୋଚନାଚକ୍ର ଆୟୋଜିତ ହୋଇଥିଲା । ଉକ୍ତ ସମାବେଶ ରେ ସମ୍ମାନୀତ ଅତିଥି ଭାବରେ ନାକଟିଦେଉଳ ର ବିଡିଓ କ୍ଷମାନିଧି ଭୋଇ, ଏବିଡିଓ ବିଦ୍ୟାଧର ରାଉତରାୟ, ବ୍ଲକ୍ ଅଧ୍ୟକ୍ଷା ସ୍ୱରୂପା ରାଣୀ ସାହୁ, ଯୋଗ ପ୍ରଶିକ୍ଷକ ପିଙ୍କି ସାହୁ, ନେତ୍ରାନନ୍ଦ ରାଉଳ, ପ୍ରମୋଦ ସାହୁ, ନାକଟିଦେଉଳ ସରପଞ୍ଚ ଜିତେନ୍ଦ୍ର ସାହୁ , ଅବସର ପ୍ରାପ୍ତ ଜବାନ୍ ଗୋବର୍ଦ୍ଧନ ସାହୁ ଓ ଅଧ୍ୟାପକ ଦେବେଶ ବିଶ୍ଵାଳ ଯୋଗ ଦେଇ ଯୋଗ ର ମହତ୍ତ୍ୱ ସମ୍ପର୍କ ରେ ଆଲୋକପାତ କରିଥିଲେ । ଏହି ସମାରୋହ ରେ ନାକଟିଦେଉଳ ମହାବିଦ୍ୟାଳୟ ର ସମସ୍ତ କର୍ମଚାରୀ ଛାତ୍ର ଛାତ୍ରୀ ସମେତ ଅଞ୍ଚଳର ବିଶିଷ୍ଠ ବ୍ୟକ୍ତି ମାନେ ଭାଗ ନେଇଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ