ସମ୍ବଲପୁର:ସମ୍ବଲପୁର କିକ୍ ବକ୍ସିଂ ଏସେସିଏସନ ପକ୍ଷରୁ ଗୁରୁ ସତ୍ୟନାରାୟଣ ସମ୍ବଲପୁରୀ ଡେରାରେ ଚାଲିଥିବା ସତର ଦିନିଆ ନିଶୁଲ୍କ କିକ୍ ବକ୍ସିଂ ପ୍ରଶିକ୍ଷଣ ଶିବିର ରବିବାର ଉଦଯାପିତ ହୋଇଯାଇଛି । ଆମେଚର କିକ ବକ୍ସିଂ ଏସୋସିଏସନ ଅଫ ଓଡିଶାର ରାଜ୍ୟ ସଭାପତି କାର୍ତ୍ତିକ ଡାକୁଆଙ୍କର ମାର୍ଗଦର୍ଶନରେ ଜିଲା କିକ୍ ବକ୍ସିଂ ଏସୋସିଏସନ ସମ୍ବଲପୁରର ସଭାପତି ଉତ୍ପଲ ଦାସଙ୍କ ତତ୍ୱାବଧାନରେ ଏହି ନିଶୁଲ୍କ କିକ ବକ୍ସିଂ ପ୍ରଶିକ୍ଷଣ ଆୟୋଜନ କରାଯାଉଥିଲା । ଏଥିରେ ଆଖପାଖ ବସ୍ତୀ ଅଞ୍ଚଲର କୋଡିଏ ଜଣଙ୍କୁ ସତର ଦିନ ପର୍ଯ୍ୟନ୍ତ ସ୍ବତନ୍ତ୍ର ଭାବେ କିକବକ୍ସିଂ ପ୍ରଶିକ୍ଷଣ ଦିଆଯାଇଥିଲା । ଆଜି ଏସୋସିଏସନର ଜିଲା ସଭାପତି ଶ୍ରୀ ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦଯାପନୀ ସଭାରେ ଜିଲା ଓକିଳ ସଂଘର ପୁର୍ବତନ ସଭାପତି ଡ. ପ୍ରମୋଦ ରଥ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ । ଏହା ସହିତ କାର୍ଯ୍ୟକ୍ରମରେ ଆଇଆଇଏମ ସମ୍ବଳପୁରର ସିଏଫଓ ସୁବୋଧ କୁମାର ଦୋରା, ପଶ୍ଚିମାଞ୍ଚଲ ଏକତା ମଞ୍ଚର ମୁଖ୍ୟ ସଂଯୋଜକ ମାନସ ରଞ୍ଜନ ବକ୍ସୀ, ଭାରତୀ ସମାଜର ଜିଲା ସଂଯୋଜକ କିଶୋର ଧରେଇ ଅତିଥି ଭାବରେ ଯୋଗ ଦେଇଥିଲେ । ପ୍ରଶିକ୍ଷଣ ନେଇଥିବା ପିଲା ମାନେ ପ୍ରଥମେ ନିଜର ସତର ଦନିର ଅଭିଜ୍ଞତା ବିଷୟରେ କହିବା ସହ ଶିଖତ୍ଥିବା କଳାକୁ ପ୍ରଦର୍ଶନ କରିଥିଲେ । ଏହାପରେ ମୁଖ୍ୟ ଅତିଥି ଡ. ରଥ ଆଗକୁ ଏହି ଆତ୍ମରକ୍ଷା କଳାକୁ ଅଧିକ ପ୍ରଶିକ୍ଷଣ ନେଇ ପ୍ରତିଯୋଗିତାରେ ସାମିଲ ହେବାକୁ ପରାମର୍ଶ ଦେଇଥିଲେ । ଏହି ଅବସରରେ ସମ୍ମାନିତ ଅତିଥି ସୁବୋଧ ଦୋରା ନିଷ୍ଠାପର ଭାବେ ପ୍ରଶିକ୍ଷଣ ନେବା ପରେ ହୋଇପାରିଥିବା ପରିବର୍ତ୍ତନକୁ ପ୍ରଶଂସା କରିଥିଲେ । ସେହିପରି ଶ୍ରୀ ବକ୍ସୀ ପ୍ରଶିକ୍ଷାର୍ଥୀ ମାନେ ସତର ଦିନ ଭିତରେ ଶିଖିଥିବା ଶୃଙ୍ଖଳା ଏବଂ ଆତ୍ମରକ୍ଷା କୌଶଳ ଜୀବନରେ ନିଶ୍ଚିତ ଭାବେ ଉପଯୋଗ ହେବ ବୋଲି କହିଥିଲେ । ଏହି ଅବସରରେ ପ୍ରଶିକ୍ଷଣ ନେଇଥିବା ସମସ୍ତ ପ୍ରଶିକ୍ଷାର୍ଥୀଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା । ଜାତୀୟ ସ୍ତରର ମାନ୍ୟତା ପ୍ରାପ୍ତ କିକ୍ ବକ୍ସିଂ ରେଫରି ସୁବ୍ରତ ପ୍ରଧାନ ସତର ଦିନ ପଯର୍ୟନ୍ତ ପ୍ରଶିକ୍ଷଣ ପ୍ରଦାନ କରିଥବାରୁ ପଶ୍ଚିମାଞ୍ଚଳ ଏକତା ମଞ୍ଚ ପକ୍ଷରୁ ଧନ୍ୟବାଦ ଅର୍ପଣ କରାଯାଇଥିଲା । ଯେଉଁ ଛାତ୍ରୀଛାତ୍ର ମାନେ ଦକ୍ଷତା ପ୍ରଦର୍ଶନ କରିଛନ୍ତି ସେମାନଙ୍କୁ ଆଗକୁ ମଧ୍ୟ ପ୍ରଶିକ୍ଷଣ ବ୍ୟବସ୍ଥା କରାଯିବ ବୋଲି ଏସୋସିଏସନସନର ସମ୍ବଲପୁୂର ସଭାପତି ଶ୍ରୀ ଦାସ କହିଥିଲେ । ଏହାସହ ସମ୍ବଲପୁରୀ ଡେରା ପରିସରରେ ପ୍ରଶିକ୍ଷଣ ପାଇଁ ବ୍ୟବସ୍ଥା କରାଇ ଥିବାରୁ ଶ୍ରୀ ଦାସ ପଶ୍ଚିମାଞ୍ଚଳ ଏକତା ମଞ୍ଚକୁ ଧନ୍ୟବାଦ ଦେଇଥିଲେ । ପଶ୍ଚିମାଞ୍ଚଳ ଏକତା ମଞ୍ଚ ର ଆବାହକ ଭବାନୀଶ ଭୋଇ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।
ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆୟୋଜନରେ ସର୍ମିଲ ସାହୁ, ଶିବାଂଶୀ ତ୍ରୀପାଠୀ, ଶ୍ରୀୟାଂଶୀ ତ୍ରିପାଠୀ,ସୋମ୍ୟ ଶାଶ୍ୱତ ଭୋଇ. ସଂସ୍କାର ବାଗ, ସୁଭମ ପ୍ରଧାନ ପ୍ରମୁଖ ସହଯୋଗ କରିଥିଲେ ।
ସତର ଦିନିଆ ନିଶୁଲ୍କ କିକ୍ ବକ୍ସିଂ ପ୍ରଶିକ୍ଷଣ ଉଦଯାପିତ
