Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ନବୀନଙ୍କୁ ମଉଡ଼ମଣି କହି ଫସିଲେ ଲେଖାଶ୍ରୀ, ସାଢେ ଚାରିକୋଟି ଓଡ଼ିଆଙ୍କ ମଉଡ଼ମଣି ପ୍ରଭୁ ଜଗନ୍ନାଥ ନା ନବୀନ ପଟ୍ଟନାୟକ,

ବିଜେଡି ସଭାପତି ନବୀନ ପଟ୍ଟନାୟକ ନିଜର ଚିକିତ୍ସା ପାଇଁ ମୁମ୍ବାଇ ଗସ୍ତରେ ଯାଇଛନ୍ତି । ମୁମ୍ବାଇ ଯିବା ପୂର୍ବରୁ ଦଳର ନେତା ଓ ନେତ୍ରୀମାନେ ତାଙ୍କୁ ସାକ୍ଷାତ କରିଥିଲେ । ଏଥିରେ ନୂଆକଥା କିଛି ନାହିଁ । ଦଳର ସଭାପତିଙ୍କୁ ସୁସ୍ଥ କାମନା କରିବାରେ କୌଣସି ଅସୁବିଧା ନାହିଁ ।

ହେଲେ ତାଙ୍କର ସାକ୍ଷାତ ବେଳର ଫଟୋକୁ ନେଇ ସୋସିଆଲ ମିଡିଆରେ ଯେଉଁପରି ଭାବରେ ଲେଖିଲେ ନବୀନ ହେଉଛନ୍ତି ଓଡ଼ିଶାର ମଉଡ଼ମଣୀ ତାହାକୁ ନେଇ ଚର୍ଚ୍ଚା । କାରଣ ସାଢେ ଚାରିକୋଟି ଓଡ଼ିଆଙ୍କ ମଉଡ଼ମଣି ହେଉଛନ୍ତି ଜଗନ୍ନାଥ । ହେଲେ ଲେଖାଶ୍ରୀ ଏମିତି କାହିଁକି ଲେଖିଲେ , ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସୁସ୍ଥ ହେବାର ବାର୍ତ୍ତା ଦେବାକୁ ଯାଇ ଲେଖାଶ୍ରୀ ଏମିତି ପ୍ରଶଂସା କରିଛନ୍ତି ଯେ ସୋସିଆଲ ମିଡ଼ିଆ ୟୁଜର୍ସ ପଚାରୁଛନ୍ତି କେବଳ ଗୋଟିଏ କଥା , ଓଡ଼ିଆଙ୍କ ମଉଡ଼ମଣି କିଏ? ସାଢେ ଚାରିକୋଟି ଓଡ଼ିଆଙ୍କ ମଉଡ଼ମଣି ପ୍ରଭୁ ଜଗନ୍ନାଥ ନା ନବୀନ ପଟ୍ଟନାୟକ ତାହା ଏବେ ପ୍ରଶ୍ନ ପଚାରୁଛନ୍ତି ।

ବିଜେଡି ନେତ୍ରୀଙ୍କ ଏହି ମଉଡ଼ମଣି ଵ୍ୟାଖ୍ୟାନକୁ ନେଇ ସୋସିଆଲ ମିଡ଼ିଆ ୟୁଜର୍ସ ଏବେ ପ୍ରଶ୍ନ ପଚାରିବା ସହ କଡା ସମାଲୋଚନା କରିଛନ୍ତି । ସବୁବେଳେ କିଛି ନା କିଛି କଥା କହି ଅଡୁଆରେ ରହିଥାନ୍ତି ବିଜେଡି ନେତ୍ରୀ । ଆଉ ଏବେ ଏକ୍ସ ହ୍ୟାଣ୍ତଲରେ ଏମିତି କଥାକହି ପୁଣି ଫସିଛନ୍ତି ବିବାଦରେ । ଆଉ ଏବେ ଓଡିଆଙ୍କ ଭାବାବେଗ ସହ ଖେଳିବା ନେଇ ପୁଣି ପ୍ରଶ୍ନ ଉଠିଛି । ବାସ୍ତବରେ ଗତକାଲି ନବୀନ ପଟ୍ଟନାୟକ ଚିକିତ୍ସା ପାଇଁ ମୁମ୍ବାଇ ଯାଇଥିବାବେଳେ ତାଙ୍କୁ ବିମାନବନ୍ଦର ଯାଏଁ ପାଛୋଟି ଆଣିଥିଲେ ଶତାଧିକ କର୍ମୀ ।

ଆଉ ଏନେଇ ଲେଖାଶ୍ରୀ ସୋସିଆଲ ମିଡ଼ିଆରେ ଫଟୋ ପୋଷ୍ଟ ସହ ଲେଖିଥିଲେ ଯେ ‘ଆଜି ଚିକିତ୍ସା ପାଇଁ ମୁମ୍ବାଇ ଗସ୍ତ କରିବା ବେଳେ ସାଢ଼େ ଚାରି କୋଟି ଓଡିଆଙ୍କ ମଉଡ଼ମଣି ଶ୍ରୀ ନବୀନ ପଟ୍ଟନାୟକଙ୍କୁ ନବୀନ ନିବାସ ଠାରୁ ଭୁବନେଶ୍ବର ବିମାନ ବନ୍ଦର ପର୍ଯ୍ୟନ୍ତ ଶୁଭେଚ୍ଛା ଓ ପ୍ରାର୍ଥନା ସହିତ ବିଦାୟ ଦେଲୁ । ଆମ ନେତା ଯଥା ଶୀଘ୍ର ଆରୋଗ୍ୟ ଲାଭ କରି ଆମ ପାଖକୁ ଫେରି ଆସନ୍ତୁ ଏତିକି ମହାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରୁଛି’ । ସୋସିଆଲ ମିଡିଆରେ ଜଣେ ୟୁଜର୍ସ ଲେଖିଛନ୍ତି ଯେ ସାଢେଚାରି କୋଟି ଓଡ଼ିଆଙ୍କର ମଉଡ଼ମଣି ପ୍ରଭୁ ଶ୍ରୀ ଜଗନ୍ନାଥ । ଆପଣଙ୍କ ମୁଣ୍ଡ କାମ କରୁନି । ଔଷଧ ରାଗରେ ତାଟିଆ କାମୁଡୁଛ ‘ ।

ସେହିପରି ଆଉ ଜଣେ ଲେଖିଛନ୍ତି ଯେ ‘ଓଡିଆଙ୍କ ମଉଡ଼ମଣି ପ୍ରଭୁ ଶ୍ରୀ ଜଗନ୍ନାଥ ,ରାଜନୀତି ପାଇଁ କାହାକୁ ନେଇ କୋଉଠି ରଖୁଛ କିଛି ଜାଣିପାରୁନ’ । ଅନେକ ୟୁଜର୍ସ ନବୀନଙ୍କ ଆରୋଗ୍ୟ କାମନା କରିଥିବାବେଳେ ଏହି ମଉଡ଼ମଣି ବୋଲି ବ୍ୟାଖ୍ୟା କରିବାକୁ ନାପସନ୍ଦ କରୁଛନ୍ତି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ