Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସମ୍ବାଦିକ କଲ୍ୟାଣ ସଂଘର ନୂତନ କର୍ମକର୍ତ୍ତା:ଚନ୍ଦ୍ରଚୁଡ଼ ସଭାପତି,ଆତ୍ମାରାମ ଅଧ୍ୟକ୍ଷ, ହରିଶଙ୍କର ହେଲେ ସାଧାରଣ ସମ୍ପାଦକ

ସମ୍ବଲପୁର:ସାମ୍ବାଦିକ କଲ୍ୟାଣ ସଂଘ (ଜେ.ଡବ୍ଲୁ.ଏ) ସମ୍ବଲପୁର ଜିଲ୍ଲାର ସାଧାରଣ ପରିଷଦ ବୈଠକ ତଥା କର୍ମକର୍ତ୍ତା ନିର୍ବାଚନ ରବିବାର ସମ୍ବଲପୁର ଜିଲ୍ଲା ସ୍କଲ ପାଖ ପୁର୍ତ୍ତ ଡାକ ବଙ୍ଗଳା ଠାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ସଂଘର ସମ୍ବଲପୁର ଜିଲ୍ଲାର ୯ ଗୋଟି ବ୍ଲକ ଶାଖାର ବିଭିନ୍ନ ପତ୍ରପତ୍ରିକାର ସାମ୍ବାଦିକ ଉପସ୍ଥିତ ରହିଥିଲେ। ଏହି ଅବସରରେ ସାମ୍ବାଦିକ କଲ୍ୟାଣ ସଂଘ ସମ୍ବଲପୁର ଜିଲ୍ଲା ଶାଖାର ଅଧ୍ୟକ୍ଷ ଭାବରେ ଆତ୍ମାରାମ ସୁପକାର ଏବଂ ଉପାଧ୍ୟକ୍ଷ ଭାବେ ରାଧେଶ୍ୟାମ ପଣ୍ଡା ମନୋନୀତ ହୋଇଥିବା ବେଳେ ସଭାପତି ଭାବେ ଚନ୍ଦ୍ର ଚୁଡ ସିଂହ ଏବଂ ସାଧାରଣ ସମ୍ପାଦକ ଭାବେ ହରି ଶଙ୍କର ମିଶ୍ର ମନୋନୀତ ହୋଇଛନ୍ତି। ଠିକ୍‌ ସେହିପରି ଉପସଭାପତି ଭାବେ ଦାଶରଥି ବେହେରା ମନୋନୀତ ହୋଇଛନ୍ତି । ଏବଂ ସହସଂପାଦକ ଭାବେ ସବିତା ମିଶ୍ର, ଅଜିତ ଚୈନି ମନୋନୀତ ହୋଇଛନ୍ତି, ଯୁଗ୍ମ ସମ୍ପାଦକ ଭାବେ ଆଲୋକ ଦାସ, ରମେଶ ପ୍ରଧାନ ମନୋନୀତ ହୋଇଛନ୍ତି । ଅନୀଲ ଶ୍ରୀରାମକା କୋଷାଧ୍ୟକ୍ଷ ଭାବେ ଏବଂ ଟିକେଶ୍ବର ପ୍ରଧାନ ସଂଗଠନ ସଂପାଦକ ଭାବେ ମନୋନୀତ ହୋଇଛନ୍ତି । ଏହି ପରିପ୍ରେକ୍ଷୀରେ ସଂଗଠନ ପକ୍ଷରୁ ଆଗାମୀ ଦିନରେ ବିଭିନ୍ନ ଜନକଲ୍ୟାଣକାରୀ ସାମାଜିକ କାର୍ଯ୍ୟକ୍ରମ, ସାମ୍ବାଦିକଙ୍କ ସାମୁହିକ ବିକାଶ ପାଇଁ ଉନ୍ନୟନ କାର୍ଯ୍ୟ ତ୍ୱରାନ୍ବିତ ନିମନ୍ତେ ସରକାରଙ୍କ ନିକଟରେ ଦାବି ଉପସ୍ଥାପନ କରିବା ପାଇଁ ସଂଘ ପକ୍ଷରୁ ନିରବଛିନ୍ନ ଭାବରେ ଉଦ୍ୟମ ଜାରି ରହିବ ବୋଲି ନବନିର୍ବାଚିତ ସଭାପତି ଚନ୍ଦ୍ର ଚୁଡ ସିଂହ ତାଙ୍କ ଅଭିଭାଷଣରେ ପ୍ରକାଶ କରିଥିଲେ।
ସାଧାରଣ ପରିଷଦ ବୈଠକ ପ୍ରାରମ୍ଭରେ ମା’ ସମଲେଶ୍ୱରୀଙ୍କ ଠାରେ ଦୀପ ପ୍ରଜ୍ୱଳନ କରିଥିଲେ । ଏହାପରେ ସଂଘର ସଭାପତି ଅନୁଷ୍ଠାନର ବିବରଣୀ ପାଠ କରିଥିଲେ। ସାଧାରଣ ପରିଷଦ ସଭାରେ ସାମ୍ବାଦିକ ମାନଙ୍କ ହିତ ଦୃଷ୍ଟିରୁ ଆଗାମୀ କାର୍ଯ୍ୟପନ୍ଥା ଉପରେ ଆଲୋଚନା କରାଯାଇଥିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ