Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆପାତକାଳ ର ୫୦ ବର୍ଷ ପୂର୍ତ୍ତି ଉପଲକ୍ଷେ ସମ୍ବିଧାନ କଳା ଦିବସ କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତି ଚୂଡାନ୍ତ

ସମ୍ବଲପୁର:ଆଜି ହେଉଛି ଜୁନ ୨୫, ଆଜି ଠୁ ୫୦ ବର୍ଷ ପୂର୍ବେ ଆଜିର ଦିନ ରେ ୧୯୭୫ ମସିହା ରେ ଦେଶରେ ଘୋଷଣା ହୋଇଥିଲା ରାଷ୍ଟୀୟ ଆପାତକାଳ । ରାଷ୍ଟ୍ରୀୟ ଆପାତକାଳ ର ସେହି ୨୧ ମାସ ହେଉଛି ଭାରତୀୟ ଗଣତନ୍ତ୍ର ର କଳା ଅଧ୍ୟାୟ । ଏହି ଦିନ କୁ ବିଜେପି ପକ୍ଷରୁ ଦେଶ ବ୍ୟାପି ସମ୍ବିଧାନ କଳା ଦିବସ ଭାବେ ପାଳନ କରାଯାଏ । ଏହି ଅବସରରେ ଆଜି ବିଜେପି ପକ୍ଷରୁ ବିଭିନ୍ନ ପ୍ରକାର ର କାର୍ଯ୍ୟକ୍ରମ ର ଆୟୋଜନ କରାଯାଇଛି । ଏଥିପାଇଁ ଆଜି ସମ୍ବଲପୁର ଆସୁଛନ୍ତି କେନ୍ଦ୍ରାପଡା ସାଂସଦ ତଥା ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଓ ପ୍ରବକ୍ତା ବୈଜୟନ୍ତ ପଣ୍ଡା ।
ସକାଳୁ ପହଞ୍ଚି ପୋତାପାଲି ଶ୍ରୀକୃଷ୍ଣ ଗୌଶାଲା ଠାରେ କରିବେ ବୃକ୍ଷ ରୋପଣ ପରେ ସମ୍ବଲପୁର ବିଶ୍ୱବିଦ୍ୟାଳୟ ଠାରେ ହେଉଥିବା “ମୋକ ପାର୍ଲିଆମେଣ୍ଟ” ରେ ସମିଲ ହେବେ ।
—————————
*ଆଜି ସମ୍ବଲପୁର ଆସୁଛନ୍ତି ବିଜେପି*
*ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା*
—————————
ପୁଣି ହୋଟେଲ ରିଭର ଇନ ରେ ସାମ୍ବାଦିକ ସମ୍ମିଳନୀରେ ଯୋଗ ଦେବେ । ତାପରେ ସେଠାରେ ଏକ ପ୍ରଦର୍ଶନୀ କୁ ଉଦଘାଟନ କରି ମୁଖ୍ୟ କାର୍ଯ୍ୟକ୍ରମ ସମ୍ବିଧାନ କଳା ଦିବସ ର ସାଧାରଣ ସଭାରେ ସମିଲ ହେବେ ।
ବିଜେପି ଉପାଧ୍ୟକ୍ଷ ଶ୍ରୀ ପଣ୍ଡା ଙ୍କ ଗସ୍ତ କୁ ନେଇ ବିଜେପି ପକ୍ଷରୁ କାଲି ସମସ୍ତ ଆୟୋଜନ କୁ ଚୂଡାନ୍ତ ରୂପ ଦିଆଯାଇଛି । ସାଂସଦ ଶ୍ରୀ ପଣ୍ଡା ଙ୍କ ଅଗ୍ରୀମ ଟିମ ସହିତ ବିଜେପି ର ଏକ ପ୍ରତିନିଧି ଦଳ ଏମ.ସି.ଏଲ ହେଲିପେଡ ରୁ ଆରମ୍ଭ କରି ହୋଟେଲ ରିଭର ଇନ ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟକ୍ରମ ସ୍ଥାନ କୁ ଯାଇ ସମସ୍ତ ବ୍ୟବସ୍ଥା ପଚାରି ବୁଝିଛନ୍ତି । ଏଠାରେ ଉଲ୍ଲେଖ ରହିଥାଉ ଯେ ଜିଲ୍ଲା ସାଧାରଣ ସମ୍ପାଦକ ଅନିଲ ବେହେରା ଙ୍କ ନେତୃତ୍ୱରେ ଗତ ଦୁଇ ଦିନ ପୂର୍ବରୁ ଏହି କାର୍ଯ୍ୟକ୍ରମ ପାଇଁ ଦଳୀୟ କାର୍ଯ୍ୟାଳୟ ରେ ଏକ ପ୍ରସ୍ତୁତି ବୈଠକ ମଧ୍ୟ ଅନୁଷ୍ଠିତ ହୋଇଥିଲା ।
ବିଜେପି ର ଏହି ଦଳ ରେ ବରିଷ୍ଠ ବିଜେପି ନେତା ଡ଼.ପ୍ରମୋଦ ରଥ, କୃଷକ ମୋର୍ଚ୍ଚା ଜିଲ୍ଲା ସଭାପତି ସମୀର ରଞ୍ଜନ ବାବୁ, ରାଜ୍ୟ ପେନାଲିଷ୍ଟ ମାନସ ରଞ୍ଜନ ବକ୍ସି, ବୃକ୍ଷ ରୋପଣ ସଂଯୋଜକ ପରାଗ ଅଗ୍ରୱାଲ, ସମ୍ବିଧାନ କଳା ଦିବସ ସଂଯୋଜକ ନିରଞ୍ଜନ କିଶୋର ଦାସ, ଜିଲ୍ଲା ଗଣମାଧ୍ୟମ ସଂଯୋଜକ ସଞ୍ଜୟ ଷଡଙ୍ଗୀ, ସକ୍ରିୟ ସଦସ୍ୟ ଅଜିତ ବେହେରା ପ୍ରମୁଖ ସାମିଲ ଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ