Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମହିଳାଙ୍କୁ ସୁରକ୍ଷା ଦେବାରେ ବିଫଳ ହୋଇଥିବା ମୋହନ ସରକାରଙ୍କ ଇସ୍ତଫା ମାଗିଲା ଛାତ୍ର ବିଜେଡ଼ି

ସମ୍ବଲପୁର: ଗଙ୍ଗାଧର ମେହେର ବିଶ୍ଵବିଦ୍ୟାଳୟ ସମ୍ମୁଖରେ ଛାତ୍ର ଓ ଯୁବ ବିଜେଡ଼ି ପକ୍ଷରୁ ରାଜ୍ୟରେ ବିଜେପି ସରକାର ର ୧ ବର୍ଷ ସମୟ ମଧ୍ୟରେ ନାରୀ ନିର୍ଯାତନା ଓ ମହିଳା ମାନଙ୍କ ଉପରେ ବୃଦ୍ଧି ପାଉଥିବା ଅତ୍ୟାଚାର ବିରୋଧରେ ଏବଂ ଓଡ଼ିଶା ଆନ୍ତର୍ଜାତିକ ସ୍ଥରରେ ଏଥିପାଇଁ ବଦନାମ ହେଉଥିବା ପ୍ରତିବାଦରେ ବିକ୍ଷୋଭ ସମାବେଶ ଅନୁଷ୍ଠିତ ହୋଇଯାଇଛି।
ଓଡ଼ିଶାରେ ମହିଳା ମାନଙ୍କ ବିରୁଦ୍ଧରେ ବୃଦ୍ଧି ପାଉଥିବା ହିଂସା, ବ୍ରହ୍ମପୁର ରେ ଘଟିଥିବା ଗଣ ଦୁଷ୍କର୍ମ ଓ ବିପର୍ଯ୍ୟସ୍ତ ଆଇନ୍ ଶୃଙ୍ଖଳା ବିରୋଧରେ ରାଜ୍ୟ ବିଜୁ ଯୁବ ଛାତ୍ର ଜନତା ଦଳ ପକ୍ଷରୁ ଦିଆ ଯାଇଥିବା ଆହ୍ଵାନ କ୍ରମେ ଗଙ୍ଗାଧର ମେହେର ବିଶ୍ଵବିଦ୍ୟାଳୟ ରେ ଶତାଧିକ ଛାତ୍ର ଛାତ୍ରୀ, ବିଜେଡ଼ିର ରାଜ୍ୟ ଓ ଜିଲ୍ଲା କର୍ମକର୍ତ୍ତାଙ୍କ ଉପସ୍ଥିତି ରେ ଅନୁଷ୍ଠିତ ଏହି ବିକ୍ଷୋଭ ଓ ପ୍ରତିବାଦ ସଭାରେ ଛାତ୍ର ବିଜେଡ଼ି ସମ୍ବଲପୁର ଜୋନ ସଭାପତି ମିଳନ ହୋତା ସଭାପତିତ୍ବ କରିଥିବା ବେଳେ ରେଙ୍ଗାଲି ବିଧାୟକ ସୁଦର୍ଶନ ହରିପାଲ, ଯୁବ ବିଜେଡ଼ି ପୂର୍ବତନ କାର୍ଯ୍ୟକାରୀ ସଭାପତି ସଂଜିତ ମହାନ୍ତି ନିଜ ବକ୍ତବ୍ୟରେ ଓଡ଼ିଶା ଅସ୍ମିତା କଥା କହି ସରକାର ଗଠନ କରିଥିବା ବିଜେପି ଦଳ ବର୍ତ୍ତମାନ ଓଡ଼ିଶା ଅସ୍ମିତା କୁ ଆନ୍ତର୍ଜାତିକ ସ୍ଥରରେ ବଦନାମ କରିଥିବା ପ୍ରସଙ୍ଗ ଏବଂ ମହିଳା ମାନଙ୍କ ଉପରେ ହୋଇଥିବା ଅତ୍ୟାଚାର ବିରୋଧରେ ଯୁବ ଓ ଛାତ୍ର ଛାତ୍ରୀ ସ୍ୱର ଉତ୍ତୋଳନ କରିବା ପାଇଁ ଆହ୍ବାନ ଜଣାଇଥିଲେ।
ଏହି ବିକ୍ଷୋଭ ସମାବେଶରେ ରାଜ୍ୟ ପରିଷଦ ସଦସ୍ୟ ଗୋକୁଳ ମେହେର, ରେଙ୍ଗାଲି ବ୍ଲକ ଅଧ୍ୟକ୍ଷ ସତ୍ୟନାରାୟଣ ଅଗ୍ରୱାଲ, ଯୁବ ନେତା ସୁମିତ ପଟେଲ, ଦେବଜ୍ୟୋତି ପଟ୍ଟନାୟକ, ଛାତ୍ର ନେତା ଚୁମନ ପ୍ରଧାନ, ମହମ୍ମଦ ସନୱାଳା, ଜୟନ୍ତ ପଟ୍ଟନାୟକ, ମନୋଜ ମହାପାତ୍ର, ମିତାଲି ସାହୁ, ଦିଲୀପ ଦାସ, ଲିଙ୍ଗରାଜ, ସୁରୁବାବୁ ମେହେର, ପ୍ରହଲ୍ଲାଦ ଗୁରୁ, ସୁକେସ ସିଂ, ମହମ୍ମଦ ଇସାକ୍, ମମତା ପଣ୍ଡା, ଦୟାନିଧି ଭଇଁସା, ବିଷ୍ଣୁ ମହାନ୍ତି, ଚିତ ରାଉଳ, ମୋହିତ ଦାସ, ଦୁଲାଲ ରାୟ, ଉତ୍ତମ ବାଘ୍, ସହଦେବ ଓରାମ, ମହେଶ ଗର୍ଡିଆ, ଶୁଭମ୍ ତାଣ୍ଡିଆ, ଅର୍ଯନ୍ ବୋହିଦାର, ଶୁଭମ୍ ମହାନ୍ତି, ଶୁଭମ୍ ସାହୁ, ଜସ୍ମିନ ପ୍ରଧାନ, ସୁଦାମୟୀ ବାଗ, ଆଶିଷ ପିଙ୍ଗ, କମଳ କିସାନ, ସିବୁ ଶେଠ୍, ଅଂଶୁମାନ ସାହୁ, ବିଶ୍ଵରୂପ ସାହୁ, ନିକିତା କିସାନ୍, ତନୁଷ୍ରି ଦାସ, ନିପନ ଦାସ, ଅସିତ୍ ପ୍ରଧାନ, ସୌରବ ସାହୁ, କିରଣ ପ୍ରଧାନ, ରାକେଶ ପ୍ରଧାନ, ଅଭିନାସ ପ୍ରଧାନ, ଅଜୟ ବାଗ, ଆଦିତ୍ୟ ସାହୁ, ମାନୁ ପଣ୍ଡା, ପ୍ରିତିସ ରଥ, ଚିତ୍ରସେନ ନାୟକ ପ୍ରମୁଖ ଉପସ୍ଥିତ ରହି ବିକ୍ଷୋଭ ଓ ପ୍ରତିବାଦ ସଭା କୁ ପରିଚାଳନା କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ