Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କେନ୍ଦ୍ରୀୟ ବିଦ୍ୟାଳୟ–୧ ସମ୍ବଲପୁରରେ ନିଟ ଓ ଜେଇଇ ଉତ୍ତୀର୍ଣ୍ଣ ଛାତ୍ରଛାତ୍ରୀଙ୍କୁ ଗରିମାମୟ ସମ୍ମାନ ପ୍ରଦାନ

ସମ୍ବଲପୁର:କେନ୍ଦ୍ରୀୟ ବିଦ୍ୟାଳୟ–୧ ସମ୍ବଲପୁରର ଦ୍ୱାରା ଆୟୋଜିତ ଏକ ଉତ୍ସାହଜନକ ଓ ଗରିମାମୟ ସମ୍ମାନ ସମାରୋହରେ ନିଟ ୟୁଜି-୨୦୨୫ ଓ ଜେଇଇ -୨୦୨୫ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀଙ୍କୁ ସମ୍ମାନିତ କରାଗଲା। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଉପସ୍ଥିତ ସମ୍ବଲପୁର ଜିଲ୍ଲାପାଳ ତଥା ବିଦ୍ୟାଳୟ ପରିଚାଳନା କମିଟିର ଅଧ୍ୟକ୍ଷ ଡ଼ଃ ସିଧେଶ୍ୱର ବୋଳିରାମ ବନ୍ଦର, ଶ୍ରୀ ମୁକେଶ କୁମାର ଭାମୁ ଏସ. ପି.ସମ୍ବଲପୁର ଓ ଶ୍ରୀ ବେଦଭୂଷଣ କମିଶନର ସମ୍ବଲପୁର ମ୍ୟୁନିସିପାଲଟି କର୍ପୋରେସନ !ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀ ରଣରଞ୍ଜୟ ସିଂହ ଅତିଥିମାନଙ୍କୁ ସ୍ୱାଗତ ଜଣାଇ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ସଫଳତା ଉପରେ ଗର୍ବ ବ୍ୟକ୍ତ କରିଥିଲେ। ଏହା ପରେ ଛାତ୍ରଛାତ୍ରୀମାନେ ଦ୍ୱାରା ଏକ ଆନନ୍ଦମୟ ସାଂସ୍କୃତିକ ନୃତ୍ୟ ପ୍ରଦର୍ଶିତ ହୋଇଥିଲା।ଜେଇଇ ଉତ୍ତୀର୍ଣ୍ଣ ଛାତ୍ରଛାତ୍ରୀମାନେ ଥିଲେ ଶ୍ରେଷ୍ଠା ଘୋଷ, ମୌର୍ୟ ପ୍ରକାଶ, ସ୍ୱୟଂ ସ୍ୱାଗତ ତ୍ରିପାଠୀ, ସୂର୍ଯ୍ୟକାନ୍ତ ପାଢ଼ି ଓ ପ୍ରଭାଷ କୃଷ୍ଣ ମଲ୍ଲିକ। ଜେଇଇ ଆଡ଼ଭାନ୍ସରେ ଉତ୍ତୀର୍ଣ୍ଣ ହୋଇଥିଲେ ପ୍ରିୟାନ୍ଶୁ କୁମାର ମହାପାତ୍ର, ଖେତ୍ର ରାଜ ଓ ପ୍ରଭାଷ କୃଷ୍ଣ ମଲ୍ଲିକ। ଗୌରବର ବିଷୟ ହେଉଛି ଯେ ପ୍ରଭାଷ କୃଷ୍ଣ ମଲ୍ଲିକ ଉଭୟ ନିଟ ଓ ଜେଇଇରେ ଉତ୍ତୀର୍ଣ୍ଣ ହୋଇ ବିଦ୍ୟାଳୟର ଗର୍ବ ବଢ଼ାଇଛନ୍ତି।ଏହି ସମାରୋହରେ ବିଦ୍ୟାଳୟର ଅନ୍ୟ ଗୌରବ ଭବ୍ୟା ଭାରତଙ୍କୁ ମଧ୍ୟ ସମ୍ମାନିତ କରାଗଲା, ଯିଏ ଭାରତ ସରକାରଙ୍କ ସଂସ୍କୃତି ମନ୍ତ୍ରଣାଳୟ ଅଧୀନ ସି ସି ଆର ଟି ପକ୍ଷରୁ ଦିଆଯାଉଥିବା ସାଂସ୍କୃତିକ ଟେଲେଣ୍ଟ କୋଲାରସିପ ଅର୍ଜନ କରିଛନ୍ତି। ଏହି ସମ୍ମାନ ବିଦ୍ୟାଳୟର ସଂସ୍କୃତିକ କ୍ଷେତ୍ରରେ ମଧ୍ୟ ପ୍ରତିବା ପ୍ରତିପାଳନ ଉପରେ ଭଲ ପଦର୍ଶନ କଲା ! ଜିଲ୍ଲାପାଳ ତାଙ୍କ ବକ୍ତବ୍ୟରେ ଛାତ୍ରଛାତ୍ରୀଙ୍କୁ ଲକ୍ଷ୍ୟ ନିର୍ଦ୍ଧାରଣ,ପରିଶ୍ରମ ଓ ଦୃଢ଼ ଇଚ୍ଛାଶକ୍ତି ରଖିବାକୁ ପ୍ରେରଣା ଦେଇଥିଲେ। ଏସପି ସାର ଓ ସମ୍ବଲପୁର କମିଶନର ମଧ୍ୟ ବକ୍ତବ୍ୟରେ ଛାତ୍ରଛାତ୍ରୀଙ୍କୁ ଅନ୍ୟମାନଙ୍କ ପାଇଁ ଆଦର୍ଶ ହେବାକୁ ଉତ୍ସାହିତ କରିଥିଲେ। ସେମାନେ ବିଦ୍ୟାଳୟ ପ୍ରଶାସନ,ପ୍ରଧାନ ଶିକ୍ଷକ ଓ ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ଶ୍ରମ ଓ ସମର୍ପଣ ପ୍ରତି ବିଶେଷ ଶ୍ରଦ୍ଧା ଜଣାଇଲେ। ତାଙ୍କ ବକ୍ତବ୍ୟରେ କହିଥିଲେ ଶିକ୍ଷକ ଚାକିରୀ ଏକ ଅନ୍ୟତମ ଉତ୍କୃଷ୍ଟ ଓ ଉତ୍ତମ ପେଶା, କାରଣ ଏହାର ସଫଳତା ଛାତ୍ରଛାତ୍ରୀଙ୍କ ସଫଳତାରେ ଅନ୍ତର୍ନିହିତ।
ଏହି କାର୍ଯ୍ୟକ୍ରମଟି ଦକ୍ଷତାର ସହିତ ପରିଚାଳନା କରିଥିଲେ ଶ୍ରୀ ପ୍ରମୋଦ କୁମାର ସାହୁ ପିଜିଟି ଇଂରାଜୀ ଓ ସିସିଏ ସମନ୍ୱୟକର୍ତ୍ତା, ଯିଏ ଶେଷରେ ଧନ୍ୟବାଦ ଜ୍ଞାପନ ମଧ୍ୟ ପ୍ରଦାନ କରିଥିଲେ। ଶ୍ରୀ କମଳ ଲୋଚନ ଦେହୁରୀ, ମିସ୍ ଅଜନ୍ତା ପଣ୍ଡା, ଶ୍ରୀ ସୁବ୍ରତ ବାରିକ, ଶ୍ରୀ ସୁଧାଂଶୁ ନାଇକ ଓ ଅନ୍ୟ ଶିକ୍ଷକମାନେ କାର୍ଯ୍ୟକ୍ରମର ସଫଳତାର ସହିତ ଚାଳନା ପାଇଁ ମହତ୍ତ୍ୱପୂର୍ଣ୍ଣ ଅଭିନନ୍ଦନ ଯୋଗାଇଥିଲେ।ଏହାପରେ ଅତିଥିମାନେ ବିଦ୍ୟାଳୟର ଶିକ୍ଷକମାନଙ୍କ ସହ ବୈଠକ କରି ସେମାନଙ୍କୁ ଅଧିକ ଉତ୍ସାହ ବଢ଼ାଇ ଭବିଷ୍ୟତରେ ଆଉ ଅଧିକ ଛାତ୍ରଛାତ୍ରୀଙ୍କୁ ରାଷ୍ଟ୍ରୀୟ ସ୍ତରରେ ଗଢି ଉଠାଇବା ପାଇଁ ଶିକ୍ଷା ଓ ପ୍ରେରଣା ଦେଇଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ