Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଧନୁପାଲି ରଥଯାତ୍ରା:ଛେରା ପହରା କଲେ ବିପିନ ନନ୍ଦ, ଯୋଗଦେଲେ ଜିଲ୍ଲାପାଳ

ସମ୍ବଲପୁର: ଶୁକ୍ରବାର ଅପରାହ୍ନ ୪ ଟା ସମୟ ରେ ଧନୁପାଲି ସ୍ଥିତ ଶ୍ରୀ ଶ୍ରୀ ଗୋପାଳଜୀ ମହାପ୍ରଭୁ ମନ୍ଦିର ରେ ବହୁ ଉତ୍ସାହ ଓ ଆନନ୍ଦର ସହିତ ଶ୍ରୀ ଜୀଉଙ୍କ ଘୋଷ ଯାତ୍ରା ଅନୁଷ୍ଠିତ ହୋଇଯାଇଅଛି। ବିଧି ମୁତାବକ ଧନୁପାଲି ରଥଯାତ୍ରା କମିଟି ତରଫ ରୁ ସର୍ବ ପ୍ରଥମେ ଛାୟା ଗଜପତି ମହାରାଜା ଭାବେ ଗୋବିନ୍ଦତୋଲା ନିବାସୀ ଶ୍ରୀ ବିପିନ ବିହାରୀ ନନ୍ଦ ମହୋଦୟଙ୍କୁ ପାଛୋଟି ଆଣିବା ପାଇଁ ମନ୍ଦିର ରୁ ଦୁଇଟି ଦଳ ସମ୍ପ୍ରଦା ଓ ଗୋଟିଏ ଦଳ କୀର୍ତ୍ତନ ଦଳ ସହ ଗଜପତିଙ୍କ ବିମାନ ସହ ମନ୍ଦିର ରୁ ବାହାରି ଥିଲେ। ଏହା ପରେ ଛାୟା ଗଜପତି ଶ୍ରୀ ବିପିନ ବିହାରୀ ନନ୍ଦ ମହୋଦୟ ଙ୍କୁ ଗୋବିନ୍ଦତୋଲା ନିବାସ ରୁ ପାଛୋଟି ଆଣି ତାଙ୍କ ବିମାନ ରେ ଧନୁପାଲି ସ୍ଥିତ ଶ୍ରୀ ଶ୍ରୀ ଗୋପାଳଜୀ ମହାପ୍ରଭୁ ଙ୍କ ମନ୍ଦିର କୁ ଏକ ଭବ୍ୟ ଶୋଭାଯାତ୍ରା ରେ ଅଣା ଯାଇଥିଲା। ଏହା ପରେ ନୀତି କାନ୍ତି ପୂର୍ବକ ପୂଜା ଅର୍ଚ୍ଚନା ପରେ ଶ୍ରୀ ଜୀଉ ଙ୍କ ପହଣ୍ଡି କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ରେ ଛାୟା ଗଜପତି ଶ୍ରୀ ବିପିନ ନନ୍ଦ ଛେରା ପହରା କରିଥିଲେ। ପହଣ୍ଡି ସମୟରେ ଛେରା ପହରା କାର୍ଯ୍ୟକ୍ରମ ରେ କମିଟି ର ଉପସଭାପତି ଶ୍ରୀ ସୌରଭ ରଞ୍ଜନ ମହାପାତ୍ର ସହଯୋଗ କରିଥିଲେ।ଏହି ରଥଯାତ୍ରରେ ସମ୍ବଲପୁର ଜିଲ୍ଲାପାଳ ସିଦ୍ଧେଶ୍ବର ବଳିରାମ ବୋନ୍ଦର ଯୋଗଦେଇ ଏହି କାର୍ଯ୍ୟକ୍ରମରେ ଭାଗ ନେଇଥିଲେ।ପହଣ୍ଡି ସମୟରେ ଚକ୍ରରାଜ୍ ସୁଦର୍ଶନ ଙ୍କ ପହଣ୍ଡି ଅନିଲ ମିଶ୍ର, ମହାପ୍ରଭୁ ବଳଭଦ୍ର ଙ୍କ ପହଣ୍ଡି ନେପାଳ ମିଶ୍ର ଓ ପ୍ରଫୁଲ୍ଲ କୁମାର ଗୁରୁ, ମା ସୁଭଦ୍ରା ଙ୍କ ପହଣ୍ଡି ରାମ ନାୟକ ଓ ମହାପ୍ରଭୁ ଜଗନ୍ନାଥଙ୍କ ପହଣ୍ଡି କାର୍ଯ୍ୟକାରୀ ସଭାପତି ଶ୍ରୀ ଦେବାଶିଷ ପୁରୋହିତ ଓ ଅସିତ୍ ବେହେରା ପ୍ରମୁଖ କରିଥିଲେ। ପହଣ୍ଡି ଯଥା ବିଧି ସମାପନ ହେବା ପରେ ଚତୁର୍ଦ୍ଧା ମୂର୍ତ୍ତି ରଥାରୂଢ଼ ହୋଇଥିଲେ। ଚତୁର୍ଦ୍ଧା ମୂର୍ତ୍ତି ରଥାରୂଢ଼ ହେବା ପରେ ଛାୟା ଗଜପତି ଶ୍ରୀ ବିପିନ ବିହାରୀ ନନ୍ଦ ମହା ଆଳତି କାର୍ଯ୍ୟକ୍ରମ ସମ୍ପାଦିତ କରିଥିଲେ। ମହା ଆଳତି ପରେ ଆରମ୍ଭ ହୋଇଥିଲା ରଥ ଛୁଆଁ କାର୍ଯ୍ୟକ୍ରମ। ରଥ ଛୁଆଁ କାର୍ଯ୍ୟକ୍ରମ ପରେ ଆରମ୍ଭ ହୋଇଥିଲା ଶ୍ରୀ ଗୁଣ୍ଡିଚା ରଥଯାତ୍ରା। ରଥ ଟଣା ପୂର୍ବରୁ ସମ୍ବଲପୁର ଜିଲ୍ଲାପାଳ ଶ୍ରୀ ସିଦ୍ଧେଶ୍ୱର ବଳିରାମ ବୋନ୍ଦର, ଆଇ.ଏ.ଏସ. ଓ ଉତ୍ତରାଞ୍ଚଳ ଆଇଜି ଙ୍କ ପରିବାର ଆସି ରଥାରୂଢ଼ ଚତୁର୍ଦ୍ଧାମୂର୍ତ୍ତି ଙ୍କୁ ଦର୍ଶନ କରିଥିଲେ। ସନ୍ଧ୍ୟା ୬.୩୦ ମିନିଟ ରେ ରଥ ଟଣା ଆରମ୍ଭ ହୋଇ ଥିଲା। ସନ୍ଧ୍ୟା ୮ ଟା ୩୦ ମିନିଟ ସମୟ ରେ ରଥ ଟଣା ହୋଇ ଗୋବିନ୍ଦତୋଲା ସ୍ଥିତ ମାଉସୀ ମାଁ ମନ୍ଦିର ରେ ପହଞ୍ଚି ଥିଲା। ଏହି କାର୍ଯ୍ୟକ୍ରମ ସମୟ ରେ ଧନୁପାଲି ରଥଯାତ୍ରା ଉତ୍ସବ କମିଟି – ୨୦୨୫ ର ମୁଖ୍ୟ ସଂଯୋଜକ ଶ୍ରୀ ଶରତ ଚନ୍ଦ୍ର ପାଢ଼ୀ, କାର୍ଯ୍ୟକାରୀ ସଭାପତି ଦେବାଶିଷ ପୁରୋହିତ, ଉପସଭାପତି ସୌରଭ ରଞ୍ଜନ ମହାପାତ୍ର, ତପନ କୁମାର ଗୁରୁ, ଦିଲୀପ ମହାପାତ୍ର, ଅନିଲ କୁମାର ମିଶ୍ର, ପ୍ରଫୁଲ୍ଲ କୁମାର ଗୁରୁ, ବିଷ୍ଣୁ ପ୍ରସାଦ ଗୁରୁ, ଚକାନନ ମିଶ୍ର, ଗଦାଧର ମିଶ୍ର ଓ ଚୈତନ୍ୟ ନାୟକ ପ୍ରମୁଖ ସଞ୍ଚାଳନ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ