Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପଶ୍ଚିମ ସମ୍ଭାଗ ସ୍ତରୀୟ ସାମୁହିକ କର୍ମଶାଳା

ସମ୍ବଲପୁର:ସ୍ଥାନୀୟ ଧନୁପାଲି ଶିଶୁଵିଦ୍ୟାମନ୍ଦିର ଠାରେ ତ୍ରିଦିବସୀୟ ପଶ୍ଚିମ ସମ୍ଭାଗ ସାମୁହିକ କର୍ମଶାଳା ଶନିବାର ଉଦଘାଟିତ ହୋଇଯାଇଛି l ଉକ୍ତ ଉତ୍ସବରେ ପର୍ଶୁରାମ ପ୍ରଶିକ୍ଷଣ ମହାବିଦ୍ୟାଳୟ ର ପ୍ରାକ୍ତନ ଅଧ୍ୟକ୍ଷ ଡ଼କ୍ଟର ମୀନ କେତନ ପାଠୀ ଦୀପ ପ୍ରଜ୍ବଳନ କରି କାର୍ଯ୍ୟାଶାଳା କୁ ଉଦଘାଟନ କରିଥିଲେ l ଉକ୍ତ କାର୍ଯ୍ୟକ୍ରମରେ ପ୍ରାନ୍ତ ପ୍ରଚାରକ ପଶ୍ଚିମ ସମ୍ଭାଗ ଶଙ୍କର ପ୍ରସାଦ ପଣ୍ଡା, ପଶ୍ଚିମ ସମ୍ଭାଗ ସହ ସଂଯୋଜକ ଜୟ କିଶୋର ପଣ୍ଡା ଯୋଗଦେଇ ପ୍ରଶିକ୍ଷଣର ଗୁରୁତ୍ୱ ଉପରେ ଆଲୋଚନା କରିଥିଲେ।ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ବିଭୁ ପ୍ରସାଦ ମହାପାତ୍ର ଅତିଥିଙ୍କ ପରିଚୟ ସହ କାର୍ଯ୍ୟ କ୍ରମର ରୂପରେଖ ବିଷୟରେ ଅବଗତ କରିଥିଲେ l ସମୁଦାୟ ଦୁଇ ଶହ ରୁ ଉର୍ଦ୍ଧ ଗୁରୁଜୀ ଗୁରୁମା ଏଥିରେ ଅଂଶ ଗ୍ରହଣ କରିଥିବା ବେଳେ ସ୍ଥାନୀୟ ବିଦ୍ୟାଳୟ ର ସଭାପତି ଡ଼କ୍ଟ ଦେବେନ୍ଦ୍ର ପଣ୍ଡା ଶିକ୍ଷା ଅସମାପ୍ତ ଓ ଜୀବନର ଶେଷ ବିନ୍ଦୁ ଯାଏ ପ୍ରଶିକ୍ଷଣ ଖୁବ ଗୁରୁତ୍ୱପୂର୍ଣ୍ଣ ବୋଲି ନିଜ ଉଦବୋଧନରେ କହିଥିଲେ l ସମ୍ପାଦକ , ସହ ସମ୍ପାଦକ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories