Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସମ୍ବଲପୁରରେ ରାଜ୍ୟସ୍ତରୀୟ ସମ୍ବଲପୁରୀ ଦିନ ପାଇଁ ପ୍ରସ୍ତୁତି,ଏଥର ସାତ ଦିନ ଧରି ବିବିଧ କାର୍ଯ୍ୟକ୍ରମ

ସମ୍ବଲପୁର:ଅଗଷ୍ଟ ଏକ ତାରିଖରେ ସମ୍ବଲପୁରରେ ରାଜ୍ୟସ୍ତରୀୟ ସମ୍ବଲପୁରୀ ଦିନ ପାଇଁ ସାମ୍ବାଦିକ ଭବନ ଠାରେ ସୋମବାର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଗୁରୁ ସତ୍ୟନାରାୟଣ ସମ୍ବଲପୁରୀ ଡେରାରେ ଅଗଷ୍ଟ ଏକ ତାରିଖରେ ହେବାକୁ ଥିବା ରାଜ୍ୟସ୍ତରୀୟ ସମ୍ବଲପୁରୀ ଦିନ ଆୟୋଜନ ପାଇଁ ରୁପରେଖ ସ୍ଥିର କରାଯାଇଥିଲା । ସମ୍ବଲପୁରୀ ଭାଷା, ସାହିତ୍ୟ ଏବଂ ସଂସ୍କୃତିର ପ୍ରଚାର ପ୍ରସାର ଦିଗରେ ଗୁରୁ ସତ୍ୟନାରାୟଣଙ୍କ ଅତୁଳନୀୟ ଅବଦାନକୁ ଆହୁରି ପ୍ରସାରିତ କରିବା ପାଇଁ ଚଲିତ ବର୍ଷ ବିଭିନ୍ନ ପଦକ୍ଷେପ ଗ୍ରହଣ କରିବାକୁ ବୈଠକରେ ଚର୍ଚ୍ଚା କରାଯାଇଥିଲା । ଗୁରୁ ସତ୍ୟନାରାୟଣ ବହିଦାରଙ୍କ ସ୍ମୃତିରେ ଜେଲ ଛକ ଠାରେ ପ୍ରତିଷ୍ଠିତ ସମ୍ବଲପୁରୀ ଡେରାର ବିକାଶକୁ ଚଲିତ ବର୍ଷ ଅଧିକ ଗୁରୁତ୍ୱ ଦେବାକୁ ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା । ଏହାସହ ସମ୍ବଲପୁରୀ ଦିନ ଉପଲକ୍ଷେ ସମ୍ବଲପୁରୀ ଡେରା ପରିସରରେ ସାତ ଦିନ ଧରି ବିବିଧ ସମ୍ବଲପୁରୀ କାର୍ଯ୍ୟକ୍ରମ ଆୟୋଜନ କରାଯିବା ନେଇ ବୈଠକରେ ମଞ୍ଚ ର ଆବାହକ ଭବାନୀଶ ଭୋଇ ପ୍ରସ୍ତାବ ଦେଇଥିଲେ । ସମ୍ବଲପୁରୀ ହସ୍ତଶିଲ୍ପ ଏବଂ ହସ୍ତତନ୍ତ୍ର ବିକ୍ରୟ ସହ ସମ୍ବଲପୁରୀ ପ୍ରଦର୍ଶନୀ ଆଦି ଆୟୋଜନ କରି ସମ୍ବଲପୁରୀ ଦିନ ଏବଂ ଗୁରୁ ବହିଦାରଙ୍କ ସମ୍ବଲପୁରୀ ପ୍ରତି ଅବଦାନ ବିଷୟରେ ଲୋକଙ୍କୁ ଅବଗତ କରାଯିବା ନେଇ ବୈଠକରେ ଆଳୋଚନା କରାଯାଇଥିଲା । ବୈଠକରେ ଯୁବ ଗୋଷ୍ଠୀକୁ ସାମିଲ କରି ସମ୍ବଲପୁରୀ ଭାଷା ସଂସ୍କୃତିକୁ ଅଧିକ ଗରିମାମୟ କରିବାକୁ ଚେଷ୍ଠା କରାଯିବ ବୋଲି ମଞ୍ଚର ବରିଷ୍ଠ ସଦସ୍ୟା ଝୁନୁ ତ୍ରୀପାଠୀ ସୁଚନା ଦେଇଛନ୍ତି । ସେହିପରି ସମ୍ବଲପୁରୀ ଭାଷା ସାହିତ୍ୟର ପ୍ରଚାର ପ୍ରସାର ପାଇଁ ସମ୍ବଲପୁରୀ ଲେଖକ ମାନଙ୍କ ଏକଜୁଟ କରିବାକୁ ବରିଷ୍ଠ ସଦସ୍ୟା ପଙ୍କଜିନି ମେହେର ମତ ପ୍ରକାଶ କରିଥିଲେ । ୨୦୧୩ ମସିହାରୁ ପଶ୍ଚିମାଞ୍ଚଲ ଏକତା ମଞ୍ଚର ପ୍ରୟାସରେ ଗୁରୁ ବହିଦାରଙ୍କ ଜନ୍ମ ଶତବାର୍ଷିକୀ ପାଳନ ବର୍ଷ ଠାରୁ ଅଗଷ୍ଟ ଏକ ତାରିଖରେ ସମ୍ବଲପୁରୀ ଦିନ ପାଳନ କରାଯାଇ ଆସୁଥିବା ନେଇ ସଦସ୍ୟ ନିଶିକାନ୍ତ ବିଶ୍ୱାଳ ସୁଚନା ଦେଇଥିଲେ । ସେହିପରି ସମ୍ବଲପୁରୀ ଦିନରେ ଅଧିକ ମାତ୍ରାରେ ସମ୍ବଲପୁରୀ କଳାକାର ମାନଙ୍କୁ ସାମିଲ କରିବାକୁ ମଞ୍ଚର ସାଂସ୍କୃତିକ ସଂଯୋଜକ ଦଶରଥ ମେହେର ପ୍ରସ୍ତାବ ଦେଇଥିଲେ । ସେହିପରି ସାମାଜିକ ଗଣମାଧ୍ୟମରେ କାର୍ଯ୍ୟକ୍ରମର ପ୍ରଚାର ପ୍ରସାର ନେଇ ରାଜେଶ ସ୍ବାଇଁ ପ୍ରସ୍ତାବ ଦେଇଥିଲେ । ଡ. ସ୍ବୟଂ ପ୍ରକାଶ ପଣ୍ଡା ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକକୁ ରାହୁଲ ଗୁପ୍ତା ପରିଚାଲନା କରିଥିଲେ । ବୈଠକରେ ସୁରେନ୍ଦ୍ର ବଗର୍ତ୍ତୀ, ସ୍ପନ୍ଦନ ବେହେରା, ସାୈରଭ ପାଣ୍ଡେ, ମିତେଶ କୃପା, ଶ୍ରଦ୍ଧା ପ୍ରଧାନ, ଲୋକନାଥ ପୂଜାରୀ, ସୋମନାଥ ଜେନା, ଲଲିତା ଭୋଇ, ପ୍ରଥମ କୁମାର ପଣ୍ଡା,ପ୍ରଜ୍ଞା ସାହୁ, ଭୂମିସୂତା ମହେର, ଅନୁପମା ବିଶ୍ୱାଳ, ଅମନ ଚିରଗୁନ, ଜୁଲି ମହାପାତ୍ର, ରିଙ୍କି ମହାରଣା, କିଶୋର ଧରେଇ, ଅମିତାଭ ମାଝୀ ପ୍ରମୁଖ ସାମିଲ ରହିଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories