Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପୁଅର କାଠ ଫାଳିଆ ମାଡ଼ରେ ବାପା ର ମୃତ୍ୟୁ

ଜମନକିରା : ଜମନକିରା ଥାନା ସଦର ମହକୁମା ଅନ୍ତର୍ଗତ ସାନଲଙ୍ଗାବାହଲ ମୁଣ୍ଡା ପଡ଼ାରେ ଘଟିଛି ଏକ ଅମାନବୀୟ ଘଟଣା। ପୁଅ ସଞ୍ଜୀତ ମୁଣ୍ଡା (୩୨)ର କାଠ ଫାଳିଆ ମାଡ଼ରେ ବାପା ପୋନିକା ଓରଫ ଖତୁ ମୁଣ୍ଡା (୬୮)ର ତିନି ଦିନ ପୂର୍ବରୁ ମୃତ୍ୟୁ ହୋଇଯାଇଛି। ଆଜି ଉକ୍ତ ଘରୁ ଦୁର୍ଗନ୍ଧ ହେବା ଫଳରେ ଆଖ ପାଖ ପଡିଶା ଲୋକେ ୱାର୍ଡ ମେମ୍ବର କୁ ଖବର ଦେଇଥିଲେ। ୱାର୍ଡ ମେମ୍ବରଙ୍କ ଏତଲା କ୍ରମେ ପୋଲିସ ଆଜି ଘଟଣା ସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରିବା ଶହ ବ୍ୟବଚ୍ଛେଦ ପାଇଁ କୁଚିଣ୍ଡା ଡାକ୍ତରଖାନା କୁ ପଠେଇଛି। ଅନ୍ୟ ପକ୍ଷରେ ଅଭିଯୁକ୍ତ ପୁଅ କୁ ଗିରଫ କରି କୋର୍ଟ ଚାଲାଣ କରିଛି। କୋର୍ଟ ରେ ଜାମିନ ନାମଞ୍ଜୁର ହେବାରୁ ବିଚାର ବିଭାଗ କୋର୍ଟ ହାଜତକୁ ପଠାଇ ଦିଆଯାଇଛି। ସମ୍ବଲପୁର ରୁ ସାଇଟିଫିକ ଟିମ୍ ଆସି ସରଜମିନ ତଦନ୍ତ ଚାଲୁ ରଖିଛନ୍ତି। ଏନେଇ ଜମନକିରା ଥାନାରେ କେସ ନ. ୧୦୫/୨୫(ଏସ୧୦୩ (୧) ବିଏନଏସ)ରେ ଏକ ହତ୍ୟା ମାମଲା ରୁଜୁ କରାଯାଇଥିବା ନେଇ ଥାନା ଅଧିକାରୀ ପଦ୍ମାଳୟା ସାହୁ ପ୍ରକାଶ କରିଛନ୍ତି।
ପୋଲିସର ସୂଚନା ଅନୁଯାଇ, ଗତ ରବିବାର ଅପରାହ୍ନ ସାଢେ଼ ୩ଟା ସମୟରେ ମୁଣ୍ଡାପଡ଼ା ର ପୋନୀକା ଓରଫ ଖତୁ ରୋଷେଇ କରିବା ପାଇଁ ଚୁଲି ରେ କାଠ ଲଗାଇଥିଲା। ଏହି ସମୟରେ ତାର ପୁଅ ସଂଜିତ ପାଖକୁ ଆସି କୌଣସି କାରଣ ବଶତଃ ଗାଳି ଗୁଲଜ କରିଥିଲା। ଏଥିରେ ବୁଢ଼ା ପାଖରେ ଜାଳିବା ପାଇଁ ଧରିଥିବା ଏକ କାଠ ଉଠେଇ ସଂଜିତ କୁ ତାଗିଦ୍ କରିଥିଲା। ଏଥିରେ ଉତଖିପ୍ତ ହୋଇ ପୁଅ ସଂଜିତ ଏକ କାଠ ବେଟେନ୍ ସାହାଯ୍ୟରେ ବାପା କୁ କାନ ମୂଲିଆ ପିଟି ଚାଲିଥିଲା। ଫଳରେ ଘଟଣା ସ୍ଥଳରେ ବାପା ର ମୃତ୍ୟୁ ହୋଇ ଯାଇଥିଲା। ଏହି କଥା କୁ ସଂଜିତ ବାହାରେ ପ୍ରକାଶ କରିନଥିଲା। ତେବେ ତିନି ଦିନ ପର୍ଯ୍ୟନ୍ତ ବୁଢ଼ା ଘରୁ ନ ବାହାରିବାରୁ ପାଖ ପଡିଶାଙ୍କ ସନ୍ଧେହ ହୋଇଥିଲା। ଏନେଇ ପଡିଶା ଲୋକେ ୱାର୍ଡ ମେମ୍ବର କୁ କହିବାରୁ ଆଜି ୧୧ ଟା ପାଖା ପାଖି ପୋଲିସ କୁ ଜଣାଇଥିଲେ। ଅଭିଯୁକ୍ତ ବିବାହିତ ହୋଇଥିବା ବେଳେ ତାର ସ୍ତ୍ରୀ ଆଉ ପିଲା ଏଠାରେ ବହୁ ଦିନ ହେବ ରହୁନଥିବା ସ୍ଥାନୀୟ ଲୋକେ ପ୍ରକାଶ କରିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories