Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସମ୍ବଲପୁରରେ ରାଜ୍ୟସ୍ତରୀୟ ସମ୍ବଲପୁରୀ ଦିନ ପାଇଁ ସମଲେଇଙ୍କୁ ନିମନ୍ତ୍ରଣ

ସମ୍ବଲପୁର:ଅଗଷ୍ଟ ଏକ ତାରିଖରେ ସମ୍ବଲପୁରରେ ରାଜ୍ୟସ୍ତରୀୟ ସମ୍ବଲପୁରୀ ଦିନ ପାଇଁ ମଙ୍ଗଳବାର ଇଷ୍ଟଦେବୀ ସମଲେଇଙ୍କୁ ନିମନ୍ତ୍ରଣ କରାଯାଇଛି । ଗୁରୁ ସତ୍ୟନାରାୟଣ ସମ୍ବଲପୁରୀ ଡେରାରେ ଅଗଷ୍ଟ ଏକ ତାରିଖରେ ହେବାକୁ ଥିବା ରାଜ୍ୟସ୍ତରୀୟ ସମ୍ବଲପୁରୀ ଦିନ ଆୟୋଜନ ପାଇଁ ଆଉ ମାତ୍ର ଗୋଟିଏ ମାସ ରହିଛି । ସେଥିପାଇଁ ଆଜିଠାରୁ ପ୍ରସ୍ତୁତି ଆରଂଭ କରାଯାଇଥିଲା । ସକାଳେ ମଞ୍ଚ ର ସଦସ୍ୟ ମାନେ ଇଷ୍ଟଦେବୀ ମାଁ ସମଲେଇଙ୍କ ମନ୍ଦିରକୁ ଯାଇ ପୂଜାର୍ଚ୍ଚନା କରିଥିଲେ। ଗୁରୁ ସତ୍ୟନାରାୟଣ ବହିଦାରଙ୍କ ସ୍ମୃତିରେ ଜେଲ ଛକ ଠାରେ ପ୍ରତିଷ୍ଠିତ ସମ୍ବଲପୁରୀ ଡେରାରେ ଚଲିତ ବର୍ଷ ଭବ୍ୟ ଆକାରରେ ସମ୍ବଲପୁରୀ ଦିନ ସାତ ଦିନ ଧରି ଆୟୋଜନ କରାଯିବା ନେଇ ମଞ୍ଚ ର ପକ୍ଷରୁ ସ୍ଥିର କରାଯାଇଛି । ସମ୍ବଲପୁରୀ ହସ୍ତଶିଲ୍ପ ଏବଂ ହସ୍ତତନ୍ତ୍ର ବିକ୍ରୟ ସହ ସମ୍ବଲପୁରୀ ପ୍ରଦର୍ଶନୀ ଆଦି ଆୟୋଜନ କରି ସମ୍ବଲପୁରୀ ଦିନ ଏବଂ ଗୁରୁ ବହିଦାରଙ୍କ ସମ୍ବଲପୁରୀ ପ୍ରତି ଅବଦାନ ବିଷୟରେ ଲୋକଙ୍କୁ ଅବଗତ କରାଯିବ । ଆଜି ସମଲେଇ ନିୟୁତା ପରେ ସମ୍ବଲପୁରୀ ଦିନ ପାଇଁ ଡେରା ପରିସରରେ ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯିବ। ସୂଚନା ଯୋଗ୍ୟ ଯେ, ୨୦୧୩ ମସିହାରୁ ପଶ୍ଚିମାଞ୍ଚଲ ଏକତା ମଞ୍ଚର ପ୍ରୟାସରେ ଗୁରୁ ବହିଦାରଙ୍କ ଜନ୍ମ ଶତବାର୍ଷିକୀ ପାଳନ ବର୍ଷ ଠାରୁ ଅଗଷ୍ଟ ଏକ ତାରିଖରେ ସମ୍ବଲପୁରୀ ଦିନ ପାଳନ କରାଯାଇ ଆସୁଛି ।‌ ଆଜିର ନିୟୁତା କାର୍ଯ୍ୟକ୍ରମ ରେ ଝୁନୁ ତ୍ରୀପାଠୀ, କିଶୋର ଧରେଇ, ସ୍ଵସ୍ତିକା ନାୟକ, ଭୂମି ସୂତା ମେହେର, ପଙ୍କଜିନୀ ବୈଠାରୁ, ସଂଘମିତ୍ରା ପଣ୍ଡା, ଯାମିନୀ ଠାକୁର, ପ୍ରଜ୍ଞା ସାହୁ, କାନ୍ତି ମେହେର, ତୃପ୍ତି ପଣ୍ଡା, ସୁନିତା ପତି, ଅଳକା ମହାପାତ୍ର, ରାଜେଶ ସ୍ବାଇଁ, ଅମିତାଭ ମାଝୀ, ସୁବୋଧ କୁମାର ଦୋରା, ପ୍ରଥମ ପଣ୍ଡା, ରାମଦାସ ପଣ୍ଡା, ଶଙ୍କର ମେହେର, ଭବାନୀଶ ଭୋଇ ପ୍ରମୁଖ କାର୍ଯ୍ୟକ୍ରମରେ ଉପସ୍ଥିତ ରହିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories