Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ହେରା ପଞ୍ଚମୀରେ ଭବ୍ୟ ଶୋଭାଯାତ୍ରା,ହେଲା ରଥ ଭଙ୍ଗା

ସମ୍ବଲପୁର: ଧନୁପାଲି-ଗୋବିନ୍ଦତୋଲା ରଥଯାତ୍ରା ଉତ୍ସବ କମିଟିର ଆୟୋଜନରେ ଚଳିତ ବର୍ଷ ମଧ୍ୟ ହେରା ପଞ୍ଚମୀ ପବିତ୍ର ଉତ୍ସବ ଉଲ୍ଲାସପୂର୍ଣ୍ଣ ଭାବେ ପାଳନ କରାଯାଇଛି। ଏହି ଅବସରରେ ମାଁ ଲକ୍ଷ୍ମୀଙ୍କ ରୋଷର ଅଭିନୟ ଭାବେ ଶ୍ରୀ ଶ୍ରୀ ଗୋପାଳଜୀ ମହାପ୍ରଭୁ ମନ୍ଦିରରୁ ବାହାରି ମାଁ ଲକ୍ଷ୍ମୀଙ୍କୁ ଏକ ଭବ୍ୟ ଶୋଭାଯାତ୍ରା ଗୋବିନ୍ଦତୋଲା ସ୍ଥିତ ଗୁଣ୍ଡିଚା ମନ୍ଦିର ପର୍ଯ୍ୟନ୍ତ ନିଆଯାଇଥିଲା।
ଶୋଭାଯାତ୍ରା ପରେ ପାରମ୍ପରିକ ପଦ୍ଧତି ଅନୁସାରେ ମାଁ ଲକ୍ଷ୍ମୀଙ୍କ ଦ୍ୱାରା ରଥ ଭଙ୍ଗା କାର୍ଯ୍ୟକ୍ରମ ବିଦ୍ଦିବଦ୍ଧ ଭାବେ ଅନୁଷ୍ଠିତ ହୋଇଥିଲା।
ଏହି କାର୍ଯ୍ୟକ୍ରମରେ ସନ୍ଧ୍ୟା ରାଣୀ ବଡପଣ୍ଡା,ସୁଶ୍ରୀତା ନାୟକ (ମିଶ୍ର), ଦିପ୍ତୀ ପ୍ରଭା ମିଶ୍ର, ମାନସି ମିଶ୍ର, ମେହେକ ସାହୁ, ମନ୍ଦାକିନି ମେହେର, ସାରଦା ସାହୁ, ପଦ୍ମାବତୀ ସିଂ,ସବିତା ପାଣିଗ୍ରାହୀ ପ୍ରମୁଖ ମହିଳା ମାନେ ଉପସ୍ଥିତ ରହି ଏହି କାର୍ଯ୍ୟକ୍ରକୁ ସମ୍ପାଦନ କରିଥିଲେ। ଏହି ଅବସର ରେ ଧନୁପାଲି ରଥଯାତ୍ରା ଉତ୍ସବ କମିଟି ର ମୁଖ୍ୟ ସଂଯୋଜକ ଶରତ ଚନ୍ଦ୍ର ପାଢ଼ୀ, ସଭାପତି ବିଦେଶୀ ସାନବଡ, କାର୍ଯ୍ୟକାରୀ ସଭାପତି ଦେବାଶିଷ ପୁରୋହିତ ଓ ଉପସଭାପତି ସୌରଭ ରଞ୍ଜନ ମହାପାତ୍ର, କୋଷାଧ୍ୟକ୍ଷ ଚୈତନ୍ୟ ନାୟକ ପ୍ରମୁଖ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories