Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଡାକ୍ତର ରାସେଶ୍ବରୀ ପାଣିଗ୍ରାହୀ ଓ୍ବେଲଫେୟାର ଟ୍ରଷ୍ଟ ବୈଠକ,ଶିକ୍ଷା ଓ ସ୍ବାସ୍ଥ୍ୟ ପାଇଁ ୧୬ଜଣଙ୍କୁ ଦିଆଗଲା ଆର୍ଥିକ ସହାୟତା

ସମ୍ବଲପୁର: ଡାକ୍ତର ରାସେଶ୍ବରୀ ପାଣିଗ୍ରାହୀ ଓ୍ବେଲଫେୟାର ଟ୍ରଷ୍ଟ ପକ୍ଷରୁ ୧୬ ଜଣଙ୍କୁ ଶିକ୍ଷା ଓ ସ୍ବାସ୍ଥ୍ୟ ପାଇଁ ୧ ଲକ୍ଷ ୫୭ ହଜାର ୪୦୦ ଟଙ୍କା ଆର୍ଥିକ ସହାୟତା ଦିଆଯାଇଛି। ଟ୍ରଷ୍ଟ ସ°ସ୍ଥାପିକା ଡା.ପାଣିଗ୍ରାହୀଙ୍କ ଉପସ୍ଥିତି ଏବଂ ସଭାପତି ପ୍ରଫେସର ଶଙ୍କର ପ୍ରସାଦ ପତିଙ୍କ ଅଧ୍ୟକ୍ଷତାରେ ମଙ୍ଗଳବାର ଅନୁଷ୍ଠିତ ଟ୍ରଷ୍ଟ ବୈଠକରେ ଉପରୋକ୍ତ ସହାୟତାକୁ ମଞ୍ଜୁରୀ ଦିଆଯାଇଛି। ଏହାସହିତ ଉପରୋକ୍ତ ହିତାଧିକାରୀଙ୍କ ମଧ୍ୟରୁ ୪ ଜଣଙ୍କୁ ଚଳିତ ଶିକ୍ଷା ବର୍ଷରେ ମାସିକ ସହାୟତା ଦିଆଯିବାକୁ ନିଷ୍ପତ୍ତି ହୋଇଛି। ବୈଠକରେ ଜାତୀୟ ଡକ୍ଟର୍ସ ଡେ ଅବସରରେ ଟ୍ରଷ୍ଟ ସଂସ୍ଥାପିକା ଡ଼ା ପାଣିଗ୍ରାହୀ ଏବଂ ସଭ୍ୟ ଡ଼ା ପ୍ରମୋଦ ପୁରୋହିତଙ୍କୁ ଅଭିନନ୍ଦିତ କରାଯାଇଥିଲା। ବୈଠକର ଆଲୋଚନାରେ ସମ୍ପାଦକ ସୁଧୀର ପୂଜାରୀ, କୋଷାଧ୍ୟକ୍ଷ ସ୍ବରୂପ ପୁରୋହିତ,ସଭ୍ୟବୃନ୍ଦ ଡ.ନିରୂପମା ବଡ଼ପଣ୍ଡା, ବିପିନ ପଣ୍ଡା ,ସୁବ୍ରତ ପଣ୍ଡା ଓ ଶିବ ନନ୍ଦ ଭାଗ ନେଇଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories