Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଶଶି ପାଗଡା ହତ୍ଯାକାଣ୍ଡ ପର୍ଦ୍ଦାଫାସ,ଅଭିଯୁକ୍ତ ରାମଚନ୍ଦ୍ର ଗିରଫ

ସମ୍ବଲପୁର: ଶଶି ପାଗଡ଼ ହତ୍ୟାକାଣ୍ଡର ପ୍ରାୟ୧୬ ମାସ ପରେ ପୋଲିସ ଏହି ଘଟଣାର ପର୍ଦାଫାଶ କରିଛି। ବିଳମ୍ବରେ ହେଉ ପଛେ,ଏହି ନୃଶଂସ ହତ୍ୟାକାଣ୍ଡର ଅଭିଯୁକ୍ତ ବୁର୍ଲା ଥାନା ଅନ୍ତର୍ଗତ ଗାନ୍ଧିପଡାର ରାମଚନ୍ଦ୍ର ଶାସନୀ(୪୧)କୁ ପୋଲିସ ଗିରଫ କରିଛି।ଶାସନ ଥାନା ପୋଲିସ ମୃତ ମହିଳାଙ୍କ ପୋଷାକ, ପେଟ୍ରୋଲ ବୋତଲ, ଦିଆସିଲି ଓ ଚପଲ ଆଦି ଜବତ କରିଛି । ଅଧିକ ତଦନ୍ତ ପାଇଁ ଅଭିଯୁକ୍ତକୁ ରିମାଣ୍ଡରେ ଅଣାଯିବ ବୋଲି ଆରକ୍ଷୀ ଅଧିକ୍ଷକ ମୁକେଶ ଭାମୁ ସୂଚନା ଦେଇଛନ୍ତି।
ସୂଚନାଯୋଗ୍ଯ, ବରିଷ୍ଠ ବିଜେପି ନେତା ସୀମାଞ୍ଚଳ ଖଟେଇଙ୍କ ଘରେ କାମ କରୁଥିବା ଶଶି ପାଗଡ଼ (୫୫) ୯ ଫେବୃଆରୀ, ୨୦୨୪ରେ ଅପହରଣ ଓ ହତ୍ୟାର ଶିକାର ହୋଇଥିଲେ।ତାଙ୍କର ଅର୍ଦ୍ଧଦଗ୍ଧ ମୃତଦେହ ଜମାଦାରପାଲି ଏୟାରଷ୍ଟିପ ନିକଟ ହୀରାକୁଦ ଡ୍ୟାମର ବାମପଟ ଡାଇକ୍ ଅଞ୍ଚଳ ରୁ ଉଦ୍ଧାର କରାଯାଇଥିଲା। ଏନେଇ ଶାସନ ଥାନାରେ ୩୧/୨୪ରେ ଏକ ହତ୍ୟା
ମାମଲା ରୁଜୁ କରାଯାଇ ଘଟଣାର ତଦନ୍ତ କରାଯାଇଥିଲା । ପୋଲିସର ୪ଟି ଟିମ୍ ଏହି ଘଟଣାର ତଦନ୍ତ କରିଥିଲେ । ବିଭିନ୍ନ ଦିଗକୁ ନେଇ ପୋଲିସ ତଦନ୍ତ କରିଥିଲା । ୩୦ ରୁ ୪୦ ଜଣଙ୍କୁ ସନ୍ଦେହ କରି ପୋଲିସ ପଚରାଉଚରା କରିଥିଲା । ତେବେ ସାଇଣ୍ଟିଫିକ ତଦନ୍ତ ବେଳେ ଅଭିଯୁକ୍ତ ରାମଚନ୍ଦ୍ର ଏହି ଘଟଣାର ଅଭିଯୁକ୍ତ ବୋଲି ଜଣାପଡିଥିଲା । ଶଶି ପାଗଡ଼ ଓ ଅଭିଯୁକ୍ତ ରାମଚନ୍ଦ୍ର ଦୁହେଁ ପରିଚିତ ଥିଲେ । ଆବଶ୍ୟକତା ଯୋଗୁଁ ଶଶି କିଛି ଟଙ୍କା ଅଭିଯୁକ୍ତକୁ ଘଟଣା ଦିନସନ୍ଧ୍ୟାରେ ହୀରାକୁଦ କାଳି ମନ୍ଦିର ନିକଟରେ ଦେଖିବା ପରେ ମାଗିଥିଲେ। ଅଭିଯୁକ୍ତ ଟଙ୍କା ନଥିବା କହିବା ସହ ଧାର ଆଣି ଦେବ ବୋଲି କହିଥିଲା।
ତେଣୁ ନମ୍ବର ବିହୀନ ବାଇକ ଯୋଗେ ଉଭୟେ ସମ୍ବଲପୁର ଆସିଥିଲେ । ଅଇଁଠାପାଲି ଛକ ନିକଟରେ ପହଞ୍ଚିବା ପରେ ଅଭିଯୁକ୍ତ ଏହି ମହିଳାଙ୍କୁ ବାଇକରୁ ଓହ୍ଲାଇ ଟଙ୍କା ଆଣିବାକୁଯାଉଥିବା କହି ଯାଇଥିଲା । ପରେ
ତାଙ୍କୁ ନେଇ ଜମାଦାର ପାଲି ଏୟାରଷ୍ଟ୍ରିପ ପର୍ଯ୍ଯନ୍ତ ନେଇଥିଲା।ତେବେ ଟଙ୍କା ଧାରକରଜକୁ ନେଇ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ଏଥିରେ ଅଭିଯୁକ୍ତ ଉତ୍ୟକ୍ତ ହୋଇ ଶଶିଙ୍କୁ ଠେଲି ଦେଇଥିଲା । ଫଳରେ ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗି ଥିଲା।ଏଭଳି ସ୍ଥଳେ ସେ ପୋଲି ସରେ ଅଭିଯୋଗ କରିବେ ବୋଲି କହିବାରୁ ଅଭିଯୁକ୍ତ ଗାମୁଛାରେ ତାଙ୍କ ତଣ୍ଟିକୁ ଚିପି ହତ୍ୟାକରିଥିଲା । ପରେ ବାଇକରୁ ପୋଟ୍ରୋଲ ବାହାର କରିବା ସହ ଘଟଣାରେ ସ୍ଥଳରେ ପୋଡି ଦେଇଥିଲା। ମୃତକଙ୍କ ରକ୍ତଲଗା ଜ୍ୟାକେଟକୁ ବୁର୍ଲା ବ୍ରିଜ ନିକଟ ମହାନଦୀରେ ଭସାଇ ଦେଇଥିଲା।ପୂର୍ବରୁ ମଧ୍ୟ ଏମାନଙ୍କ ମଧ୍ୟରେ ଟଙ୍କା ଧାର ଓ ଫେରସ୍ତକୁ କେନ୍ଦ୍ର କରି ଝଗଡା ହୋଇଥିବା ପୋଲିସ ତଦନ୍ତ ବେଳେ ଜାଣିବାକୁ ପାଇଛି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories