Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସେପ୍ଟେମ୍ବର ୫ରୁ ଆରମ୍ଭ ହେବ ଏସିଆ କପ

ନୂଆଦିଲ୍ଲୀ: ଚଳିତ ବର୍ଷ ଏସିଆ କପ୍ ୫ ସେପ୍ଟେମ୍ବରରୁ ଆରମ୍ଭ ହୋଇ ୨୧ ସେପ୍ଟେମ୍ବର ପର୍ଯ୍ୟନ୍ତ ଖେଳାଯିବା ନେଇ ସୂଚନା ମିଳିଛି। ତେବେ ଏଥର ଏସିଆ କପ ୟୁଏଇ (UAE) ରେ ଖେଳାଯିବା ନେଇ ଆଲୋଚନା ଚାଲିଛି। ବର୍ତ୍ତମାନ୍ ସୁଦ୍ଧା ମିଳିଥିବା ଗ୍ରୁପ୍ ପର୍ଯ୍ୟାୟ ଏବଂ ସୁପର-୪ ଫର୍ମାଟ୍ ଅନୁଯାୟୀ, ଏସିଆ କପରେ ଭାରତ ଏବଂ ପାକିସ୍ତାନର ପ୍ରଥମ ମ୍ୟାଚ୍ ୭ ସେପ୍ଟେମ୍ବରରେ ଖେଳାଯିବ । ଯଦି ଉଭୟ ଦଳ ସୁପର-୪ରେ ପହଞ୍ଚିଯାଆନ୍ତି ତେବେ ଉଭୟଙ୍କ ମଧ୍ୟ ରେ ଦ୍ୱିତୀୟ ମୁକାବିଲା ୧୪ ସେପ୍ଟେମ୍ବରରେ ଖେଳାଯିବ।

ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ଯେଉଁ ଉତ୍ତେଜନା ଲାଗି ରହିଛି ସେ ସବୁକୁ ଆଖିଆଗରେ ରଖି UAE ରେ ମ୍ୟାଚ ଖେଳାଯିବା ନେଇ ନିଷ୍ପତ୍ତି ନିଆଯାଇଛି। ଏହି ଟୁର୍ଣ୍ଣାମେଣ୍ଟରେ ୬ଟି ଦଳ ଅଂଶଗ୍ରହଣ କରିବେ। ତେବେ ୨୦୨୭ ମସିହାରେ ହେବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟ ପାକିସ୍ତାନରେ ODI ଫର୍ମାଟରେ ଖେଳାଯିବ। ସେହିପରି ବାଂଲାଦେଶ ରେ ୨୦୨୯ ମସିହାରେ ଏବଂ ଶ୍ରୀଲଙ୍କା ୨୦୩୧ ମସିହାରେ ଏହାକୁ ଆୟୋଜନ କରିବ। ତେବେ ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡ (BCCI) ଏବଂ ପାକିସ୍ତାନ କ୍ରିକେଟ୍ ବୋର୍ଡ (PCB) ନିଜ ନିଜ ସରକାରଙ୍କଠାରୁ ଏହି ଟୁର୍ଣ୍ଣାମେଣ୍ଟ ଖେଳିବା ପାଇଁ ପ୍ରାୟ ମଞ୍ଜୁରୀ ପାଇସାରିଛନ୍ତି।

ଚଳିତ ବର୍ଷ ଟୁର୍ଣ୍ଣାମେଣ୍ଟ  ଟି -୨୦ ଫର୍ମାଟରେ ଖେଳାଯିବ ଏବଂ ଏଥିରେ  ଭାରତ ସମେତ ପାକିସ୍ତାନ, ଶ୍ରୀଲଙ୍କା, ବାଂଲାଦେଶ, ଆଫଗାନିସ୍ତାନ ଏବଂ UAE ଦଳ ଅଂଶଗ୍ରହଣ କରିବେ। ଏହାକୁ ନେଇ ବର୍ତ୍ତମାନ୍ ସୁଦ୍ଧା କୌଣସି ସରକାରୀ ଘୋଷଣା କରାନ ହୋଇଥିଲେ ମଧ୍ୟ ସୁରକ୍ଷା କାରଣରୁ UAE ରେ ଟୁର୍ଣ୍ଣାମେଣ୍ଟ ହେବା ନେଇ ଆଲୋଚନା ଚାଲିଛି। ତେବେ ACC ଆଗାମୀ ୨ ରୁ ୩  ଦିନ ମଧ୍ୟରେ ଟୁର୍ଣ୍ଣାମେଣ୍ଟର କାର୍ଯ୍ୟସୂଚୀ ପ୍ରକାଶ କରିପାରେ।

ଏସିଆ କପ୍ ୧୯୮୪ରେ ଆରମ୍ଭ ହୋଇଥିବା ବେଳେ ଭାରତ ସର୍ବାଧିକ ୮ ଥର ଏସିଆ କପ୍ ଜିତିସାରିଛି। ସେହିପରି ଶ୍ରୀଲଙ୍କା ୬ ଥର ଓ ପାକିସ୍ତାନ ୨ ଥର ଜିତିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ