ସମ୍ବଲପୁର:ନାକଟିଦେଉଳ ମହାବିଦ୍ୟାଳୟ ଆନୁକୁଲ୍ୟ ରେ ତା୪.୭.୨୦୨୫ ରିଖ ଶନିବାର ଦିନ ନୂତନ ଭାରତ ନିର୍ମାଣ ରେ ଡ଼ ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ଅବଦାନ ସମ୍ପର୍କ ରେ ବକୃତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଅନୁଷ୍ଠାନ ର ଅଧ୍ୟକ୍ଷ ସୁଧୀର କୁମାର ସାହୁ ଙ୍କ ସଭାପତିତ୍ୱ ଓ ଅଧ୍ୟାପକ ଦେବେଶ କୁମାର ବିଶ୍ଵାଳ ଙ୍କ ପରିଚାଳନା ରେ ଅନୁଷ୍ଠିତ ଏହି ପ୍ରତିଯୋଗିତା ରେ ପାୟଲ ପରିମିତା ପ୍ରଧାନ, ସୁଜାତା ପ୍ରଧାନ,ଜୋସ୍ନାମୟୀ ନାୟକ, ଲକ୍ଷ୍ମୀପ୍ରିୟା ପ୍ରଧାନ,ଝୁମା ମାଝୀ ଓ ପପୁନ୍ ମାଝୀ ଭାଗ ନେଇଥିଲେ । ଅଧ୍ୟାପିକା ଆର୍ ପୁଷ୍ପାଞ୍ଜଳି, ଅଧ୍ୟାପକ ଶେଷ ଦେବ ବିଶ୍ଵାଳ, ଅଧାପିକା ଜୟନ୍ତୀ ସାହୁ ଓ ଲିଟିନା ପ୍ରିୟଦର୍ଶନୀ ବିଚାରକ ଭାବରେ ଯୋଗ ଦେଇଥିଲେ । ଏହି ପ୍ରତିଯୋଗିତା ରେ ପାୟଲ୍ ପ୍ରଥମ, ସୁଜାତା ଦ୍ୱିତୀୟ ଓ ଜ୍ୟୋସ୍ନାମୟୀ ୩ୟ ସ୍ଥାନ ଅଧିକାର କରିଥିଲେ ।
ନୂତନ ଭାରତ ନିର୍ମାଣ ରେ ଡକ୍ଟର ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ଅବଦାନ ସମ୍ପର୍କ ରେ ବକୃତା ପ୍ରତିଯୋଗିତା
