Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଭୋଜପୂର୍ ଜୁନିଅର୍ କଲେଜରେ ବନମହୋତ୍ସବ ପାଳିତ

ଜମନକିରା : ଜମନକିରା ବ୍ଲକ ଅନ୍ତର୍ଗତ ଭୋଜପୁର ସ୍ଥିତ ବି. ଆର୍.ଜି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ରେଡକ୍ରସ ଆନୁକୁଲ୍ୟରେ ବନମହୋତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି। ବିଦ୍ୟାଳୟର ଅଧ୍ୟକ୍ଷ ପ୍ରତାପ କୁମାର ମହାକୁଳଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ସାଂସଦ ପ୍ରତିନିଧି ରୁଦ୍ରପ୍ରତାପ ଦେବ ମୁଖ୍ୟଅତିଥି ଭାବରେ ଯୋଗଦେଇ ପରିବେଶର ସୁରକ୍ଷା ପାଇଁ ବ୍ୟାପକ ଭାବରେ ବୃକ୍ଷରୋପଣର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ। ପ୍ରକୃତି ବନ୍ଧୁ ତଥା କୁଟୁରଚୁଆ ଉଚ୍ଚ ମଧ୍ୟାମିକ ବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ସୁବାସ ଚନ୍ଦ୍ର ନାୟକ ମୁଖ୍ୟବକ୍ତା ଭାବରେ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ବୃକ୍ଷରୋପଣ ମାଧ୍ୟମରେ ପ୍ରକୃତିର ସୁରକ୍ଷା କିପରି କରାଯାଇପାରିବ ପରାମର୍ଶ ଦେଇଥିଲେ। ପରିବେଶବିତ୍ ଡାକ୍ତର ହୃଦାନନ୍ଦ ନାୟକ ସମ୍ମାନନୀୟ ଅତିଥି ଭାବରେ ଯୋଗଦେଇ ବନସଂରକ୍ଷଣ ପୂର୍ବକ ବନ୍ୟଜନ୍ତୁ ମାନଙ୍କ ସୁରକ୍ଷା କରିବାକୁ ପରାମର୍ଶ ଦେଇଥିଲେ। ଅଧ୍ୟାପକ ତପନ କୁମାର ଜୟପୁରିଆ ସଭା ପରିଚାଳନା କରିଥିବା ବେଳେ ବିଦ୍ୟାଳୟର ସମସ୍ତ ଅଧ୍ୟାପକ, ଅଧ୍ୟାପିକା ତଥା ଅଣଶିକ୍ଷକ କର୍ମଚାରୀ ସହଯୋଗ କରିଥିଲେ। ସଭା ଶେଷରେ ଅଧ୍ୟାପକ ଜନ୍ମେଜୟ କୁମୁରା ଧନ୍ୟବାଦ୍ ଅର୍ପଣ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ