Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗୁଣ୍ଡିଚା ମନ୍ଦିରରୁ ବାହୁଡ଼ିଲେ ଚତୁର୍ଧାମୂର୍ତ୍ତି, ଗୋବିନ୍ଦତୋଳାରୁ ଧନୁପାଲି ଉତ୍ସବ ମୁଖରିତ

ସମ୍ବଲପୁର:ଧନୁପାଲି ସ୍ଥିତ ଶ୍ରୀ ଶ୍ରୀ ଗୋପାଳଜୀ ମହାପ୍ରଭୁ ମନ୍ଦିରର ବୈଭବମୟ ରଥଯାତ୍ରା ପରେ ଆଜି ତାରିଖ ୦୫ ଜୁଲାଇ ୨୦୨୫ ରେ ବାହୁଡ଼ା ଯାତ୍ରା ଧାର୍ମିକ ଉତ୍ସାହ ଓ ଆନନ୍ଦ ଉଲ୍ଲାସ ର ପରିବେଶରେ ପାଳିତ ହୋଇଛି।
୨୬ ଜୁନ ୨୦୨୫ ରେ ଆରମ୍ଭ ହୋଇଥିବା ଘୋଷ ଯାତ୍ରା, ପହଣ୍ଡି, ରଥଯାତ୍ରା ଓ ମାଉସୀ ମାଁ ମନ୍ଦିର ପର୍ଯ୍ୟନ୍ତ ରଥ ଯାତ୍ରା ଅନୁଷ୍ଠାନ ପରେ ଏହି ବାହୁଡ଼ା ଯାତ୍ରା ମଧ୍ୟ ଏକ ଧାର୍ମିକ ଚେତନାର ଜୀବନ୍ତ ପ୍ରତିଚ୍ଛବି ରୂପେ ପ୍ରକାଶିତ ହୋଇଛି।
ବାହୁଡ଼ା ଯାତ୍ରା ଅବସରରେ ଚତୁର୍ଧା ମୂର୍ତ୍ତିଙ୍କୁ ନବବେଶ ପରିଧାନ କରାଯାଇ ପହଣ୍ଡି କରାଯିବା ପରେ, ରଥ ଟଣା ଶୁଭ ମୁହୂର୍ତ୍ତରେ ଆରମ୍ଭ ହୋଇ ଧନୁପାଲି ମନ୍ଦିରକୁ ମାଉସୀ ମାଁ ମନ୍ଦିର ରୁ ଅଣାଯାଇଛନ୍ତି। ପହଣ୍ଡି ସମୟରେ ଗୋବିନ୍ଦତୋଲା ମାଉସୀ ମାଁ ମନ୍ଦିର ରେ ଶ୍ରୀ ଲାଲ ମୋହନ ସାଠିଆ ଛାୟା ଗଜପତି ଭାବେ ଛେରା ପହରା କାର୍ଯ୍ୟ ସମ୍ପାଦନ କରିଥିଲେ। ପହଣ୍ଡି ଓ ଛେରା ପହରା କାର୍ଯ୍ୟ ରେ ଶ୍ରୀ ଗୌରିଦାସ ପଣ୍ଡା, ଅଜୟ କୁମାର ସାହୁ, ରଞ୍ଜିତ ରଥ, ଜୟନାରାୟଣ ଶତପଥୀ, ଦାଶରଥି ପାଣିଗ୍ରାହୀ, ଦୀପକ କୁମାର ପଣ୍ଡା, ପ୍ରକାଶ ପଣ୍ଡା, ଜଗନ୍ନାଥ ଆଚାର୍ଯ୍ୟ, ରୁଦ୍ର ଷଡ଼ଙ୍ଗୀ, ରାଜକିଶୋର ପୁରୋହିତ, ପ୍ରଦୀପ କୁମାର ପାଢ଼ୀ ପ୍ରମୁଖ ସହଯୋଗ କରିଥିଲେ। ଏହି ଅବସର ରେ ରାଷ୍ଟ୍ରୀୟ ସ୍ଵୟଂ ସେବକ ସଂଘ ର ଓଡ଼ିଶା ର ପୂର୍ବତନ ସଂଘ ପ୍ରମୁଖ ଶ୍ରୀ ବିପିନ ବିହାରୀ ନନ୍ଦ, ବିଜେପି ଜିଲ୍ଲା ସଭାପତି ଶ୍ରୀ ଗିରିଶ ପଟେଲ ଓ ବରିଷ୍ଠ ବିଜେପି ନେତା ଶ୍ରୀ ଶିବ କୁମାର ଅଗ୍ରୱାଲ ଆସି ରଥାରୂଢ଼ ଚତୁର୍ଦ୍ଧାମୂର୍ତ୍ତି ଙ୍କ ଦର୍ଶନ କରିଥିଲେ।
ଚତୁର୍ଧା ମୂର୍ତ୍ତିଙ୍କୁ ପହଣ୍ଡି କରା ଯାଇ ରଥାରୂଢ଼ କରା ଯିବା ପରେ ବିଧି ପୂର୍ବକ ରଥ ଟଣା ଅନୁଷ୍ଠିତ ହୋଇଥିଲା। ଗୋବିନ୍ଦତୋଲା ମାଉସୀ ମାଁ ମନ୍ଦିର ରୁ ରଥ ଟଣା ଯାଇ ରଥ ଶ୍ରୀ ଗୋପାଳଜୀ ମନ୍ଦିର କୁ ଅଣା ଯାଇ ଥିଲା। ରଥ ଟଣା କାର୍ଯ୍ୟ କୁ ଧନୁପାଲି ରଥଯାତ୍ରା ଉତ୍ସବ କମିଟି – ୨୦୨୫ ର ମୁଖ୍ୟ ସଂଯୋଜକ ଶ୍ରୀ ଶରତ ଚନ୍ଦ୍ର ପାଢ଼ୀ, କାର୍ଯ୍ୟକାରୀ ସଭାପତି ଦେବାଶିଷ ପୁରୋହିତ, ଉପସଭାପତି ସୌରଭ ରଞ୍ଜନ ମହାପାତ୍ର, ତପନ କୁମାର ଗୁରୁ, ଦିଲୀପ ମହାପାତ୍ର, ଅନିଲ କୁମାର ମିଶ୍ର, ପ୍ରଫୁଲ୍ଲ ଗୁରୁ, ଚୈତନ୍ୟ ନାୟକ, ବିଷ୍ଣୁ ପ୍ରସାଦ ଗୁରୁ, ଚକାନନ ମିଶ୍ର ଓ ଗଦାଧର ମିଶ୍ର ପ୍ରମୁଖ ମହତ୍ତ୍ୱପୂର୍ଣ୍ଣ ଭୂମିକା ନେଇଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ