ପରମାଣପୁର ହାଇ ସ୍କୁଲ ରେ ୭୬ତମବନମହୋତ୍ସବ


ସମ୍ବଲପୁର:ଆଜି ପରମାଣପୁର ଉଚ୍ଚ ବିଦ୍ୟାଳୟରେ ୭୬ତମ ବିନମହୋତ୍ସବ କାର୍ଯ୍ୟକ୍ରମ ପ୍ରଧାନ ଶିକ୍ଷକ ଶ୍ରୀ ତପନେଶ୍ୱର ସାହୁ ଙ୍କ ଅଧ୍ୟକତାରେ ଆୟୋଜିତ ହୋଇଯାଇଛି l ସମ୍ମାନିତ ଅତିଥି ଭାବରେ ରାଧେଶ୍ୟାମ ପଣ୍ଡା ଓ ମୁଖ୍ୟ ଅତିଥି ଭାବରେ ପରମାନପୁର ସରପଞ୍ଚ ମହେନ୍ଦ୍ର କୁମାର ନାଥ ଯୋଗଦାନ କରିଥିଲେ l ଏହି ଅବସରରେ ବିଦ୍ୟାଳୟର ୨୩୦ଜଣ ଛାତ୍ରଛାତ୍ରୀ ଭାଗ ନେଇଥିଲେ l ଛାତ୍ରଛାତ୍ରୀମାନେ ପ୍ଲାକାର୍ଡ -ବୃକ୍ଷ ହିଁ ଜୀବନ, ବୃକ୍ଷ ଲଗାନ୍ତୁ, ଜୀବନ ବଞ୍ଚାନ୍ତୁ ପରିବେଶ ସୁରକ୍ଷା ଜୀବନ ରକ୍ଷା ଓ ବେନର ଧରି ପରମାନପୁର ପଞ୍ଚାୟତ ସ୍ଲୋଗାନ ଦେଇ ସଚେତନତା ରାଲି କରିଥିଲେ l ଏହାପରେ ଛାତ୍ରଛାତ୍ରୀମାନେ ବିଦ୍ୟାଳୟର ପରିସରସରେ ବୃକ୍ଷାରୋପଣ କରିଥିଲେ l ଛାତ୍ରଛାତ୍ରୀ ମାନେ ଆମ୍ବ ଲିଚୁ,ପିଜୁଳି,ତେନ୍ତୁଳି,କରଞ୍ଜ, ଉକାଲିପଟାସ,ଆଁଳା,ହରିଡା ଇତ୍ୟାଦି ୧୦୦ଟି ଚାରା ରୋପଣ କରିଥିଲେ l ସମସ୍ତ ବୃକ୍ଷ ର ଯତ୍ନ ନେବାପାଇଁ ଅତିଥି ଗଣ ପ୍ରକାଶ କରିଥିଲେ l ଏଇ ସୃଷ୍ଟି ବୃକ୍ଷ ଯୋଗୁ ତିଷ୍ଠି ରହିଛି l ବୃକ୍ଷ ବିନା ଜୀବନ ଅସମ୍ଭବ ଏଣୁ ଏହାର ଆବଶ୍ୟକତା ରହିଛି ବୋଲି ଅତିଥିଗଣ ପ୍ରକାଶ କରିଥିଲେ l ଏହି ସମର୍ପଣ ଅନୁଷ୍ଠାନ ର ଆଲୋକ ଦାସ, ଟିକେଶ୍ୱର ପ୍ରଧାନ, ସତମନ ବାଗ,ବିଦ୍ୟାଳୟର ଶିକ୍ଷୟିତ୍ରୀ ସୁନିତା ସାହୁ, ରିମା ଘିବେଲା, ଜ୍ୟୋତିର୍ମୟୀ ଝାଙ୍କର, ଶିକ୍ଷକ ଅଶୋକ କୁମାର ସାହୁ, ବିଶ୍ୱଜିତ ସାହୁ, ସମ୍ବିତ ସୌମ୍ୟରଞ୍ଜନ ସାହୁ ଓ ମୁନୁ ସେଠ ସହଯୋଗ କରିଥିଲେ।