Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ହୀରାକୁଦ ନଦୀବନ୍ଦ ରୁ ପ୍ରଥମ ଜଳ ନିଷ୍କାସନ:ପର୍ଯ୍ୟାୟ କ୍ରମେ ଖୋଲିଲା ୧୨ ଗେଟ

ସମ୍ବଲପୁର:ଆଜି ହୀରାକୁଦ ନଦୀବନ୍ଧ ରୁ ପ୍ରଥମ ବନ୍ୟାଜଳ ନିଷ୍କାସନ ହୋଇଛି। ଦିନ ୧୦ଟାରେ ପୂଜାର୍ଚ୍ଚନା ପରେ ୧୦. ୧୫ମିନିଟରେ ପ୍ରଥମ ଗେଟ ଖୋଳାଯାଇ ପର୍ଯ୍ୟାୟ କ୍ରମେ ୧୨ ଟି ଗେଟ ଖୋଲାଯାଇଛି। ଏହି ସମୟରେ ନଦୀବନ୍ଧରେ ୬୦୯ ଦଶମିକ ୫. ୪ ଫୁଟ ଜଳ ରହିଥିଲା।
ଆସନ୍ତା ୪୦ ଘଣ୍ଟା ମଧ୍ୟରେ ନରେଜ ଡ୍ୟାମରେ ଏହି ବନ୍ୟା ଜଳ ପ୍ରବେଶ କରିବାକୁ ଥିବାବେଳେ ସେଭଳି ବନ୍ୟା ପରିସ୍ଥିତି ଉପୁଜିବାର ଆଶଙ୍କା ନଥିବା ବିଭାଗୀୟ ସୂତ୍ରରୁ କୁହାଯାଇଛି। ମିଳିଥିବା ସୂଚନାମତେ ବୁର୍ଲା ପଟୁ ୪ ଓ ହୀରାକୁଦ ପଟରୁ ୮ ଟି ଗେଟ ଖୋଲାଯାଇଛି। ଉପରେ ମୁଣ୍ଡରେ ପ୍ରବଳ ବର୍ଷା ହୋଇଥିବାରୁ କୁଚିଣ୍ଡା ଓ ସୁନ୍ଦରଗଡ଼ର ଏହି ବନ୍ୟାଜଳ ଭେଡେନ ଓ ଇବ ନଦୀ ରୁ ନଦୀବନ୍ଧରେ ପ୍ରବେଶ କରୁଛି। ଜୁଲାଇ ମାସ ଶେଷ ସୁଦ୍ଧା ୬୦୫ ଫୁଟ ଜଳ ନଦୀବନ୍ଧରେ ରଖାଯିବା ନିଷ୍ପତ୍ତି ହୋଇଥିବାରୁ ଛତିଶଗଡ ପଟୁ ଯଦି ବନ୍ୟାଜଳ ପ୍ରବେଶ କରେ ତେବେ ଆଗକୁ ପରିସ୍ଥିତିକୁ ଦେଖି କମ ବେଶୀ ଗେଟ ଖୋଲାଯିବା ନେଇ ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ। ପ୍ରଥମ ବନ୍ୟା ଜଳ ନିଷ୍କାସନ ସମୟରେ ସୁରକ୍ଷା ବ୍ୟବସ୍ଥାକୁ ଆଖିଆଗରେ ରଖି କଟକଣାକୁ ଚଳିତ ବର୍ଷ କଡାକଡି ପାଳନ କରାଯାଇଥିଲା। ସୁରକ୍ଷାକୁ ଆଖି ଆଗରେ ରଖି କୌଣସି ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ମଧ୍ୟ୍ୟ ଭିଡିଓ ଓ ଫଟୋଗ୍ରାଫ ପାଇଁ କଟକଣା ଜାରି କରାଯାଇଥିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ