Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବାହୁଡିଲେ ମହାପ୍ରଭୁ:ସୁପ୍ରୀୟା ମାର୍ଗ ଦୀନବନ୍ଧୁ ନଗର ରେ ରଥଯାତ୍ରା

ସମ୍ବଲପୁର:ଆଜି ପବିତ୍ର ବାହୁଡ଼ା ଯାତ୍ରା ଅବସରରେ ସୁପ୍ରୀୟା ମାର୍ଗ ଦୀନବନ୍ଧୁ ନଗର ରେ ଗତ ୨୪ ବର୍ଷ ଧରି ଅନୁଷ୍ଠିତ ହେଉଥିବା ରଥଯାତ୍ରା ଆଜି ମାଉସୀ ମନ୍ଦିରରୁ ମହାବାହୁ ଜଗତର ନାଥ ଜଗନ୍ନାଥ ସ୍ବ ଗୃହ କୁ ପ୍ରତ୍ୟାବର୍ତ୍ତନ କରିଥାନ୍ତି ! ଆଷାଢ଼ ଶୁକ୍ଳ ପକ୍ଷ ଦ୍ଵିତୀୟା ପରଠାରୁ ନବମୀ ପର୍ଯ୍ୟନ୍ତ ମହାପ୍ରଭୁଙ୍କ ବିଭନ୍ନ ବେଶ ସହିତ ପ୍ରତ୍ୟହ ଭଜନ, କୀର୍ତ୍ତନ, ପ୍ରବଚନ ଆଦି ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଥିଲା।
ଏହି ପରିପ୍ରେକ୍ଷୀରେ ଡାକ୍ତର ଦିବସ ପାଳନ କରାଯାଇ ଡାକ୍ତର ପ୍ୟାରୀ ଲାଲ ତ୍ରିପାଠୀ ଓ ଅନ୍ୟ ଡାକ୍ତର ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।
ବିଭିନ୍ନ ଦିବସରେ ଇସ୍କନ ର ମୁଖ୍ୟ ରସରାଜ ରାଧିକେଶ ଦାଶ,ସୁ ମଧୂର ପ୍ରଭୁ, ଅଭିଜିତ କ୍ରିଷ୍ଣା ପ୍ରଭୁ, ନିଗମାନନ୍ଦ ବିହାର କୀର୍ତ୍ତନ,ଆଦି ଏବଂ ମା ଶିବାନୀ ଗୃପ ଦ୍ଵାରା ଭଜନ ସଂଧ୍ୟା,ନିର୍ମଳ କିଶୋର କର ଏବଂ ଅଶୋକ ପସାଏତ ଙ୍କ ଭଜନ କାର୍ଯ୍ୟକ୍ରମ ଆଦି ସାଂସ୍କୃତିକ ସଂଧ୍ୟା ରେ ଆଖପାଖ ଅଞ୍ଚଳର ଶତାଧିକ ଭକ୍ତ ଶ୍ରୋତା ମଣ୍ଡଳୀ ଯୋଗଦେଇ ଶ୍ରୀ ଜଗନ୍ନାଥଙ୍କ କଥାମୃତ ପାନ କରିଥିଲେ।ତୃତୀୟା ଠାରୁ ନବମୀ ପର୍ଯ୍ୟନ୍ତ ପ୍ରତ୍ୟହ ଶହ ଶହ ଭକ୍ତ ମାନଙ୍କ ପାଇଁ ମହାଭୋଗ ର ବ୍ୟବସ୍ଥା କରାଯାଇଥିଲା ! ବାହୁଡା଼ ଦିନ ମାଉସି ମା ମନ୍ଦିର ରେ ଆଳତୀ ପରେ ସମାଜ ସେବୀ ଶ୍ରୀମତୀ କଳ୍ପନା ଷଢଙ୍ଗୀ ଯୋଗଦାନ କରି ସମବେତ ଭକ୍ତ ଙ୍କ ସହ ରଥ ଟାଣି ଥିଲେ। ଏହା ପୂର୍ବରୁ ବରଗଡ଼ ବିଧାୟକ ଅଶ୍ୱିନୀ ଷଡ଼ଙ୍ଗୀ ଦ୍ବିତୀୟା ଦିନ ରଥଟାଣି ଶୁଭାରମ୍ଭ କରିଥିଲେ।
ନିଗମାନଦ ଦୁର୍ଗା ମଣ୍ଡପ ରେ ରଥ କୁ ଭବ୍ୟ ସ୍ୱାଗତ କରି ଗୌନ୍ତିଆ ଶ୍ରୀ ବିଦ୍ୟାଧର କର, ପ୍ରତାପ ପଟନାୟକ, ପ୍ରହଲ୍ଲାଦ ମହାପାତ୍ର, ହରିବନ୍ଧୁ ଦାଶ ଓ ପଡlବାସୀ ଙ୍କ ଆଳତୀ ପରେ ରଥ ଟଣା ହୋଇ ବିଜୟ-କାଞ୍ଚନ ନିବାସ ରେ ୧୧୦୦ ମହା ଆଳତୀ ପରେ ପ୍ରଭୂ ତାଙ୍କ ନିବାସ ରେ ଅବସ୍ଥାନ କରି ଥିଲେ। ସମବେତ ଭକ୍ତ ଙ୍କ ପାଇଁ ମହା ପ୍ରସାଦ ର ବ୍ୟବସ୍ଥା କରlଯାଇ ଥିଲା।
ଏ ସମସ୍ତ କାର୍ଯ୍ୟକ୍ରମ ରେ ପଡା ବାସୀଙ୍କ ପକ୍ଷରୁ ସର୍ବଶ୍ରୀ ଲିଙ୍ଗରାଜ ଦାଶ,କେଦାର ମିଶ୍ର, ବିକ୍ରମାଦିତ୍ୟ ମିଶ୍ର, ପ୍ରଭାତାଦିତ୍ୟ ମିଶ୍ର, ସନ୍ତୋଷ ଦେବତା, ପଦ୍ମିନୀ ବେହେରା, ବବିତା ପ୍ରଧାନ, ଚିତ୍ତ ରଞ୍ଜନ ମିଶ୍ର, ସୋମ୍ୟରଞ୍ଜନ ଦେବତା, ମୋହନ ଅଗ୍ରୱାଲ, ଅତୁଳ ଅଗ୍ରୱାଲ, ଛିନୁ ପାଣିଗ୍ରାହୀ,ସୁମିତ ଦାଶ, ଦେବାଶିଷ ରଥ, ନିମାଇଁ ରଥ, ପ୍ରତାପ ପ୍ରଧାନ, ତନ୍ମୟ ମିଶ୍ର, ତ୍ରିନାଥ ତ୍ରିପାଠୀ,ସଂଜୀବ ମହାପାତ୍ର,ଅମିତ ପଧାନ,ଚିନ୍ମୟ ମିଶ୍ର,ନିଗମାନଦ କମିଟି ରୁ ଟିକେଲାଲ ନାୟକ,ସଦାଶିବ ସାହୁ, ପ୍ରଦୀପ ସାହୁ ଭାରତୀ ନଗର କମିଟି ରୁ ପଣ୍ଡିତ କୁଳମଣି ମହାପାତ୍ର, କୁଶ ପ୍ରଧାନ, ବିନୋଦ ପଣ୍ଡା,ବରିଷ୍ଠ ନାଗରିକ ସଂଘ ପକ୍ଷରୁ ଦେବୀ ପଟ୍ଟନାୟକ, କୃଷ୍ଣ ପଟ୍ଟନାୟକ, ତୁଳସୀ ଚରଣ ଦାଶ,ଗୋବିନ୍ଦ ଦାଶ ଓ ଆହୁରି ଅନେକ ଯୋଗଦେଇ ସହଯୋଗ କରିଥିଲେ।
ଆସନ୍ତା ବର୍ଷ ରୌପ୍ୟ ଜୟନ୍ତୀ ଉପଲକ୍ଷେ ଅଧିକ ଆକର୍ଷଣୀୟ କରାଯିବ ବୋଲି ଭକ୍ତ ଶ୍ରୀ କେଦାର ମିଶ୍ର ସୂଚନା ପ୍ରଦାନ କରିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories