Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ନିଜେ ଖୁସି ରହି ଅନ୍ୟକୁ ଖୁସି ବାଣ୍ଟିବା ଉଚିତ:ଯୋଗ ସଚେତନତା କାର୍ଯ୍ୟକ୍ରମ

ସମ୍ବଲପୁର:ସମ୍ବଲପୁର ଜେଲଛକ ନିକଟସ୍ଥ କମିଶନର କଲୋନୀ ପଡିଆ ଠାରେ ଯୋଗ ପରିବାର, ସମ୍ବଲପୁର ପକ୍ଷରୁ ରବିବାର ଯୋଗ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ପାରାଦ୍ୱୀପ ଫସଫେଟ ଲିମିଟେଡ଼ ସମ୍ବଲପୁର ମୁଖ୍ୟ ପରିଚାଳକ ସଂଜୀବ କୁମାର ଦାଶ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ସେ ଯୋଗ ପରିବାର ପକ୍ଷରୁ ପ୍ରତିଦିନ ଭୋର ସାଢେ ୫ ଟାରୁ କମିଶନର କଲୋନୀ ପଡିଆ ଠାରେ ନିଶୁଲ୍କ ଯୋଗ ଶିବର ଆୟୋଜନ କରିବା ସହ ଲୋକଙ୍କୁ ସୁସ୍ଥ ରଖତ୍ବାକୁ ସଚେତନା କାଯର୍‌ୟକ୍ରମ ମାନ ଆୟୋଜନ କରୁଥିବାରୁ ପରିବାର ସଦସ୍ୟଙ୍କୁ ପ୍ରଶଂସା କରିଥିଲେ । ଜୀବନରେ ନିଜେ ଖୁସି ରହି ଅନ୍ୟ ମାନଙ୍କୁ ଖୁସି ରଖତ୍ବାକୁ ଚେଷ୍ଟା କରିବାକୁ ଶ୍ରୀ ଦାଶ ପରାମର୍ଶ ହେଇଥିଲେ । ନିଜେ ମଧ୍ୟ ଯୋଗ ଦ୍ୱାରା ଅନେକ ସୁଫଳ ପାଇ ପାରିଥିବା ନିଜ ଅନୁଭୂତିରୁ କହିଥିଲେ । ଯୋଗର ପ୍ରସାର ପାଇଁ ପ୍ରଶାସନ ପକ୍ଷରୁ ସହରର ବିଭିନ୍ନ ସ୍ଥାନରେ ଯୋଗ କରିବା ପାଇଁ ସ୍ବତନତ୍ର ବ୍ୟବସ୍ଥା କରିବାକୁ ସେ ଅନୁରୋଧ କରିଥିଲେ । ଏହି ଅବସରରେ ଯୋଗ ଗୁରୁ ଟିକେଲାଲ ଭୋଇ ବର୍ଷା ସମୟରେ ଲୋକେ ସକାଲୁ ଚଳାବୁଲା ଏବଂ ଖେଳକୁଦ ବନ୍ଦ କରିଦେଉଥିବା ବେଳେ ଘରେ ଯୋଗାଭ୍ୟାସ କରିବାକୁ ପରାମର୍ଶ ଦେଇଥିଲେ । କମ ସ୍ଥାନରେ ଯେ କାୈଣସି ପରିସ୍ଥିତିରେ ଯୋଗକୁ ଜୀବନର ଅଙ୍ଗ ଭାବେ ଅଭ୍ୟସ କରିବାକୁ ଯୋଗଗୁରୁ ପରାମର୍ଶ ଦେଇଥିଲେ । ଏହି ଅବସରରେ ମୁଖ୍ୟ ଅତିଥି ସଂଜୀବ ଦାଶ ଏବଂ ତାଙ୍କ ଧର୍ମପତ୍ନି ସରିତା ଦାଶଙ୍କୁ ଯୋଗ ପରିବାର ପକ୍ଷରୁ ଉପଢୋକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ବରିଷ୍ଠ ସଦସ୍ୟ ହରିହର ମିଶ୍ର, ଅଶୋକ ସାହୁ,ବିଚିତ୍ରାନନ୍ଦ ଆଚାର୍ଯ୍ୟ ଏବଂ ସ୍ବରୂପ ପାତ୍ର ଅଭିଭାଷଣ ପ୍ରଦାନ କରିଥିଲେ । କାଯର୍‌ୟକ୍ରମକୁ ଯୋଗ ପରିବାର ସଦସ୍ୟ ସୁଧୀର ମିଶ୍ର ପରିଚାଳନା କରିଥିଲେ । ଶେଷରେ ବରିଷ୍ଠ ସଦସ୍ୟ ପ୍ରଦୀପ୍ତ କିଶୋର ସୁଶାରୀ ଧନ୍ୟବାଦ ଅର୍ପଣ କରିଥିଲେ । କାଯର୍‌ୟକ୍ରମ ଆୟୋଜନରେ ଯୋଗ ପରିବାର ରାକ୍ଷୀ ମିଶ୍ର,ପ୍ରଜ୍ଞା ହୋତା, ପରିନିତା ବର୍ମା, ବିରଞ୍ଚି ନାୟକ, ବିକାଶ ତ୍ରିପାଠୀ, ମାନସ ହୋତା, ବିଜୟ ବର୍ମା, ମନୋଜ ପଣ୍ଡା, କ୍ଷିତୀଶ ବିଶ୍ୱାଳ, ଭଗବାନ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।