Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଦାରୁଦେବତା ଉନ୍ମୋଚିତ:ଜଗନ୍ନାଥ ସଂସ୍କୃତି ର ପ୍ରଚାର ପ୍ରସାରର ଆବଶ୍ୟକତା ରହିଛି -ଆଇଜି ହିମାଂଶୁ ଲାଲ

ସମ୍ବଲପୁର:ପବିତ୍ର ରଥଯାତ୍ରା ଅବସରରେ ଶ୍ରୀ ବ୍ରଜ ଗିରିରାଜ ସେବା ସଂସ୍ଥାନ ଟ୍ରଷ୍ଟ ପକ୍ଷରୁ ପ୍ରକାଶିତ ଦାରୁଦେବତା ସୁନାବେଶ ତିଥିରେ ଶ୍ରୀ ଶ୍ରୀ ଗୋପାଳଜୀ ମଠ ପ୍ରାଙ୍ଗଣ ପଡିଆରେ ଆୟୋଜିତ ଭଜନ ସମାରୋହ ଉତ୍ସବ ରେ ଉନ୍ମୋଚିତ ହୋଇଯାଇଛି।
ଆୟୋଜିତ ସଭାରେ ମୁଖ୍ୟଅତିଥି ଭାବେ ଉତ୍ତରାଞ୍ଚଳ ଆଇଜି ହିମାଂଶୁ କୁମାର ଲାଲ ଯୋଗଦେଇ ବିଶ୍ୱ କଲ୍ୟାଣ ପାଇଁ ଜଗନ୍ନାଥ ସଂସ୍କୃତି ର ବହୁଳ ପ୍ରଚାର ଓ ଆବଶ୍ୟକତା ସମୟରେ ଦାରୁଦେବତା ପ୍ରକାଶନ ଏକ ସଫଳ ପ୍ରୟାସ ବୋଲି କହିଥିଲେ।ଟ୍ରଷ୍ଟ ସଭାପତି ସୌରଭ ରଞ୍ଜନ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସଭାରେ ଟ୍ରଷ୍ଟର ମୁଖ୍ୟ ଉପଦେଷ୍ଟା ବିପିନ ବିହାରୀ ନନ୍ଦ ଯୋଗଦେଇ ଦାରୁଦେବତା ପ୍ରକାଶନକୁ ଭୁୟସୀ ପ୍ରଶଂସା କରି ଏଭଳି ଉଦ୍ୟମ ଜାରି ରଖିବାକୁ ପରାମର୍ଶ ଦେଇଥିଲେ।ପତ୍ରିକାର ସମ୍ପାଦକ ଡାକ୍ତର ରାଜାରାମ ଷଡ଼ଙ୍ଗୀ ସଭା କାର୍ଯ୍ୟକୁ ପରିଚାଳନା କରିଥିବା ବେଳେ ଅବସରପ୍ରାପ୍ତ ଶିକ୍ଷୟତ୍ରୀ ଶ୍ରୀମତୀ ଶେଫାଳି ରାଣୀ ଦାଶ ସ୍ୱାଗତ ଭାଷଣ ଦେବା ସହ ଅତିଥି ନିମନ୍ତ୍ରଣ କରିଥିଲେ।
ସଭାରେ ନିମନ୍ତ୍ରିତ ଅତିଥି ଭାବରେ ଶିକ୍ଷାବିତ ରାଜେନ୍ଦ୍ର କୁମାର ପଣ୍ଡା, ସମ୍ବଲପୁର ବିଚାର ମଞ୍ଚ ଆବାହକ ବେଣୁଧର ଦାଶ, ଏସଵିଆଇ ଧନୁପାଲି ଶାଖା ପରିଚାଳକ ସୁବ୍ରତ କୁମାର ବାଗ ଯୋଗ ଦେଇଥିବା ବେଳେ ଗୋପାଳଜୀ ମନ୍ଦିର ଟ୍ରଷ୍ଟ ସଭାପତି ବିଦେଶୀ ସାନବଡ଼,ଗୁଣ୍ଡିଚା ମନ୍ଦିର କମିଟି କାର୍ଯ୍ୟକାରୀ ସଭାପତି ପ୍ରଦୀପ ପାଢ଼ୀ,ସଂଯୋଜକ ଅଜୟ କୁମାର ସାହୁ,ଟ୍ରଷ୍ଟ ଉପଦେଷ୍ଟା ଶରତ ଚନ୍ଦ୍ର ପାଢ଼ୀ, ସୁରଜ କୁମାର ଗୁରୁ, ଚୈତନ୍ୟ ନାୟକ,ଦିଲୀପ ମହାପାତ୍ର ପ୍ରମୁଖ ଯୋଗ ଦେଇଥିବା ବେଳେ ମୁଖ୍ୟ ସଂଯୋଜକ ଦେବାଶିଷ ପୁରୋହିତ ଧନ୍ୟବାଦ ଅର୍ପଣ କରିଥିଲେ।
ପ୍ରାରମ୍ଭରେ ପଣ୍ଡିତ ମନମୋହନ ପାଣିଗ୍ରାହୀ ଓ ପଣ୍ଡିତ ଅସିତ କୁମାର ଦେ ଙ୍କ ପୌରାହିତ୍ୟରେ ହୋଇଥିବା ଚତୁର୍ଦ୍ଦାମୂର୍ତ୍ତି ମହା ଆଳତିରେ ଆଇଜି ଶ୍ରୀ ଲାଲଙ୍କ ସହିତ ଶ୍ରୀ ନନ୍ଦ ପ୍ରମୁଖ ଯୋଗ ଦେଇଥିଲେ। ସଭା ପରେ ଜଗବନ୍ଧୁ ମୁଦୁଲିଙ୍କ ଟିମ ପକ୍ଷରୁ ଭଜନ ସନ୍ଧ୍ୟା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ