Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବୁଥ୍‌ ସ୍ତରୀୟ ଅଧିକାରୀଙ୍କ ପାଇଁ ଜାତୀୟ ସ୍ତରୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ

ସମ୍ବଲପୁର:ଆଜି ସମ୍ବଲପୁର ମହାନଗର ନିଗମ ର ସମ୍ମିଳନୀ କକ୍ଷ ଠାରେ ବୁଥ୍‌ ସ୍ତରୀୟ ଅଧିକାରୀଙ୍କ ଏକ ଜାତୀୟ ସ୍ତରୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ନିର୍ବାଚନ ସଂପର୍କୀୟ ବିଭିନ୍ନ ନିୟମାବଳୀ, ଓ ବୁଥ୍‌ ସ୍ତରୀୟ ଅଧିକାରୀଙ୍କ ଭୂମିକା ଓ ଦାୟିତ୍ୱ ବିଷୟରେ ବିସ୍ତୃତ ଆଲୋଚନା ହୋଇଥିଲା।ପ୍ରଶିକ୍ଷଣରେ ବିଶେଷତଃ ଆସନ ସଂଶୋଧନ ପ୍ରକ୍ରିୟା ଆପ୍‌ ବ୍ୟବହାର, ତଥା ମାନ୍ୟ ନିର୍ବାଚନ ଆୟୋଗଙ୍କ ଦ୍ୱାରା ଜାରି କରାଯାଇଥିବା ଆଇନ ଓ ନିୟମାବଳୀ ବିଷୟରେ ଅଧିକାରୀ ମାନଙ୍କୁ ଅବଗତ କରାଯାଇଥିଲା। ଏହି ପ୍ରଶିକ୍ଷଣ ସେସନ୍‌ର ଶେଷରେ ଅଂଶଗ୍ରହଣକାରୀ ବୁଥ୍‌ ସ୍ତରୀୟ ଅଧିକାରୀ ମାନଙ୍କ ପାଇଁ ଏକ ପରୀକ୍ଷା ମଧ୍ୟ କରାଯାଇଥିଲା।ଉକ୍ତ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ରେ ସମ୍ବଲପୁର, ସଦର ଉପଜିଲ୍ଲାପାଳ ଡ. ପୁଷ୍ପାଞ୍ଜଳି ପଣ୍ଡା,ଡେପୁଟି କମିଶନର ସୀମା ସବିତା କୁଲ୍ଲୁ, ବୁଥ୍‌ ସ୍ତରୀୟ ଅଧିକାରୀ ଙ୍କ ସୁପରଭାଇଜର ମମତା ସାହୁ, ଡେପୁଟି କଲେକ୍ଟର ଇଲେକ୍ସନ ଜ୍ଞାନରଞ୍ଜନ ମାଝି, ସହକାରୀ ଜିଲ୍ଲାପାଳ ସୁଶାନ୍ତ ନାଏକ,ସମସ୍ତ ବୁଥ୍‌ ସ୍ତରୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ