Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଓଡିଶା ରାଜ୍ୟ ବିପର୍ଯ୍ୟୟ ତ୍ୱରିତ କାର୍ଯ୍ୟ ବାହିନୀ ଇଉନିଟ୍(ଓଡ୍ରାପ୍ଟ)ନୂତନ ପଦ ସୃଷ୍ଟି ପାଇଁ ଅନୁମୋଦନ, ସମ୍ବଲପୁର ପାଇଁ ୪୫ ପଦବୀ

ସମ୍ବଲପୁର:ରାଜ୍ୟରେ ଜରୁରୀ କାଳୀନ ପରିସ୍ଥିତି ରେ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ସଫଳ ଉଦ୍ଧାର କାର୍ଯ୍ୟାନୁଷ୍ଠାନ ନିମିତ୍ତ ରାଜ୍ୟ ସରକାର ଦ୍ୱାରା ବଡ ପଦକ୍ଷେପ ଗ୍ରହଣ କରାଯାଇଛି। ସମ୍ବଲପୁର ପାଇଁ ୪୫ (ଇନସ୍ପେକଟର (ଆର୍ମେଡ଼) -୧ , ସବ ଇନସ୍ପେକଟର (ଆର୍ମେଡ଼) – ୧ , ଆସିଷ୍ଟାଣ୍ଟ ସବ ଇନସ୍ପେକଟର (ଆର୍ମେଡ଼)- ୧, ହାବିଲଦାର ୯, ସେପୟସ/କନଷ୍ଟେଵଲେ ୩୧, ଡ୍ରାଇଭର ହାବିଲଦାର ୧, ଡ୍ରାଇଭର ୧)ଟି ୟୁନିଟ୍ ଏଥିରେ ଅନୁମୋଦନ ପାଇଛି।
ଏହି ପଦସମୂହ ଏକ ନୂତନ ୧୦ଟି ଓଡିଶା ରାଜ୍ୟ ବିପର୍ଯ୍ୟୟ ତ୍ୱରିତ କାର୍ଯ୍ୟ ବାହିନୀ (ଓଡ୍ରାଫ) ଇଉନିଟ୍ ସ୍ଥାପନ ପାଇଁ ସୃଷ୍ଟି କରାଯାଇଛି। ଏହି ନୂତନ ପଦସମୂହ ନିୟମିତ ନିଯୁକ୍ତି ନିୟମାବଳୀ ଓ ଓଆରଭି ଆଇନ ଅନୁଯାୟୀ ସ୍ୱଚ୍ଛ ଏବଂ ପାରଦର୍ଶୀ ଭାବରେ ପୂରଣ କରାଯିବ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ