Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନନ୍ଦ ବିଶ୍ୱାଳଙ୍କ ଝିଅ ବସୁନିତା ବିଶ୍ୱାଳ ବିଜେଡି ଛାଡିଲେ

ସମ୍ବଲପୁର:ବିଜୁ ଜନତା ଦଳ(ବିଜେଡି)ର କାନ୍ଧ ଛାଡିଛନ୍ତି ସୁନିତା ବିଶ୍ୱାଳ। ଫଳରେ ଦଳକୁ ଲାଗିଛି ବଡ଼ ଝଟ୍‌କା। ଦଳରୁ ବୁଧବାର ସେ ଇସ୍ତଫା ଦେଇଛନ୍ତି । ବିଜେଡିର ପ୍ରାଥମିକ ସଦସ୍ୟତା ପଦରୁ ଇସ୍ତଫା ଦେଇଥିବା ଜଣାପଡ଼ିଛି। ତେବେ ବ୍ୟକ୍ତିଗତ କାରଣ ଦର୍ଶାଇ ସେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଇସ୍ତଫା ପତ୍ର ପଠାଇଛନ୍ତି। ତେବେ ସୁନୀତା ୨୦୧୯ ନିର୍ବାଚନରେ ସୁନ୍ଦରଗଡ଼ ଆସନରୁ ଲଢ଼ିଥିଲେ।ସୁନିତା ହେଉଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନନ୍ଦ ବିଶ୍ୱାଳଙ୍କ ଝିଅ।
ତେବେ କଂଗ୍ରେସର ରାହୁଲ ଗାନ୍ଧୀଙ୍କ ଓଡିଶା ଗସ୍ତ ପୂର୍ବରୁ ସେ ବିଜେଡିରୁ ଇସ୍ତଫା ଦେଇଥିବା ଚର୍ଚ୍ଚା ଯୋର ଧରିଛି।ଓଡ଼ିଶାରେ ବିଜେଡି ଦିନକୁ ଦିନ ଦୁର୍ବଳ ହେଉଥିବା କାରଣରୁ ନିଜର ରାଜନୈତିକ ଭବିଷ୍ୟତ ଦେଖି ସେ ବିଜେଡିରୁ ଦୁରେଇ ରହିବାକୁ ଏକ ପ୍ରକାର ନିଷ୍ପତ୍ତି ନେଇଥିବା ଅନୁମାନ କରାଯାଉଥିବା ବେଳେ ଆଗକୁ ସେ କଣ ନିଷ୍ପତ୍ତି ନେବେ ଜଣା ପଡ଼ିନଥିଲେ ସୁଦ୍ଧା ଆଗକୁ ଓଡ଼ିଶାରେ ବିଜେପି ଦଳର ବିକଳ୍ପ ଭାବେ କଂଗ୍ରେସ ନିଜର ବଳ କଷୁଥିବା ଯୋଗୁଁ ସେ ପୁଣି ନିଜ ଘରକୁ ଫେରିଆସି କଂଗ୍ରେସର ମଙ୍ଗ ଧରିବେ ବୋଲି ରାଜନୈତିକ ବିଶାରଦ ମନେ ଗଣନା କରୁଛନ୍ତି। ରାହୁଲ ଗାନ୍ଧୀଙ୍କ ଓଡିଶା ଗସ୍ତ ପୂର୍ବରୁ ସୁନିତାଙ୍କ ଇସ୍ତଫା ଯୋଗୁଁ ଏଭଳି କିଛି ହେବାର ସମ୍ଭାବନା ଉପରେ ଆକଳନ କରାଯାଉଥିଲେ ସୁଦ୍ଧା ଅଳ୍ପ କିଛିଦିନ ଭିତରେ ସୁନିତାଙ୍କ ଆଗାମୀ ଲକ୍ଷ ନେଇ ସ୍ପଷ୍ଟ ହୋଇଯିବ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ