Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଜନ ସଂଖ୍ୟା ଅନୁପାତରେ ଜଙ୍ଗଲ ଓ ବନ୍ୟ ପ୍ରାଣୀ ବୃଦ୍ଧି ଶୀର୍ଷକ ଆଲୋଚନା

ସମ୍ବଲପୁର /କୁଚିଣ୍ଡା:କୁଚିଣ୍ଡା ବ୍ଲକ ହାଡ଼ିପାଲି ସରକାରୀ ଗ୍ରାମ ଜଙ୍ଗଲ ଓ ବନ୍ୟ ପ୍ରାଣୀ ପଞ୍ଚାୟତ ବିଦ୍ୟାଳୟ ପରିସରରେ ଏହି ଅଞ୍ଚଳର ସ୍କୁଲ ସମୂହ କୁ ନେଇ ବିଶ୍ଵ ଜନ ସଂଖ୍ୟା ଦିବସ ଓ ବନ ମହୋତ୍ସବ ଉପଲକ୍ଷେ ‘ ଜନ ସଂଖ୍ୟା ଅନୁପାତରେ ଜଙ୍ଗଲ ଓ ବନ୍ୟ ପ୍ରାଣୀ ର ବୃଦ୍ଧି ‘ ଶୀର୍ଷକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇ ଯାଇଛି । ହାଇ ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ କରୁଣାକର ଧନୱର୍ ଙ୍କ ସଭାପତିତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ ପରିବେଶ ବିତ ଓ ସମାଜସେବୀ ସୁବାସ ଚନ୍ଦ୍ର ନାୟକ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ବଣ ଓ ବନ୍ୟପ୍ରାଣୀ କିପରି ମାନବ ସମାଜର ବନ୍ଧୁ ତାହା ଉଲ୍ଲେଖ କରି ଉଭୟର ସଂଖ୍ୟା ବୃଦ୍ଧି ଓ ମଣିଷର ସଂଖ୍ୟା ହ୍ରାସ ପାଇଁ ଆହ୍ବାନ ଦେଇଥିଲେ । ଅବସର ପ୍ରାପ୍ତ ଉଦ୍ୟାନ ବିଭାଗ ଯନ୍ତ୍ରୀ ରବୀନ୍ଦ୍ର କୁମାର ଦାସ ଓ ପୂର୍ବତନ ଫରେଷ୍ଟର ଶେଖର ବନମାଳୀ ନମଦେଓ ମଧ୍ୟ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ ।ଅତିଥି ଗଣ ପୂର୍ବରୁ ଆୟୋଜିତ ପରିବେଶ କୁ ନେଇ ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀ ଙ୍କୁ ପୁରସ୍କୃତ କରିଥିଲେ । ସହକାରୀ ଶିକ୍ଷକ ଗୋପାଳ ନାଥ ଙ୍କ ସଂଯୋଜନାରେ ଆୟୋଜିତ ଏହି ସଭାରେ ବରିଷ୍ଠ ଶିକ୍ଷକ ପୌଲସ୍ତୀ କୁମାର ପଟେଲ ପ୍ରାରମ୍ଭିକ ସୂଚନା , ପୁନମ୍ ପ୍ରେମାଞ୍ଜଲି ଡ଼ାଙ୍ଗ ଅତିଥି ପରିଚୟ ଓ ପ୍ରାଥମିକ ଶିକ୍ଷୟିତ୍ରୀ ସବିତା ପଟେଲ ଶେଷରେ ଧନ୍ୟବାଦ୍ ଅର୍ପଣ କରିଥିଲେ ।ଏହା ପରେ ସ୍କୁଲ ପରିସରରେ ଭିଷ୍ମଦେବ ସାହୁ, ରେଖା ସିଂ ଓ ବିଜୟ ପଟେଲ ଙ୍କ ନେତୃତ୍ୱରେ ଅତିଥି ଓ ଶତାଧିକ ଛାତ୍ର,ଛାତ୍ରୀ ଶତାଧିକ ଚାରା ରୋପଣ କରିଥିଲେ ।ଏହା ପୂର୍ବରୁ ଏକ ଶୋଭାଯାତ୍ରା ରେ ଗ୍ରାମ ପରିକ୍ରମା କରି ବିଭିନ୍ନ ସ୍ଲୋଗାନ ମାଧ୍ୟମରେ ସଚେତନତା ପ୍ରକାଶ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories