Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କିଏ ହେବ ପରବର୍ତ୍ତୀ ବାଚସ୍ପତି? କାହାକୁ ମିଳିବ ମନ୍ତ୍ରୀପଦ? ୩ ବରିଷ୍ଠ ନେତାଙ୍କୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା

ଭୁବନେଶ୍ବର: ନିକଟରେ ବାଚସ୍ପତି ପଦରୁ ଇସ୍ତଫା ଦେଇଥିଲେ ବିକ୍ରମ କେଶରୀ ଆରୁଖ। ଏହାପରେ ପରେ ଇସ୍ତଫା ଦେଇଥିଲେ ଶ୍ରମ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀକାନ୍ତ ସାହୁ ଓ ସମୀର ଦାଶ। ତେବେ ଏହାପରେ କାହାକୁ ମିଳିବ ମନ୍ତ୍ରୀପଦ? ନବୀନଙ୍କ କ୍ୟାବିନେଟ୍‌ ସାମିଲ ହେବାକୁ କାହାକୁ ମିଳିବ ସୁଯୋଗ? କିଏ ହେବେ ପରବର୍ତ୍ତୀ ବାଚସ୍ପତି ତାକୁ ନେଇ ଚର୍ଚ୍ଚା ଜୋର୍‌ ଧରିଛି।
ଏବେ ରାଜନୈତିକ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି ମନ୍ତ୍ରୀମଣ୍ଡଳ ଅଦଳବଦଳ ପ୍ରସଙ୍ଗ। ସୂଚନା ଅନୁଯାୟୀ ନୂଆ ବିଧାୟିକା ଦୀପାଳି ଦାସଙ୍କୁ ମିଳିପାରେ ମନ୍ତ୍ରୀପଦ। ସେହିପରି କିଛି ଟାଣୁଆ ତଥା ବରିଷ୍ଠ ନେତାଙ୍କୁ ମଧ୍ୟ ମିଳିପାରେ ମନ୍ତ୍ରୀପଦ। ଝାରସୁଗୁଡା ପର୍ଯ୍ୟବେକ୍ଷକ ସାରଦା ନାୟକ, ପଶ୍ଚିମ ଓଡିଶାର ଟାଣୁଆ ସଂଗଠକ ସୁଶାନ୍ତ ସିଂହଙ୍କୁ ମନ୍ତ୍ରୀ ପଦ ମିଳିପାରେ ବୋଲି କୁହାଯାଉଛି।
ତେବେ ପରବର୍ତ୍ତୀ ବାଚସ୍ପତି କିଏ ସେ ନେଇ ଚର୍ଚ୍ଚା ଲାଗି ରହିଥିବା ବେଳେ କିଛି ଟାଣୁଆ ନେତା ବାଚସ୍ପତି ଆସନ ଗ୍ରହଣ କରିବା ନେଇ ଚର୍ଚ୍ଚା ହେଉଛ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ