Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପରସ୍ପରଠୁ ଅଲଗା ହେବେ ସାଇନା ନେହୱାଲ ଓ ପାରୁପାଲି କଶ୍ୟପ

ନୂଆଦିଲ୍ଲୀ: ଭାରତର ପ୍ରସିଦ୍ଧ ବ୍ୟାଡମିଣ୍ଟନ ତାରକା ଏବଂ ଅଲିମ୍ପିକ୍ସ ବ୍ରୋଞ୍ଜ ପଦକ ବିଜୟିନୀ ସାଇନା ନେହୱାଲ ନିଜ ସ୍ୱାମୀ ତଥା ପୂର୍ବତନ ସଟଲର ପାରୁପାଲି କଶ୍ୟପଙ୍କଠାରୁ ଅଲଗା ହେବାକୁ ନିଷ୍ପତ୍ତି ନେଇଛନ୍ତି। ରବିବାର ବିଳମ୍ବିତ ରାତିରେ ସାଇନା ନିଜେ ଇନଷ୍ଟାଗ୍ରାମ ଷ୍ଟୋରୀ ମାଧ୍ୟମରେ ଏହି ଖବର ସେୟାର କରିଛନ୍ତି। ଯାହା କ୍ରୀଡା ଜଗତକୁ ଆଶ୍ଚର୍ଯ୍ୟ କରିଦେଇଛି।

କେତେକ ସମୟରେ ଜୀବନ ଆମକୁ ଭିନ୍ନ ରାସ୍ତାରେ ନେଇଯାଏ। ବହୁତ ଚିନ୍ତା କରିବା ପରେ, ଆମେ (ପାରୁପାଲି କଶ୍ୟପ ଏବଂ ମୁଁ) ଅଲଗା ହେବାକୁ ନିଷ୍ପତ୍ତି ନେଇଛୁ। ଆମେ ପରସ୍ପର ପାଇଁ ଶାନ୍ତି, ବିକାଶ ଏବଂ ଏକ ସୁସ୍ଥ ଜୀବନ ବାଛୁ। ‘ ସେ ଆହୁରି ଲେଖିଛନ୍ତି, ‘ମୁଁ ଅତୀତ ମୁହୂର୍ତ୍ତ ପାଇଁ କୃତଜ୍ଞ ଏବଂ ଭବିଷ୍ୟତ ପାଇଁ ଶୁଭକାମନା ଜଣାଉଛି। ଦୟାକରି ଏହି ସମୟରେ ଆମର ଗୋପନୀୟତାକୁ ସମ୍ମାନ ଦିଅନ୍ତୁ। ସାଇନା ଏବଂ କଶ୍ୟପ ହାଇଦ୍ରାବାଦର ପୁଲେଲା ଗୋପୀଚାନ୍ଦ ଏକାଡେମୀରେ ଭେଟ ହୋଇଥିଲେ। ଯେଉଁଠାରେ ସେମାନେ ଉଭୟ ପିଲାଦିନରୁ ଏକାଠି ତାଲିମ ନେଇଥିଲେ। ଉଭୟ ୧୪ ଡିସେମ୍ବର ୨୦୧୮ରେ ବିବାହ କରିଥିଲେ।

ସାଇନା ୨୦୧୨ ଲଣ୍ଡନ ଅଲିମ୍ପିକ୍ସରେ କାଂସ୍ୟ ପଦକ ଜିତି ଭାରତ ପାଇଁ ଗୌରବ ଆଣିଥିଲେ ଏବଂ ବିଶ୍ୱର ୧ ନମ୍ବର ଖେଳାଳି ପାଲଟିଥିଲେ। କଶ୍ୟପ ୨୦୧୪ ରାଜ୍ୟଗୋଷ୍ଠୀ କ୍ରୀଡାରେ ସ୍ୱର୍ଣ୍ଣ ପଦକ ଜିତି ଶୀର୍ଷ ୧୦ରେ ପହଞ୍ଚିଥିଲେ। ସେହିପରି ପାରୁପଲ୍ଲୀ କଶ୍ୟପ ୨୦୨୪ ପ୍ରାରମ୍ଭରେ ବୃତ୍ତିଗତ ବ୍ୟାଡମିଣ୍ଟନରୁ ଅବସର ନେଇଥିଲେ ଏବଂ ବର୍ତ୍ତମାନ ପ୍ରଶିକ୍ଷକ ଭାବରେ ସକ୍ରିୟ ଅଛନ୍ତି। ସାଇନା ନେହୱାଲ ଗତ ବର୍ଷଠାରୁ ବିରତିରେ ଅଛନ୍ତି ଏବଂ ୨୦୨୩ ସିଙ୍ଗାପୁର ଓପନ୍ ପରଠାରୁ କୌଣସି ଟୁର୍ଣ୍ଣାମେଣ୍ଟ ଖେଳି ନାହାଁନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ