ଦେୱାନୀ ପାଲି ଶ୍ରୀ ଗୁପ୍ତେଶ୍ଵର ବାବା ବିକାଶ ଟ୍ରଷ୍ଟ ର ନୂତନ କର୍ମକର୍ତ୍ତା ଚୟନ


ଉଲୁଣ୍ଡା : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଉପଖଣ୍ଡ ଅନ୍ତର୍ଗତ ଶ୍ରୀ ଗୁପ୍ତେଶ୍ୱର ବାବା ବିକାଶ ଟ୍ରଷ୍ଟ ଦେଓ୍ବାନପାଲି ର ନୂତନ ସଭାପତି ଓ କୋଷାଧ୍ୟକ୍ଷ ଚୟନ କରାଯାଇଛି । ସୁଚନା ଅନୁସାରେ ଉକ୍ତ ଟ୍ରଷ୍ଟ ର ସଭାପତି ମୁରଲୀଧର ଭୋଇ ଓ କୋଷାଧ୍ୟକ୍ଷ ସୁଧାଂଶୁ ଶେଖର ସାହୁଙ୍କ ଙ୍କ ଅକାଳ ବିୟୋଗ ରେ ଟ୍ରଷ୍ଟ ରେ ଉକ୍ତ ପଦବୀ ଖାଲି ପଡିଥିଲା। ଏଣୁ ଆଜି ଟ୍ରଷ୍ଟ ର ସମ୍ପାଦକ ବିଶ୍ଵାମିତ୍ର ନାଏକ ଙ୍କ ଆବାହକତ୍ବ ରେ ଅଞ୍ଚଳର ଶିବ ଭକ୍ତ ମାନଙ୍କୁ ନେଇ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ସ୍ବର୍ଗତ ମୁରଲୀଧର ଭୋଇ ଓ ସୁଧାଂଶୁ ଶେଖର ସାହୁଙ୍କ ଅମର ଆତ୍ମାର ସଦଗତି ପାଇଁ ପ୍ରଭୁ ଗୁପ୍ତେଶ୍ୱର ବାବାଙ୍କ ଠାରେ ଦୁଇ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା । ପରେ ସର୍ବ ସମ୍ମତି କ୍ରମେ ମୁରଲୀଧର ଭୋଇ ଙ୍କ ପୁତ୍ର କର୍ଣ୍ଣଦାନି ଭୋଇ ଙ୍କୁ ସଭାପତି ଓ ପ୍ରମୋଦ ପାତ୍ର ଙ୍କୁ କୋଷାଧ୍ୟକ୍ଷ ଭାବରେ ଚୟନ କରାଯାଇଛି ।ଏହା ସହ ଉପଦେଷ୍ଟା ମଣ୍ଡଳୀରେ ଜାନକୀ ରାମ ଦେହେରୀ , ବଦ୍ରିନାରାୟଣ ଶତପଥୀ, ଉତ୍ତର କୁମାର ପାତ୍ର, ନରସିଂହ ପ୍ରଧାନ ଓ ଅଜିତ କୁମାର ପାଣିଗ୍ରାହୀ ଥିବା ବେଳେ ଉପସଭାପତି ଅଲିରାମ ମହାକୁର , ସମ୍ପାଦକ ବିଶ୍ଵାମିତ୍ର ପ୍ରଧାନ, ସହ ସମ୍ପାଦକ ଭାବେ ନିମାନନ୍ଦ ପଧାନ ଦାୟିତ୍ଵ ନିର୍ବାହ କରିବେ । ଶ୍ୟାମସୁନ୍ଦର ପଧାନ , ଶମ୍ଭୁ ବେହେରାମାଲି, ଗୈାର ବେହେରାମାଲି , ରାଜକୁମାର କର୍ମି, ଲିଙ୍ଗରାଜ ପଧାନ, ରାମଜୀ ବିଶ୍ବାଳ, ସତ୍ୟଜିତ ଗୁଆ,ବିପିନ ନାଏକ , ଫକିର ମୋହନ ପାଢ଼ୀ, ଉମାଶଙ୍କର ଭୋଇ, ପ୍ରଫୁଲ୍ଲ ଅଦରକୁଲିଆ , ସୁରେନ୍ଦ୍ର କର୍ଣ୍ଣ , ପ୍ରଭଞ୍ଜନ ଝାଙ୍କର , ନଳିନୀକାନ୍ତ ବାଘ , ସୁଦାମ ମହାକୁର , ଭୁବନେ ଝାଙ୍କର , ରମେଶ ସାହୁ ପ୍ରମୁଖ ଶ୍ରୀ ଗୁପ୍ତେଶ୍ୱର ବାବା ବିକାଶ ଟ୍ରଷ୍ଟ ର ସଦସ୍ୟ ରହିଛନ୍ତି। ବର୍ତ୍ତମାନ ଶ୍ରୀ ଗୁପ୍ତେଶ୍ୱର ବାବାଙ୍କ ନୂତନ ମନ୍ଦିର ନିର୍ମାଣ କାର୍ଯ୍ୟଚାଲୁ ରହିଥିବାବେଳେ ଭକ୍ତମାନଙ୍କ ସ୍ଵଇଚ୍ଛାରେ ମନ୍ଦିର ନିର୍ମାଣ ପାଇଁ ସାହାଯ୍ୟ ସହଯୋଗ କରିବା ପାଇଁ ଟ୍ରଷ୍ଟ ର ସମ୍ପାଦକ ବିଶ୍ଵାମିତ୍ର ନାଏକ ଅନୁରୋଧ କରିଛନ୍ତି।