Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଅର୍ଥ ସାଜିଛି ବାଧକ :ସାନ ଭାଇର ଜୀବନ ବଞ୍ଚାଇବା ପାଇଁ ଭିକ୍ଷା ମାଗୁଛନ୍ତି ବଡ଼ଭାଇ

ତରଭା: ଆଜକୁ ୫୧ଦିନ ପୂର୍ବେ ରାସ୍ତା ଦୁର୍ଘଟଣାରେ ଗୁରୁତର ଆହତ ହୋଇ କୋମାରେ ରହିଥିବା ତରଭା ବ୍ଲକ ଅନ୍ତର୍ଗତ ବଡଭୋଇଁରୋ ପଞ୍ଚାୟତ ନୁଆଁପାଲି ଗ୍ରାମର ପ୍ରଶାନ୍ତ ସେଠୀ (୨୮)ଙ୍କ ଜୀବନ ରକ୍ଷା ପାଇଁ ତାଙ୍କର ବଡଭାଇ ଭାଗିରଥି ରାଜଧାନୀ ଭୁବନେଶ୍ବରର ରାଜରାସ୍ତାରେ ଭିକ୍ଷା ମଗୁଥିବା ଭଳି ଘଟଣା ଲୋକ ଲୋଚନକୁ ଆସିଛି।ସୂଚନା ଯୋଗ୍ୟଯେ ନୂଆପାଲି ଗ୍ରାମର କବି ସେଠୀଙ୍କ ପୁଅ ପ୍ରଶାନ୍ତଙ୍କ ବିବାହ ଗତ ୨୮ଫେବୃଆରୀରେ ସମ୍ପନ୍ନ ହୋଇଥିଲା।ମାର୍ଚ୍ଚ ୨୬ତାରିଖ ପ୍ରଶାନ୍ତ ତାଙ୍କର ଜଣେ ସାଙ୍ଗ ସହ ସୋନପୁର ଯାଇ ଫେରୁଥିବା ବେଳେ ପିପିଲିପାଲି ଛକରେ ଏକ କାର ଧକ୍କା ଦେବାରୁ ଗୁରୁତର ଆହତ ହୋଇଥିଲେ।ପ୍ରଶାନ୍ତଙ୍କ ଚିକିତ୍ସା ପାଇଁ ପ୍ରଥମେ ସୋନପୁର ଡାକ୍ତରଖାନାକୁ ନିଆଯାଇଥିଲା ସେଠାରୁ ବୁର୍ଲା ଓ ପରେ ବରଗଡ଼ର ଏକ ଘୋରେଇ ଡାକ୍ତରଖାନାକୁ ଅଣାଯାଇଥିଲା।ସେଠାରେ ବିଜୁସ୍ୱାସ୍ଥ୍ୟ ବୀମା ଯୋଜନାରେ ମିଳୁଥିବା ଅର୍ଥ ଶେଷ ହୋଇଯିବା ପରେ ଡାକ୍ତରଖାନା କର୍ତ୍ତୃପକ୍ଷ ଅନ୍ୟତ୍ର ନେଇ ଚିକିତ୍ସା କରାଇବାକୁ କହିଥିଲେ।ପ୍ରଶାନ୍ତଙ୍କ ବଡ଼ ଭାଇ ଭାଗିରଥି ଜମି ବିକ୍ରୟ ଓ ଧାର କରି ଭୁବନେଶ୍ୱରକୁ ନେଇ ଚିକିତ୍ସା କରାଇଥିଲେ।ହେଲେ ପ୍ରଶାନ୍ତ କୋମାରେ ରହିଛନ୍ତି।ବର୍ତ୍ତମାନ ଭୁବନେଶ୍ୱର ଢମଣା ଛକ ନିକଟରେ ଥିବା ଏକ ଡାକ୍ତରଖାନାରେ ପ୍ରଶାନ୍ତଙ୍କ ଚିକିତ୍ସା କରାଯାଉଛି।ଅର୍ଥ ଅଭାବ ଯୋଗୁଁ ବଡ଼ ଭାଇ ଭିକ୍ଷା ମାଗୁଛନ୍ତି।ଏସମ୍ବନ୍ଧେ ବଡ ଭଇଁରୋର ସାମ୍ବାଦିକ ମନୋଜ ମନହିରା ଜାଣିବା ପରେ ବଦାନ୍ୟ ବ୍ୟକ୍ତିଙ୍କ ଠାରୁ ସାହାଯ୍ୟ ମାଗୁଛନ୍ତି।ଆଗ୍ରହୀ ବଦାନ୍ୟ ବ୍ୟକ୍ତି ବିଶେଷ ଏସବିଆଇ ତରଭା ଆକାଉଣ୍ଟ ନମ୍ବର :୩୩୬୭୨୮୩୨୫୧୦ କିମ୍ବା ଫୋନପେ ନମ୍ବର ୯୩୬୦୫୨୬୭୩୧ ରେ ସହାୟତା ଯୋଗାଇ ଦେବାକୁ ପ୍ରଶାନ୍ତଙ୍କ ବାପା କବି ସେଠୀ ଆକୁଳ ନିବେଦନ କରିଛନ୍ତି।