Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଅଜଣା ଗାଡ଼ି ଧକ୍କାରେ ବାଇକ ଚାଳକ ମୃତ, ୨ ଆରୋହୀ ଗୁରୁତର

ଜମନକିରା : ଜମନକିରା ଥାନା ଗୌଡ଼ାପାଲି ଫାଣ୍ଡି ଅନ୍ତର୍ଗତ ବଡରମା ଘାଟି ଜାତୀୟ ରାଜପଥ ୫୩ ପ୍ରଥମ ବୁଲାଣିରେ ଏକ ଅଜଣା ଗାଡ଼ି ଧକ୍କାରେ ବାଇକ ଚାଳକ ଘଟଣା ସ୍ଥଳରେ ମୃତ୍ୟୁ ହୋଇ ଯାଇଥିବା ବେଳେ ବାଇକ ରେ ବସିଥିବା ଅନ୍ୟ ଦୁଇ ଯୁବକ ଗୁରୁତର ଥିବା ଜଣାଯାଇଛି। ପୋଲିସ ଓ ଅଗ୍ନିଶେବା ବିଭାଗ ଅଧିକାରୀ ଓ କର୍ମଚାରୀ ମାନେ ଘଟଣା ସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରି ବୁର୍ଲା ଡାକ୍ତରଖାନା କୁ ବ୍ୟବଚ୍ଛେଦ ପାଇଁ ପଠେଇଥିବା ବେଳେ ଗୁରୁତର ଥିବା ଅନ୍ୟ ଯୁବକ ଙ୍କୁ ସଙ୍କଟାପନ୍ନ ଅବସ୍ଥା ଥିବାରୁ ବୁର୍ଲା ବଡ଼ ଡ଼ାକ୍ତରଖାନା କୁ ସ୍ଥାନାନ୍ତରିତ କରାଯାଇଛି। ତେବେ ମୃତ ଯୁବକର ପରିଚୟ ମିଲି ନଥିବା ବେଳେ ସେ ମାନେଶ୍ୱର ଅଞ୍ଚଳର ବୋଲି ପୋଲିସ ପ୍ରାଥମିକ ତଦନ୍ତ ରୁ ଜାଣିପାରିଛି। ଜମନକିରା ଥାନାରେ ଏନେଇ ଏକ ଦୁର୍ଘଟଣା ମାମଲା ରୁଜୁ କରାଯାଇ ଅଧିକ ତଦନ୍ତ ଚାଲୁ ରଖିଛି।
ପୋଲିସ ର ସୂଚନା ଅନୁଯାଇ, ଆଜି ଅପରାହ୍ନରେ ୩ ଜଣ ଯୁବକ ଏକ ବାଇକରେ ସମ୍ବଲପୁର ଅଭିମୁଖେ ଯାଉଥିବା ବେଳେ ବଡରମା ଘାଟି ପ୍ରଥମ ବୁଲାଣୀରେ କୌଣସି ଏକ ଅଜଣା ଗାଡ଼ି ସହ ଧକ୍କା ହୋଇଥିଲେ। ଫଳରେ ଘଟଣା ସ୍ଥଳରେ ଚାଳକର ମୃତ୍ୟୁ ଘଟିଥିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ