Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ହରିୟାଣାରେ ଭୂମିକମ୍ପ ଝଟକା, ତୀବ୍ରତା ୩.୨…

ଚଣ୍ଡୀଗଡ଼: ହରିୟାଣାରେ ପୁଣି ଥରେ ଭୂମିକମ୍ପ ଝଟକା ଅନୁଭୂତ ହୋଇଛି। ଆଜି ସକାଳ ପ୍ରାୟ ୬ଟା ସମୟରେ ଫରିଦାବାଦରେ ୩.୨ ତୀବ୍ରତାର ଭୂମିକମ୍ପ ହୋଇଥିଲା। ବର୍ତ୍ତମାନ ଯାଏଁ କୌଣସି ଜୀବନ କିମ୍ବା ସମ୍ପତ୍ତି କ୍ଷତିର ସୂଚନା ନାହିଁ।

ହରିୟାଣାର ରୋହତକ ଏବଂ ଝାଜ୍ଜର ଜିଲ୍ଲାରେ ମଧ୍ୟ ଭୂମିକମ୍ପ ଝଟକା ଅନୁଭୂତ ହୋଇଥିଲା। ବୁଧବାର ରାତି ୧୨:୪୬ ସମୟରେ ରୋହତକ ଜିଲ୍ଲାରେ ୩.୩ ତୀବ୍ରତାର ଭୂମିକମ୍ପ ହୋଇଥିଲା। ଭୂପୃଷ୍ଠ ତଳେ ଏହାର ଗଭୀରତା ୧୦ କିଲୋମିଟର ଥିଲା। ଭୂମିକମ୍ପ ପରେ ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ ଏ ବିଷୟରେ ସୂଚନା ଦେଇଥିଲା।

ପୂର୍ବରୁ ୧୧ ଜୁଲାଇରେ ଝଜ୍ଜର ଜିଲ୍ଲାରେ ୩.୭ ତୀବ୍ରତାର ଭୂମିକମ୍ପ ହୋଇଥିଲା। ସନ୍ଧ୍ୟା ୭:୪୯ ସମୟରେ ଭୂମିକମ୍ପ ଝଟକା ଅନୁଭୂତ ହୋଇଥିଲା। ଏହାର ତୀବ୍ରତା ୩.୭ ଥିଲା। ଭୂମିକମ୍ପର କେନ୍ଦ୍ରସ୍ଥଳ ଛାରା ଗ୍ରାମ ଥିଲା। ଏହାର ଗଭୀରତା ୧୦ କିଲୋମିଟର ଥିଲା। ଏହାର ଅକ୍ଷାଂଶ ୨୮.୬୮ ଏବଂ ଦ୍ରାଘିମା ୭୬.୭୨ ଥିଲା। ଝାଜ୍ଜର ବ୍ୟତୀତ, ଝାଜ୍ଜରର ବେରୀ, ବାହାଦୁରଗଡ଼, ରୋହତକ, ଜିନ୍ଦ ପର୍ଯ୍ୟନ୍ତ ଭୂମିକମ୍ପ ଝଟକା ଅନୁଭୂତ ହୋଇଥିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ