ଭାରତୀୟ ତାଇକଣ୍ଡୋ ଦଳ ସହିତ ଜର୍ମାନୀରେ ସୁବର୍ଣ୍ଣପୁର ମାଟିର ପୁଅ ଏହେସାସ ହୋତା


ବୀରମହାରାଜପୁର : (ସୌମିତ୍ରି ମେହେର) ଭାରତୀୟ ଟିମ ସହ ଜର୍ମାନୀ ମାଟିରେ ପାଦ ଥାପିଲେ ସୁବର୍ଣ୍ଣପୁର ମାଟିର ସୁନା ପୁଅ ଏହେସାସ ହୋତା । ଏଥର ବିଶ୍ୱ ବିଶ୍ୱବିଦ୍ୟାଳୟ ପ୍ରତିଯୋଗିତା ଜାର୍ମାନୀରେ ଅନୁଷ୍ଠିତ ହେଉଥିବାବେଳେ ବିଭିନ୍ନ କ୍ରୀଡା ପାଇଁ ଭାରତୀୟ ଟିମର ଖେଳାଳୀ ଜର୍ମାନ ଗସ୍ତ କରିସାରିଛନ୍ତି । ତେବେ ଭାରତୀୟ ତାଇକଣ୍ଡୋ ଟିମରେ ସମ୍ବଲପୁର ବିଶ୍ୱବିଦ୍ୟାଳୟରୁ ତଥା ପଶ୍ଚିମ ଓଡିଶାରୁ ଏକମାତ୍ର ଖେଳାଳୀ ଭାବରେ ବୀରମହାରାଜପୁର ମାଟିର ସୁନା ପୁଅ ଏହେସାସ ହୋତା ଜର୍ମାନ ପହଂଚି ସାରିଛନ୍ତି । ଅଲିମ୍ପିକ ଗେମ ସହିତ ସମକକ୍ଷ ରହିଥିବା ଏହି ପ୍ରତିଯୋଗିତା ବହୁତ ଟପ୍ ହୋଇଥିବାବେଳେ ଏହେସାସ ଏହି ପ୍ରତିଯୋଗିତା ପାଇଁ ସମ୍ପୁର୍ଣ୍ଣ ପ୍ରସ୍ତୁତ ଥିବା ଜଣାଯାଇଛି । ଜର୍ମାନ ଗସ୍ତ ପୁର୍ବରୁ ଅମୃତସରଠାରେ ଭାରତୀୟ ତାଇକଣ୍ଡୋ ଖେଳାଳୀମାନଙ୍କୁ ଦିର୍ଘ ଏକମାସ ଧରି ଉନ୍ନତ ମାନର ତାଲିମ ପ୍ରଦାନ କରାଯାଇଥିଲା । ପୁର୍ବରୁ ଅନେକ ଥର ଆନ୍ତର୍ଜାତୀୟ ପ୍ରତିଯୋଗିତାରେ ଅଶଂଗ୍ରହଣ କରି ସେ ସଫଳତା ପାଇଥିଲେ ହେଁ ଅଲିମ୍ପିକ ସହ ସମକ୍ଷକ ଥିବା ଏଭଳି ଏକ ପ୍ରତିଯୋଗିତାରେ ଭାଗନେବା ପାଇଁ ସେ ଦିର୍ଘ ୧୭ ବର୍ଷହେଲା ପ୍ରଚେଷ୍ଟା ଜାରି ରଖିଥିଲେ । ଏଣୁ ଏଭଳି ପ୍ରତିଯୋଗିତାରେ ଅଂଶଗ୍ରହଣ କରିବା ତାଙ୍କ ପାଇଁ ଶୋଭାଗ୍ୟବୋଲି କହିବା ସହ ଏ ମାଟିପାଇଁ କିପରି ଗୌରବ ସାଉଁଟିବେ ତାହା ତାଙ୍କର ପ୍ରାଥମିକତା ରହିବବୋଲି ଏହେସାସ ପ୍ରକାଶ କରିଛନ୍ତି । ଏହେସାସଙ୍କ ସଫଳତା ପାଇଁ ଏବେ ସମ୍ବଲପୁର ବିଶ୍ୱ ବିଦ୍ୟାଳୟ ର କୁଳପତି ପ୍ରଫେସର ବିଦୁଭୂଷଣ ମିଶ୍ର, ରେଜିଷ୍ଟାର ନୃପରାଜ ସାହୁ ସ୍ପୋର୍ଶ ଡାଇରେକ୍ଟର ଅଭିନାଶ କର , ସ୍ପୋର୍ଶ କାଉନସିଲ ସେକ୍ରେଟାରୀ ଡ. ଦେବେନ୍ଦ୍ର ମହାଲିକ , ସିଡିସି ଅଧ୍ୟକ୍ଷ ଡ. ସଂଯୁକ୍ତା ଦାଶ , କୋଚ ରାମ କୁମାର ସାହୁ , ବରଗଡ ଇମ୍ପାରିଆଲ କଲେଜର ମେନେଜିଙ୍ଗ ଡାଇରେକ୍ଟର ଦୀପକ ଗୋଏଲ , ଅଧ୍ୟକ୍ଷ ଦୁର୍ଗେଶ ଶତପଥି , ରାଜ୍ୟ ତାଇକଣ୍ଡୋ ସଂଘ ସଂପାଦକ ମନମୋହନ ଭଂଜ , ଜିଲ୍ଲା କ୍ରୀଡା ଅଧିକାରୀ ଚିତ ରଂଜନ ମିଶ୍ର , ବୀରମହାରାଜପୁର ବ୍ଲକ ଉପାଧ୍ୟକ୍ଷ ନାରାୟଣ ଲୁହା , ସୁବର୍ଣ୍ଣପୁର ଜିଲ୍ଲା ତାଇକଣ୍ଡୋ ସଂଘ ସଭାପତି ରବୀନ୍ଦ୍ର ହୋତା ଏବଂ ଜିଲ୍ଲା ତାଇକଣ୍ଡୋ ସଂଘର ଆଇନ ପରାମର୍ଶ ଦାତା ଶେଷଦେବ ବାରିକ ପ୍ରମୁଖ ସଫଳତା କାମନା କରିଛନ୍ତି l