Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବୈଷ୍ଣବ ଚରଣ ହୋତାଙ୍କ ପରଲୋକ

ସମ୍ବଲପୁର: ଧନୁପାଲି ଭବାନୀଫିଲ୍‌ଡ ନିବାସୀ ତଥା ସମ୍ବଲପୁର ପୌରପରିଷଦର ଅବସରପ୍ରାପ୍ତ କର୍ମଚାରୀ ବୈଷ୍ଣବ ଚରଣ ହୋତାଙ୍କ (୭୪)ଙ୍କ ବୁଧବାର ​ପରଲୋକ ହୋଇଯାଇଛି। ସେ କିଛି ମାସ ହେଲା ସ୍ବାସ୍ଥ୍ୟଗତ ସମସ୍ୟା କାରଣରୁ ଚିକିତ୍ସାଧୀନ ଥିଲେ। ଆଜି ଅନ୍ତିମ ସମୟରେ ସ୍ତ୍ରୀ ତରଙ୍ଗିନୀ ହୋତା, ବଡ଼ପୁଅ ବଳରାମ ହୋତା, ସାନପୁଅ ରାଜାରାମ ହୋତା, ସାନ ପୁତ୍ରବଧୂ ରୀନା ପଣ୍ଡା ଓ ନାତି ସିଦ୍ଧେଶ୍ବର ହୋତା ଉପସ୍ଥିତ ଥିଲେ। ସ୍ଥାନୀୟ ରାଜଘାଟରେ ତାଙ୍କ ଶେଷକୃତ୍ୟ ହୋଇଥିଲା। ବଡ଼ପୁଅ ବଳରାମ ମୁଖାଗ୍ନି ଦେଇଥିଲେ। ତାଙ୍କ ବିୟୋଗରେ ପରିଚିତ ମହଲରେ ଶୋକର ଛାୟା ଖେଳିଯାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories