Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବ୍ଲକ କର୍ତ୍ତୃପକ୍ଷଙ୍କ ଖାମଖିଆଲି କାମ… ବିନା ସୂଚନାରେ ନିହ ଖୋଳା ଯାଇଛି, ଅଘଟଣ କୁ ଆମନ୍ତ୍ରଣ କରାଯାଉଛି

ଜମନକିରା : ଜମନକିରା ବ୍ଲକ କାର୍ଯ୍ୟାଳୟ ପରିସରରେ ମିଶନ ଶକ୍ତି କାର୍ଯ୍ୟାଳୟ କାର୍ଯ୍ୟ କରୁଅଛି। ତେବେ ମିଶନ ଶକ୍ତି କାର୍ଯ୍ୟାଳୟର ଅଧିକାରୀଙ୍କୁ ନଜଣାଇ ତରବରିଆ ଭାବେ ରବିବାର ଦିନ କାର୍ଯ୍ୟଳୟ ସମ୍ମୁଖ ଭାଗରେ ଜେସିବି ଲଗାଇ ନିହ ଖୋଲାଯାଇଛି। ଏହି କାର୍ଯ୍ୟାଳୟ ଉପରେ ୨୧ ଗୋଟି ପଞ୍ଚାୟତର ପ୍ରାୟ ୧୭ ହଜାର ମହିଳା ନିର୍ଭରଶୀଳ ଅଟନ୍ତି। ପ୍ରତ୍ୟେକ ଦିନ ମହିଳା ଓ ମହିଳା ସ୍ବୟଂ ସହାୟକ ଗୋଷ୍ଠୀର ସଭ୍ୟା ମାନେ କାର୍ଯ୍ୟାଳୟ କୁ ଆସି ବିଭିନ୍ନ କାର୍ଯ୍ୟ କରିଥାନ୍ତି। ମହିଳା ମାନଙ୍କ ସହ ତାଙ୍କର ଛୋଟ ଛୋଟ ପିଲା ଛୁଆ ମାନେ ବି ସାଥୀରେ ଆସିଥାନ୍ତି। ତେବେ ରବିବାର ଦିନ ବ୍ଲକ ଉନ୍ନୟନ ବିଭାଗ ଯନ୍ତ୍ରୀ ମାନେ ଠିକାଦାରଙ୍କ ସହ ମିଶି ଖାମଖିଆଲି ଭାବେ ବିଭାଗର କାହାକୁ କିଛି ନଜଣାଇ କାର୍ଯ୍ୟଳୟ ସମ୍ମୁଖରେ ବାଡ଼ ଦେବା ପାଇଁ ନିହ ଖୋଲି ଦେଇଥିବାରୁ ନାନା ଅସୁବିଧା ସୃଷ୍ଟି ହେଉଛି। ମହିଳା ମାନେ ତାଙ୍କ ପିଲା ଛୁଆଙ୍କୁ ନେଇ ଯିବା ଆସିବା କରିବା ବେଳେ ପଡ଼ି ଝୁଣ୍ଟି ହେଉଥିବା ଅଭିଯୋଗ ହେଉଛି। ଆଗାମୀ ଦିନରେ ଯେପରି କୌଣସି ବଡ ଅଘଟଣ ନହେବ, ତା ପୂର୍ବରୁ ଶୀଘ୍ର କାମ ଶେଷ କରିବାକୁ ବୁଦ୍ଧିଜୀବୀ ମହଲରେ ଦାବି ହେଉଛି।
ଏସଂକ୍ରାନ୍ତରେ ବ୍ଲକ ସହକାରୀ ନିର୍ବାହୀ ଯନ୍ତ୍ରୀ ସତ୍ୟଜିତ ସାହୁଙ୍କୁ ଯୋଗାଯୋଗ କରି ପଚାରିବାରୁ ଖୁବ ଶୀଘ୍ର କାମ ଶେଷ କରାଯିବ ବୋଲି କହିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ