Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

WWEର କିମ୍ବଦନ୍ତୀ ହଲ୍କ ହୋଗାନଙ୍କ ଦେହାନ୍ତ

ନୂଆଦିଲ୍ଲୀ: WWEର ସୁପରହିରୋ ଏବଂ କିମ୍ବଦନ୍ତୀ ହଲ୍କ ହୋଗାନ ୭୧ ବର୍ଷ ବୟସରେ ଦୁନିଆରୁ ବିଦାୟ ଦେଇଛନ୍ତି। ତାଙ୍କର ହୃଦଘାତ ଯୋଗୁଁ ହଠାତ୍ ମୃତ୍ୟୁ ଘଟିଛି। ଏହି ଖବର ପରେ WWE ସମେତ ସମଗ୍ର କୁସ୍ତି ଜଗତରେ ନୀରବତା ଖେଳିଯାଇଛି।

ଗୁରୁବାର ସକାଳେ ସ୍ୱାସ୍ଥ୍ୟ ସମସ୍ୟା ଦେଖାଦେବାରୁ ତାଙ୍କୁ ଷ୍ଟ୍ରେଚରରେ ହସ୍ପିଟାଲକୁ ନିଆଯାଇଥିଲା। ତଥାପି କୁସ୍ତି କିମ୍ବଦନ୍ତୀଙ୍କୁ ବଞ୍ଚାଇ ପାରିଲେ ନାହିଁ। ହୋଗାନଙ୍କ ବିଦାୟରେ ସମସ୍ତେ ଦୁଃଖିତ। ତାଙ୍କର ସମସ୍ତ ସହକର୍ମୀ ସୋସିଆଲ ମିଡିଆରେ ଶୋକ ପ୍ରକାଶ କରିଛନ୍ତି।

୧୧ ଅଗଷ୍ଟ ୧୯୫୩ରେ ଜର୍ଜିଆର ଅଗଷ୍ଟାରେ ଜନ୍ମଗ୍ରହଣ କରିଥିବା ହଲ୍କ ବୃତ୍ତିଗତ କୁସ୍ତି ଇତିହାସରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ। ରିପୋର୍ଟ ଅନୁଯାୟୀ, ଜୁନ୍ ମାସରେ ହଲ୍କ ହୋଗାନର ଏକ ବଡ଼ ଅସ୍ତ୍ରୋପଚାର କରାଯାଇଥିଲା। ସମ୍ପ୍ରତି ହୋଗାନଙ୍କ ପତ୍ନୀ ସ୍କାଏ ତାଙ୍କ କୋମାରେ ଥିବା ଗୁଜବକୁ ଖଣ୍ଡନ କରିଥିଲେ। ଯାହାର କିଛି ସପ୍ତାହ ପରେ ତାଙ୍କର ମୃତ୍ୟୁ ହୋଇଥିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ