Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ସାହସୀ ଝିଅ ସୌମ୍ୟା ଓ ବଳଙ୍ଗା ପୀଡ଼ିତା ଙ୍କୁ ସମ୍ବଲପୁର ଜିଲ୍ଲା କଂଗ୍ରେସର ବିଭିନ୍ନ ଜାଗାରେ ଶ୍ରଦ୍ଧାଞ୍ଜଳି ଓ ନୀରବ ପ୍ରାର୍ଥନା

ସମ୍ବଲପୁର:ପ୍ରଦେଶ କଂଗ୍ରେସ କମିଟିର ପରାମର୍ଶ କ୍ରମେ ସମ୍ବଲପୁର ଜିଲ୍ଲା କଂଗ୍ରେସ ପକ୍ଷରୁ ଜିଲ୍ଲାର ବିଭିନ୍ନ ସ୍ଥାନରେ ସାହସୀ ଝିଅ ସୌମ୍ୟାଙ୍କୁ ସମ୍ବଲପୁର ଜିଲ୍ଲା କଂଗ୍ରେସର ବିଭିନ୍ନ ଜାଗାରେ ଶ୍ରଦ୍ଧାଞ୍ଜଳି ଓ ନୀରବ ପ୍ରାର୍ଥନା। ବଳଙ୍ଗା ପୀଡ଼ିତା ଓ ନାରୀ ନ୍ୟାୟ ପାଇଁ ପାଇଁ ବି ନୀରବ ପ୍ରାର୍ଥନା କରାଯାଇଥିଲା।
ବୁର୍ଲା ବିଶ୍ଵବିଦ୍ୟାଳୟ ସମ୍ମୁଖରେ ଦୀପ ପ୍ରଜ୍ବଳନ କରି ସୌମ୍ୟାଶ୍ରୀ ଅମର ଆତ୍ମାର ସଦଗତି ପାଇଁ ପ୍ରାର୍ଥନା କରାଯାଇଥିଲା। ନାରୀ ନ୍ୟାୟ ପାଈଁ ନୀରବ ପ୍ରାର୍ଥନା କରାଯାଇଥିଲା।
ଜ୍ୟୋତି ବିହାର କନିଷ୍ଠ ମହାବିଦ୍ୟାଳୟରେ ସୌମ୍ୟାଶ୍ରୀଙ୍କ ଅମର ଆତ୍ମାର ସଦଗତି ଓ ନାରୀ ନ୍ୟାୟ ପାଇଁ ୧ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା। ବରିଷ୍ଠ କଂଗ୍ରେସ ନେତା ଦଶରଥ ଦାସ, ଲକ୍ଷ୍ମୀ ପ୍ରଧାନ, ଦଶରଥ ଦାସ, ଗୁଡୁ ଉପଳ, ଇନ୍ଦିରା କ୍ଳବ୍ ର ବିରଞ୍ଚି ମହାପାତ୍ର, ବିଯିନ୍ଦର ଶର୍ମା , ବିକି ଶର୍ମା , ପ୍ରଶାନ୍ତ ମହାନ୍ତି, କାଳୁ ସ୍ୱାଇଁ, ପ୍ରଦୀପ ରାଉତ, ଦୀପକ ଦାସ ପ୍ରମୁଖ ଏହାକୁ ସଂଯୋଜନା କରିଥିଲେ।
ସନ୍ତୋଶୀ ମାତା ମନ୍ଦିରରେ ବି ଦୀପ ଦାନ ପୂର୍ବକ ନାରୀ ନ୍ୟାୟ ପାଇଁ ପ୍ରାର୍ଥନା କରାଯାଇଥିଲା।
ସମ୍ବଲପୁର ଜି ଏମ ବିଶ୍ଵବିଦ୍ୟାୟ ସମ୍ମୁଖରେ ବି ଦୀପ ପ୍ରଜ୍ବଳନ ପୂର୍ବକ ନୀରବ ପ୍ରାର୍ଥନା କରାଯାଇଥିଲା। ନାରୀନେତ୍ରୀ ସୂତପା ମିତ୍ର, ସସମିତା ପଟ୍ଟନାୟକ, ସୁରାଞ୍ଜିନୀ ବାରିକ ଏହାର ସଂଯୋଜନା କରିଥିଲେ।
ସେହିପରି ଦିବଙ୍ଗତା ଛାତ୍ରୀ ସୌମ୍ୟାଶ୍ରୀଙ୍କ ଅମର ଆତ୍ମାର ସଦଗତି ତଥା ନାରୀ ନ୍ୟାୟ ପାଇଁ ରେଙ୍ଗାଲି ନିର୍ବାଚନ ମଣ୍ଡଳୀ ମାନେଶ୍ଵର ବ୍ଲକ କଂଗ୍ରେସ କମିଟି ତରଫରୁ ଆୟୋଜିତ ମାନେଶ୍ଵର ମାନ୍ଧାତା ମନ୍ଦିର ଠାରେ ନିରବ ପ୍ରାର୍ଥନା ସଭା।ଅମର ଆତ୍ମାର ସଦଗତି ନିମନ୍ତେ ପ୍ରାର୍ଥନା କରାଗଲା। ରେଙ୍ଗାଲି ବିଧାୟକ ପ୍ରାର୍ଥୀ ଦିଲୀପ ଦୁରିଆଙ୍କ ନେତୁର୍ତ୍ୱରେ ଏହା କରାଯାଇଥିଲା। ରେଙ୍ଗାଲି ନିର୍ବାଚନ ମଣ୍ଡଳୀର ବିଭିନ୍ନ ସ୍କୁଲ କଲେଜରେ ବି ନୀରବ ପ୍ରାର୍ଥନା କରାଯାଇଥିଲା।
କୁଚିଣ୍ଡା ନିର୍ବାଚନ ମଣ୍ଡଳୀରେ ବରିଷ୍ଠ ନେତା ତଥା ବିଧାୟକ ପ୍ରାର୍ଥୀ କେଦାର ବରିହା ଙ୍କ ନେତୃତ୍ୱରେ ଜମନକିରା କଲେଜରେ ସୌମ୍ୟଶ୍ରୀ ଙ୍କ ପାଇଁ ଶ୍ରଦ୍ଧାଞ୍ଜଳି ସଭା କରାଯାଇ ନୀରବ ପ୍ରାର୍ଥନା କରାଯାଇଥିଲା। ନାରୀ ନ୍ୟାୟ ପାଇଁ ଓ ନିମାପଡ଼ା ବଲଙ୍ଗା ପୀଡ଼ିତା ଙ୍କ ପାଇଁ ଆସୁଆରୋଗ୍ୟ କାମନା କରାଯାଇଥିଲା। ଏଥିରେ ଶତାଧିକ ଛାତ୍ର ଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀ, କଂଗ୍ରେସ ନେତା ସାମିଲ ହୋଇଥିଲେ।
ନିଜର ଶ୍ରଦ୍ଧାଞ୍ଜଳିରେ ସୌମ୍ୟଶ୍ରୀ ପାଇଁ ଏବଂ ସମସ୍ତ ଓଡ଼ିଶାର ନାରୀ ନ୍ୟାୟ ଓ ସୁରକ୍ଷା ପାଇଁ ସମ୍ବଲପୁର ଜିଲ୍ଲା କଂଗ୍ରେସ ପିସିସି ସଭାପତିଙ୍କ ନେତୃତ୍ବରେ ଲଢେଇ ଜାରି ରଖିବ ବୋଲି ସଂଯୋଜକ ଦୁର୍ଗା ପାଢ଼ୀ ପ୍ରକାଶ କରିଥିଲେ।