Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଅଇଁଠାପାଲି ବସ ଟର୍ମିନାଲରେ ଅବୈଧ ଭାବେ ଅଟୋ ଷ୍ଟାଣ୍ଡରେ ବସ ଚାର୍ଜିଂ ଯୁନିଟ୍ ନିର୍ମାଣ :ବସ ଡିପୋ ବିସ୍ତାରକୁ ବୀର ସୁରେନ୍ଦ୍ର ସାଏ ଅଟୋ ଚାଳକ ସଂଘର ବିରୋଧ

ସମ୍ବଲପୁର: ଆଜି ବୀର ସୁରେନ୍ଦ୍ର ସାଏ ଅଟୋ ଚାଳକ ସଂଘର ଏକ ପ୍ରତିନିଧି ମଣ୍ଡଳୀ ସଂଘର ଉପଦେଷ୍ଟା ସଂଜିତ ମହାନ୍ତିଙ୍କ ନେତୃତ୍ୱରେ ସମ୍ବଲପୁର ଜିଲ୍ଲାପାଳ ଙ୍କୁ ସାକ୍ଷାତ କରି ଅଇଁଠାପାଲି ସ୍ଥିତ ସମ୍ବଲପୁର ଘରୋଇ ବସ୍ ଟେର୍ମିନାଲର ଅଟୋ ଷ୍ଟାଣ୍ଡରେ ଅବୈଧ ଭାବେ ବସ ବ୍ୟାଟେରୀ ଚାର୍ଜିଂ ଯୁନିଟ୍ ବିସ୍ତାର ଉପରେ ସଂଘ ପକ୍ଷରୁ ତୀବ୍ର ଅସନ୍ତୋଷ ପ୍ରକାଶ କରି ଅଟୋ ଷ୍ଟାଣ୍ଡ ରେ ନିଜର ଜୀବିକା ଭାବରେ ନିର୍ଭର କରୁଥିବା ଶତାଧିକ ଅଟୋ ଚାଳକଙ୍କ ବିଷୟରେ ଚିନ୍ତା କରିବା ପାଇଁ ଦୃଷ୍ଟି ଆକର୍ଷଣ କରାଯାଇଛି।
ସଂଘ ଦାବି ଅନୁଯାଇ, ୨୦୧୫ ରୁ ବସ ଟର୍ମୀନାଲ ମଧ୍ୟରେ ଏକ ଅଞ୍ଚଳ ଅଟୋ ରିକ୍ସାର (୩ ଚକିଆ ଯାନ ) ପାର୍କିଂ ସ୍ଥଳି ସ୍ୱରୂପରେ ସଂଘକୁ ଅନୁମୋଦିତ ହୋଇଥିଲା, ଯେଉଁଠି ସେମାନେ ନିୟମିତ ଭାବେ ଗାଡ଼ି ପାର୍କ କରୁଛନ୍ତି ଏବଂ ଭଡା ଦେଇ ଆସୁଛନ୍ତି। ସମ୍ବଲପୁର ଉନ୍ନୟନ ପ୍ରାଧିକରଣର ଅଟୋ ଷ୍ଟାଣ୍ଡ ପାଇଁ ଦେଇଥିବା ଲିଖିତ ଅନୁମୋଦନ କୁ ମଧ୍ୟ ଦାବିପତ୍ର ରେ ସାମିଲ କରାଯାଇଛି। ତେବେ ବର୍ତ୍ତମାନ ଏହି ଅଞ୍ଚଳରେ ଆମ ବସ ସେବାପାଇଁ ନିର୍ମିତ ସି.ଆର.ୟୁ.ଟି ର ବସ ଗୁଡିକ ଅବୈଧ ଭାବେ ବସ ଚାର୍ଜିଂ ଯୁନିଟ୍ ସ୍ଥାପନ କରି ବସ ଡିପୋ ବିସ୍ତାର ଉଦ୍ୟମ କରୁଛନ୍ତି, ଯାହା ଅଟୋ ଷ୍ଟାଣ୍ଡ ପାଇଁ ଦିଆଯାଇଥିବା ଅନୁମୋଦନ ଓ ଅନୁମତି ର ବିରୋଧାଭାସ।
ସଂଘର ଉପଦେଷ୍ଟା ସଞ୍ଜିତ ମହାନ୍ତି ଓ ସାଧାରଣ ସମ୍ପାଦକ ପ୍ରେମାନନ୍ଦ ମିଶ୍ର ଆଲୋଚନାରେ ଜିଲ୍ଲାପାଳ ଙ୍କୁ ଅଟୋ ଚାଳକ ମାନେ ଯେଉଁ ଶତାଧିକ ଅଟୋ ଚାଳକ ନିଜର ଜୀବିକା ପାଇଁ ଏହି ଅଟୋ ଷ୍ଟାଣ୍ଡରେ ନିର୍ଭର କରନ୍ତି ଏହା ଦ୍ବାରା ଆର୍ଥିକ ସମସ୍ୟାରେ ପଡ଼ିବା ସହ ନିଜର ଜୀବିକା ହରାଇବେ। ଏହି ପ୍ରସଙ୍ଗରେ ଜିଲ୍ଲାପାଳଙ୍କୁ ଉଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଅନୁରୋଧ କରିଛନ୍ତି।ଏହି ଅଭିଯୋଗ ପତ୍ରର ଏକ ପ୍ରତିଲିପି ଜିଲ୍ଲାପାଳ, ଉପଜିଲ୍ଲାପାଳ, ତହସିଲଦାର, ସମ୍ବଲପୁର ମହାନଗର ନିଗମ କମିଶନର, ଆର୍ ଟି ଓ ଙ୍କ ନିକଟକୁ ମଧ୍ୟ ପଠାଯାଇଛି। ଆଜିର ଏହି କାର୍ଯ୍ୟକ୍ରମ ରେ ସଂଘ ର ଉପଦେଷ୍ଟା ସଞ୍ଜିତ ମହାନ୍ତି, ସାଧାରଣ ସମ୍ପାଦକ ପ୍ରେମାନନ୍ଦ ମିଶ୍ର, ବୀରେନ୍ଦ୍ର ସାହୁ, ଦେବଜ୍ୟୋତି ପଟ୍ଟନାୟକ, ସୁମିତ ପଟେଲ, ଏମ.ଡି ଅଫତାବ, ଏସ.କେ ନୁରୁଦ୍ଦିନ, ଜୟପ୍ରକାଶ ସାହୁ, ସନ୍ତୋଷ ବିଭାର, ବିଭୀଷଣ କାଣ୍ଡ, ପଞ୍ଚାନନ ମିଶ୍ର, ବିଶୁ ସିଲ, ବିଷ୍ଣୁଚରଣ ସିଂ, ବସନ୍ତ ମେହେର ସହ ସଂଘ ର ଅନ୍ୟାନ୍ୟ କର୍ମକର୍ତ୍ତା ଉପସ୍ଥିତ ଥିଲେ l