Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଏହି ମାସରୁ ଆରମ୍ଭ ହେବ ଏସିଆ କପ୍

ନୂଆଦିଲ୍ଲୀ: ପାକିସ୍ତାନ କ୍ରିକେଟ୍ ବୋର୍ଡ (PCB) ଏବଂ ଏସିଆନ୍ କ୍ରିକେଟ୍ ପରିଷଦ (ACC) ସଭାପତି ମୋହସିନ୍ ନକଭି X ରେ ଏହି ସୂଚନା ଦେଇ କହିଛନ୍ତି ଯେ ଚଳିତ ବର୍ଷ ଏସିଆ କପ୍ ୨୦୨୫ ଦୁବାଇ ଏବଂ ଆବୁଧାବିରେ ଭାରତର ଆୟୋଜନରେ ଅନୁଷ୍ଠିତ ହେବ।

ତେବେ ଏହି ଟୁର୍ଣ୍ଣାମେଣ୍ଟ ୯ ସେପ୍ଟେମ୍ବରରୁ ଆରମ୍ଭ ହୋଇ ୨୮ ସେପ୍ଟେମ୍ବରରେ ଶେଷ ହେବା ନେଇ ସୂଚନା ମିଳିଛି। ଆଗକୁ ଭାରତ ଓ ଶ୍ରୀଲଂକା ରେ ଅନୁଷ୍ଠିତ ହେବାକୁ ଥିବା ଟି ୨୦ ବିଶ୍ୱକପ କୁ ଆଉ ମାତ୍ର ସାତ ମାସ ବାକି ରହିଥିବା ବେଳେ ତେବେ ଚଳିତ ବର୍ଷ ଏସିଆ କପ୍ ଟି ୨୦ ଫର୍ମାଟରେ ଅନୁଷ୍ଠିତ ହେବା ନେଇ ରିପୋର୍ଟ ରୁ ଜଣା ପଡ଼ିଛି।

ଏହା ପୂର୍ବରୁ ୨୦୨୩ ମସିହା ରେ ଯେଉଁ ଏସିଆ କପ୍ ଖେଳ ଯାଇଥିଲା ତାହା ଦିନିକିଆ ଫର୍ମାଟ ରେ ଖେଳାଯାଇଥିଲା ଯେଉଁଥିରେ ଶ୍ରୀଲଙ୍କାକୁ ହରାଇ ଭାରତ ଟାଇଟଲ ଜିତିଥିଲା।ତେବେ ଏସିଆ କପ୍ ରେ ୮ଟି ଦଳ ରହିବେ। ଯେଉଁଥିରେ ଭାରତ, ଶ୍ରୀଲଙ୍କା, ପାକିସ୍ତାନ, ଆଫଗାନିସ୍ତାନ ଏବଂ ବାଂଲାଦେଶ ବ୍ୟତୀତ ହଂକଂ, ସଂଯୁକ୍ତ ଆରବ ଏମିରେଟ୍ସ ଏବଂ ଓମାନ ମଧ୍ୟ ଅଂଶଗ୍ରହଣ କରିବେ। ଭାରତ ଏବଂ ପାକିସ୍ତାନ ମଧ୍ୟରେ ରାଜନୈତିକ ଉତ୍ତେଜନା ଯୋଗୁ ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡ (BCCI) ACC ସାଧାରଣ ପରିଷଦ ବୈଠକରୁ ଓହରିଯିବାକୁ ଧମକ ଦେଇଥିଲା। ପରେ ବୁଧବାର ୨୩ ଜୁଲାଇରେ ଢାକାରେ ଅନୁଷ୍ଠିତ ହୋଇଥିବା ବୈଠକରେ ଏସିସି ସଭାପତି ଏବଂ ପାକିସ୍ତାନ କ୍ରିକେଟ୍ ବୋର୍ଡ (ପିସିବି) ମୁଖ୍ୟ ନକଭି ରହିଥିଲେ।

ତେବେ ପାକିସ୍ତାନ କ୍ରିକେଟ୍ ବୋର୍ଡ ଏବଂ ଶ୍ରୀଲଙ୍କା କ୍ରିକେଟ୍ ମୁଖ୍ୟମାନେ ଭିଡିଓ କନଫରେନ୍ସିଂ ଜରିଆରେ ବୈଠକରେ ଯୋଗ ଦେବା ପରେ ସେପ୍ଟେମ୍ବରରେ ଟୁର୍ଣ୍ଣାମେଣ୍ଟ ହେବା ନେଇ ଚୂଡ଼ାନ୍ତ କରାଯାଇଥିଲା। ତେବେ ଏହାପୂର୍ବରୁ ୨୦୨୩ ମସିହାରେ ହୋଇଥିବା ଏସିଆ କପ୍ ମଧ୍ୟ ଭାରତ-ପାକିସ୍ତାନ ମଧ୍ୟରେ ଚାଲିଥିବା ଉତ୍ତେଜନା ଯୋଗୁ ପ୍ରଭାବିତ ହୋଇଥିଲା।ସେହି ସମୟରେ ପାକିସ୍ତାନ ଏହି ଟୁର୍ଣ୍ଣାମେଣ୍ଟର ଆୟୋଜକ ଥିଲା ଓ ଭାରତ ଶ୍ରୀଲଙ୍କାରେ ନିଜର ମ୍ୟାଚ୍ ଖେଳିଥିଲା। ପରେ ପାକିସ୍ତାନ ଫାଇନାଲରେ ପହଞ୍ଚି ପାରିନଥିବାରୁ ଏହି ଇଭେଣ୍ଟରେ ପିସିବିକୁ ବହୁ ପରିମାଣରେ କ୍ଷତି ସହିବାକୁ ପଡ଼ିଥିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ