ସୁସ୍ଥ ଜୀବନ ଯାପନ କର, ଡାକ୍ତରଙ୍କ ଠାରୁ ଦୂରେଇ ରହ


ସମ୍ବଲପୁର:ଦିନ ପବ୍ଲିକ ଲାଇବ୍ରେରୀ ର ନିଜସ୍ୱ ପ୍ରେକ୍ଷାଳୟ ରେ ୨୦୨୫ ବର୍ଷ ପାଇଁ ରାଷ୍ଟ୍ର ନିର୍ମାର୍ଣ ରେ ଯୁବ ପ୍ରସ୍ତୁତି ପ୍ରଶିକ୍ଷଣ ଶିବିର ର ଚତୁର୍ଦଶ ସପ୍ତାହ ର ଶିକ୍ଷାଦାନ ସମାପନ ହୋଇଯାଇଛି।ପୂଜାର୍ଚ୍ଚନା ଓ ପ୍ରାର୍ଥନା ପରେ ପ୍ରଥମ ଅଧିବେଶନ ନୈତିକ ଶିକ୍ଷା ଆଧାରରେ ତ୍ୟାଗ ଓ ସେବା ଉପରେ ଆଲୋକପାତ କରି ଶିକ୍ଷକ
ଡ଼, ପ୍ରଦୀପ କୁମାର ପଣ୍ଡା ତ୍ୟାଗ ଓ ସେବା ର ବିଭିନ୍ନ ଉଦାହରଣ ଦେଇ ପିଲାମାନେ ସେବା ମନୋବୃତ୍ତି ରଖିବାକୁ କହିଥଲେ।
ଦ୍ଵିତୀୟ ଅଧିବେଶନ ରେ ସୁସ୍ଥ ଜୀବନ ଯାପନ ର ବିଭିନ୍ନ ଦିଗ ଉପରେ ନିଜର ବକ୍ତବ୍ୟ ରଖିଥିଲେ ବୁର୍ଲା ଭୀମସାରର ଔଷଧ ବିଭାଗ ର ସହଯୋଗୀ ପ୍ରଫେସର ଡାକ୍ତର ଅତନୁ କୁମାର ଠାକୁର ସୁସ୍ଥ ଶରୀର ବଜାୟ ରଖିଲେ ଉଭୟ ମାନସିକ ଓ ଶାରିରୀକ ଶକ୍ତି ବୃଦ୍ଧି ପାଇବା ସଂଗେ ସଂଗେ ଡାକ୍ତର ଙ୍କ ଅବଶ୍ୟକତା ଠାରୁ ନିଜକୁ ଦୂରେଇ ରହିପାରିବ ବୋଲି ପିଲାଙ୍କୁ ପରାମର୍ଶ ଦେଇ ପିଲାଙ୍କ ବିଭିନ୍ନ ପ୍ରଶ୍ନ ଉପରେ ଆଲୋଚନା କରିଥିଲେ।
କାର୍ଯ୍ୟକ୍ରମ ର ସଂଯୋଜକ ରାଜେନ୍ଦ୍ର ପଂଡା ଆରମ୍ଭରୁ ପିଲାଙ୍କୁ ମୌଳିକ ଇଂରାଜୀ ଶିକ୍ଷାପ୍ରଦାନ ସହ ସମସ୍ତ କର୍ୟ୍ୟକ୍ରମ କୁ ପରିଚାଳନା କରିଥିଲେ।ଆଜି ର କାର୍ଯ୍ୟକ୍ରମ ରେ ପ୍ରଶିକ୍ଷାର୍ଥୀ ମାନଙ୍କ ମଧ୍ୟରୁ ସୋନାଲି,ସିଦ୍ଧାର୍ଥ,ଗୌରବ,ପୂଜାରଣୀ,ଆଶୁତୋଷ,ଫତିମା,ମୋନାଲିସା,ସାକ୍ଷୀ,ଓ,ସୌରଭ, ପ୍ରମୁଖ ଆଲୋଚନା ରେ ସକ୍ରିୟ ଅଂଶ ଗ୍ରହଣ କରିଥିଲେ। ବିଶିଷ୍ଟ ବ୍ୟକ୍ତି ଭାବେ ପ୍ରଫେସର ଶଙ୍କର ପତି ,ରଘୁନାଥ ମିଶ୍ର,ଇ.ସୁଶାନ୍ତ ଗୁରୁ,ଡ଼,ଗିରିଧାରୀ ହୋତା,ଅଶୋକ ହୋତା,ଅର୍ଜୁନ ରଞ୍ଜନ ପଣ୍ଡା,ଉଦିତ ପାଟଯୋଶୀ, ଓ ପୃଥିବାରାଜ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ । ଶ୍ରୀ ବିଜୟ ସାହୁ ବୈଷୟିକ ସହାୟତା ଦେଇଥିଲେ।ଏହି କାର୍ଯ୍ୟକ୍ରମ ରେ ୧୮ ଟି ବିଦ୍ୟାଳୟ ରୁ ୫୩ ଜଣ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ।