Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସମ୍ବଲପୁରୀ ଦିନ ପାଇଁ ବୁର୍ଲା ରେ ସାଂସ୍କୃତିକ ଶୋଭାଯାତ୍ରା

ସମ୍ବଲପୁର: ସମ୍ବଲପୁରୀ ଏକତା ମଞ୍ଚ, ବୁର୍ଲା ଆନୁକୂଲ୍ୟରେ ଗୁରୁ ସତ୍ୟନାରାୟଣଙ୍କ ଜନ୍ମଦିନ ଅବସରରେ ଆଗାମୀ ଅଗଷ୍ଟ ୧ ତାରିଖରେ ପାଳିତ ହେଉଥିବା ସମ୍ବଲପୁରୀ ଦିନ ଲାଗି ବୁର୍ଲାରେ ଏକ ବିରାଟ ସାଂସ୍କୃତିକ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା।ବୁର୍ଲା ଜଗନ୍ନାଥ ମନ୍ଦିରରୁ ପୂଜାର୍ଚ୍ଚନା କରି ଏକ ମଶାଲ ଧରି ଭୀମସାରର ପ୍ରାକ୍ତନ ଅଧକ୍ଷ ସମ୍ବଲପୁରୀ ଏକତା ମଞ୍ଚର ମୁଖ୍ୟ ଉପଦେଷ୍ଠା ପ୍ରଫେସର ବ୍ରଜ ମୋହନ ମିଶ୍ରଙ୍କ ତତ୍ୱାବଧାନରେ ସମାପ୍ତ ହୋଇଥିଲା। ପ୍ଲାନେଟୋରିଅମ ଛକରୁ ବାହାରିଥିବା ଶୋଭାଯାତ୍ରାରେ ମା ସମଲେଶ୍ୱରୀଙ୍କ ପ୍ରତିମୂର୍ତ୍ତି ଓ ମନ୍ଦିରର ଆକୃତି ଶୋଭାଯାତ୍ରାର ମୁଖ୍ୟ ଆକର୍ଷଣ ଥିଲା।ସମସ୍ତ ସମ୍ପ୍ରଦାୟ, ବିଭିନ୍ନ ଅନୁଷ୍ଠାନ, ସାଂସ୍କୃତିକ ଜନକଲ୍ୟାଣ ସଂସ୍ଥା, ବିଭିନ୍ନ ବିଦ୍ୟାଳୟର ଛାତ୍ର ଛାତ୍ରୀ ଏହି ସମାବେଶରେ ସାମିଲ ହୋଇଥିଲେ। ଏହି ଶୋଭାଯାତ୍ରା ମୁଖ୍ୟ ବଜ଼ାରର ପେଟ୍ରୋଲ ପମ୍ପ ଛକରୁ ପରିଭ୍ରମଣ କରି ସରକାରୀ ଉଚ୍ଚ ବିଦ୍ୟାଳୟରେ ସମାପ୍ତ ହୋଇଥିଲା।ସମ୍ବଲପୁରୀ ଏକତା ମଞ୍ଚ, ବୁର୍ଲାର ସମସ୍ତ ସଦସ୍ୟ ଓ ବୁର୍ଲାର ଅନେକ ଜନସାଧାରଣ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇ ସମସ୍ତ ସହଯୋଗ କରିଥିଲେ ଏବଂ ଆଗାମୀ ଅଗଷ୍ଟ ୧ ରେ ମୁଖ୍ୟ ସମ୍ବଲପୁରୀ ଦିନକୁ ସରକାରୀ ଉଚ୍ଚ ବିଦ୍ୟାଳୟରେ ଶାନ୍ତି ଶୃଙ୍ଖଳା ସହ ପାଳିତ କରିବା ପାଇଁ ସହମତି ଦେଇଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories